ଖୋର୍ଦ୍ଧା: ସରକାରୀ ନିୟମକୁ ଫୁ । ଘରୋଇ ସ୍କୁଲର ଶିକ୍ଷକ ଗାଁ ଗାଁ ବୁଲି ପିଲାଙ୍କୁ ପାଠ ପଢାଇବା ସହ ଜଣେ 7ମ ଶ୍ରେଣୀ ଛାତ୍ରୀଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିବା ଖବର ସାମନାକୁ ଆସିଛି । କୋରୋନା ସଂକ୍ରମଣକୁ ରୋକିବାକୁ ଶିକ୍ଷାନୁଷ୍ଠାନ ସହ ଘରୋଇ କୋଚିଂକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଖୋର୍ଦ୍ଧା ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ ।
ସୂଚନାନୁଯାୟୀ, ସରକାରଙ୍କ ସବୁ ନିଦ୍ଦେର୍ଶକୁ ଅବମାନନା କରି ସ୍କୁଲ ନ ଖୋଲି ଅର୍ଥ ପାଇବା ଆଶାରେ ଗାଁ ଗାଁରେ ବୁଲି ପିଲାମାନଙ୍କୁ ପାଠ ପଢାଇକୁ ଦୁଃସାହସ କରୁଛନ୍ତି ଘରୋଇ ସ୍କୁଲ ଶିକ୍ଷକ । ଉକ୍ତ ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅର୍ଥ ପାଇବା ଆଶାରେ ଗାଁ ଗାଁ ବୁଲି ସରକାରଙ୍କ ନିୟମକୁ ଅବମାନନା କରି ଚଳାଇଛନ୍ତି ଶିକ୍ଷାଦାନ ପ୍ରଣାଳୀ ।
କେବଳ ଏତିକିରେ ସରି ନାହିଁ ଘରୋଇ ଶିକ୍ଷାନୁଷ୍ଠାନର କଳାନାମା । କଣ୍ଟାବାଡରେ ଥିବା ଏହି ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ଜଣେ ୭ମ ଶ୍ରେଣୀର ଛାତ୍ରୀଙ୍କୁ ପାଠ ନ ଆସିବା କାରଣରୁ ମାଡ ମାରି ଲହୁ ଲୁହାଣ କରିଛନ୍ତି । ଆଉ ଏହି ଘଟଣା ପ୍ରଘଟ ହେବା ପରେ ଘଟଣାକୁ ଲୁଚାଇବାକୁ ଭରପୁର ପ୍ରୟାସ ଜାରି ରଖିଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ କର୍ମଚାରୀ । କୋରୋନା ମହାମାରୀ ରୋକିବାକୁ ନିୟମ କଡାକଡି କରାଯାଉଥିବା ବେଳେ ଏଭଳି ଘଟଣା ଦେଖିଲେ ସରକାରଙ୍କ ପାରିବା ପଣିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ