ETV Bharat / state

Bus strike: ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

author img

By ETV Bharat Odisha Team

Published : Oct 19, 2023, 8:44 PM IST

ଏହାକୁ ନେଇ ବିଜେପି କହିଛି, ଓଡ଼ିଶାର ଲୋକମାନଙ୍କ ଗମନାଗମନ ସୁବିଧା ପାଇଁ ପ୍ରାଇଭେଟ ବସ ସେବା ଦେଇ ଆସିଛନ୍ତି । ଯେଉଁଠି ସରକାରୀ ବସ ସେବା ମିଳିବା କଥା ସେଠାରେ ପ୍ରାଇଭେଟ ବସ ସେବା ଦେଉଛି । ଲକ୍ଷ୍ମୀ ଯୋଜନା ପୂର୍ବରୁ ସରକାର ବିଜୁ ଗାଁ ଗାଡି ଆରମ୍ଭ ହୋଇଥିଲା କହିଥିଲେ ଆମେ ଅପହଞ୍ଚ ଜାଗାକୁ ପହଞ୍ଚେଇବା । ଅଧିକ ପଢନ୍ତୁ

Bus strike: ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି
Bus strike: ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

Bus strike: ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

ଭୁବନେଶ୍ବର: ବସ ଧର୍ମଘଟ ପ୍ରସଙ୍ଗରେ ଆଜି ବସିଥିଲା ବୈଠକ ହେଲେ ବାହାରିଲା ନାହିଁ କିଛି ନିଷ୍କର୍ସ । ଏହାକୁ ନେଇ ବିଜେପି କହିଛି, ଯେଉଁ ଜାଗାରେ ପ୍ରାଇଭେଟ ବସ ଚାଲୁଛି ସେଠାରେ ସରକାରୀ ବସ ଚାଲିବା ଏହା କେଉଁ ପ୍ରକାରର ବାର୍ତ୍ତା ଦେବା ପାଇଁ ଚାହୁଁଛନ୍ତି । ଯଦି ସାରା ରାଜ୍ୟରେ ପ୍ରାଇଭେଟ ଗାଡି ବନ୍ଦ କରାଯିବ ସରକାର ସମ୍ଭାଳି ପାରିବେ ତ ? ସେ କ୍ଷମତା ଅଛି ? ତେଣୁ ଯେଉଁ ମାନେ ପ୍ରାଇଭେଟ ବସ ଚଳାଉଛନ୍ତି ତାଙ୍କୁ ଅଗ୍ରାଧିକାର ଦେବା ଉଚିତ୍‌ ।

ଅଧିକ ପଢନ୍ତୁ- Bus Strike In Odisha: ପାର୍ବଣରେ ବସ ଧର୍ମଘଟ ଡାକରା, ଯାତ୍ରୀଙ୍କ ଦୁଃଖ ବୁଝିବ କିଏ ?

ଏହାକୁ ନେଇ ବିଜେପି କହିଛି, ଓଡ଼ିଶାର ଲୋକମାନଙ୍କ ଗମନାଗମନ ସୁବିଧା ପାଇଁ ପ୍ରାଇଭେଟ ବସ ସେବା ଦେଇ ଆସିଛନ୍ତି । ଯେଉଁଠି ସରକାରୀ ବସ ସେବା ମିଳିବା କଥା ସେଠାରେ ପ୍ରାଇଭେଟ ବସ ସେବା ଦେଉଛି । ଲକ୍ଷ୍ମୀ ଯୋଜନା ପୂର୍ବରୁ ସରକାର ବିଜୁ ଗାଁ ଗାଡି ଆରମ୍ଭ ହୋଇଥିଲା କହିଥିଲେ ଆମେ ଅପହଞ୍ଚ ଜାଗାକୁ ପହଞ୍ଚେଇବା । ହେଲେ 2014ରେ ଆରମ୍ଭ କରିଥିଲେ 2020 ବେଳକୁ ବନ୍ଦ ହୋଇଯାଇଥିଲା । ପୁଣି ଏ ଲକ୍ଷ୍ମୀ ଯୋଜନା କଣ ପାଇଁ । ତେଣୁ ବିଜେପି ତରଫରୁ ଅନୁରୋଧ କରୁଛୁ, ଏ ଯୋଜନା କେବଳ ନିର୍ବାଚନ ଜିତିବା ପାଇଁ ନ କରନ୍ତୁ । ଅପହଞ୍ଚ ଇଲାକାରେ ବସ ସେବା ଦିଅନ୍ତୁ ।

ଯେଉଁ ଜାଗାରେ ପ୍ରାଇଭେଟ ବସ ଚାଲୁଛି ସେଠାରେ ସରକାରୀ ବସ ଚାଲିବା ଏହା କେଉଁ ପ୍ରକାରର ବାର୍ତ୍ତା ଦେବା ପାଇଁ ଚାହୁଁଛନ୍ତି । ଯଦି ସାରା ରାଜ୍ୟରେ ପ୍ରାଇଭେଟ ଗାଡି ବନ୍ଦ କରାଯିବ ସରକାର ସମ୍ଭାଳି ପାରିବେ ତ ? ସେ କ୍ଷମତା ଅଛି ? ତେଣୁ ଯେଉଁ ମାନେ ପ୍ରାଇଭେଟ ବସ ଚଳାଉଛନ୍ତି ତାଙ୍କୁ ଅଗ୍ରାଧିକାର ଦେବା ଉଚିତ୍‌ । ସରକାର ଯେଉଁ ଫଣ୍ଡା ଧରିଛନ୍ତି ଲକ୍ଷ୍ମୀ ବସ ଚଳାଇ ନିର୍ବାଚନ ଜିତିବାକୁ ଯେଉଁ ରାଜନୀତି କରୁଛନ୍ତି ଏଥିରୁ ବାହାରନ୍ତୁ । ଯେଉଁ ଜାଗାରେ ଗାଡି ଚାଲୁ ନାହିଁ ସେ ଜାଗାରେ ସରକାର ଚଲାନ୍ତୁ ଆମେ ଜାଣିବୁ ସରକାରଙ୍କର ଆନ୍ତରିକତା ଅଛି ।

ଅଧିକ ପଢନ୍ତୁ- ପୂରଣ ହେଲାନି ପ୍ରତିଶ୍ରୁତି, ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ

ସୂଚନାଯୋଗ୍ୟ ଯେ ଆସନ୍ତାକାଲି ଠାରୁ ପୁଣି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ ଧର୍ମଘଟ ହେବାନେଇ ସୂଚନା ଦିଆଯାଇଛି । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ ଧର୍ମଘଟ ହେବ । ପୂର୍ବରୁ ଗତ ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି କୁହାଯାଇଥିଲା । ହେଲେ ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ହେଲେ ବର୍ତ୍ତମାନ ପୁଣି ଥରେ ସଂଘ ଧର୍ମଘଟ ଡାକରା ଦେଇଛି । ଆଜି ଅପରାହ୍ନରେ ବସ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ହେଲେ ନିଷ୍କର୍ସ କିଛି ବାହାରି ନଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.