ETV Bharat / state

କୋଭିଡ ନିୟମ ମାନୁ ନାହାଁନ୍ତି ଘରୋଇ କ୍ଲିନିକ, ପ୍ରଶାସନର ଚଢ଼ାଉ

author img

By

Published : Jun 26, 2020, 8:26 PM IST

ଖୋର୍ଦ୍ଧାରେ 3ଟି ଓ ଜଟଣୀର 2ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏହିସବୁ ଘରୋଇ ଚିକିତ୍ସାଳୟରେ କୋଭିଡ19 ନିୟମ ପାଳନ ହେଉ ନଥିବା ଦେଖିବାକୁ ମିଳିଛି ।

private-clinics-does-not-follow-covid-rule-district-administrations-raid
କୋଭିଡ ନିୟମ ମାନୁ ନାହାଁନ୍ତି ଘରୋଇ କ୍ଲିନିକ, ପ୍ରଶାସନର ଚଢ଼ାଉ

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଓ ଜଟଣୀରେ ଥିବା ବିଭିନ୍ନ ଘରୋଇ କ୍ଲିନିକ୍‌ ଉପରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ନିୟମ କିପରି ପାଳନ ହେଉଛି ତାର ଯାଞ୍ଚ କରାଯାଇଛି । ଏହି ଚଢ଼ାଉରେ ଖୋର୍ଦ୍ଧା ତହସିଲଦାର ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

ସେହିପରି ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଜଟଣୀ ଅତିରିକ୍ତ ତହସିଲଦାର ଓ ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ । ଏହି କ୍ରମରେ ଖୋର୍ଦ୍ଧାରେ 3ଟି ଓ ଜଟଣୀର 2ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏହିସବୁ ଘରୋଇ ଚିକିତ୍ସାଳୟରେ କୋଭିଡ19 ନିୟମ ପାଳନ ହେଉ ନଥିବା ଦେଖିବାକୁ ମିଳିଛି । ସେହିପରି ଏମାନଙ୍କ ମଧ୍ୟରୁ କିଛି ସ୍ୱାସ୍ଥ୍ୟ ବିଭାଗର ବିନା ଅନୁମତିରେ ମଧ୍ୟ ଚାଲୁ ଥିବାର ନଜରକୁ ଆସିଛି । ତେବେ ଏମାନେ ଆଗାମୀ 2 ଦିନ ମଧ୍ୟରେ ସମସ୍ତ ଗାଇଡଲାଇନ ଅନୁସାରେ ରୋଗୀ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି । କୋଭିଡ 19 ଗାଇଡଲାଇନ ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.