ETV Bharat / state

ପୂରଣ ହେଲାନି ପ୍ରତିଶ୍ରୁତି, ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ

author img

By ETV Bharat Odisha Team

Published : Oct 19, 2023, 6:50 AM IST

ଆସନ୍ତାକାଲି ଠାରୁ ରାଜ୍ୟରେ ଗଡିବନି ଘରୋଇ ବସ। ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦେଲା ବସ ମାଲିକ ସଂଘ। ଅଧିକ ପଢନ୍ତୁ

private bus association
private bus association

ଭୁବନେଶ୍ବର: ପ୍ରିତଶ୍ରୁତି ଦେଇ ରଖିଲେନି ସରକାର । ଘରୋଇ ବସ ମାଲିକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗିଲେ ରାଜ୍ୟ ସରକାର । ଫଳରେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ରାଜ୍ୟବ୍ୟାପି ବସ ଧର୍ମଘଟ କରିବାକୁ ସଂଘ ଘୋଷଣା କରିଛି । ୨୦ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୬ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ଘୋଷଣା କରିଛି ଘରୋଇ ବସ ମାଲିକ ସଂଘ । ଜେନେରାଲ ବଡ଼ି ମିଟିଂ ଡାକି ସଂଘ ଏହା ଘୋଷଣା କରିଛନ୍ତି ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଚଳାଚଳକୁ ନେଇ ଚଳିତ ମାସ ୩୧ ତାରିଖରୁ ଧର୍ମଘଟ ଡାକରା ଦେଇଥିଲେ ଘରୋଇ ବସ ମାଲିକ ସଂଘ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗତ ୯ ତାରିଖରେ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା, ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ ସଂଘର କର୍ମକର୍ତ୍ତା । କିନ୍ତୁ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ ଆଣି ପୁଣି ଥରେ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍‌ ମାଲିକ ସଂଘ । ୨୦ ତାରିଖରୁ ଏହି ବସ ଧର୍ମଘଟ ହେବ । ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି ।

ଏହା ମଧ୍ୟ ପଢନ୍ତୁ-ଅକ୍ଟୋବର ୩୧ ଯାଏଁ ଘରୋଇ ବସ ଧର୍ମଘଟ ସ୍ଥଗିତ, କାଲି ଥିଲା ଆନ୍ଦୋଳନ

ଲକ୍ଷ୍ମୀ ଯୋଜନା ନେଇ ଘରୋଇ ବସ ମାଲିକଙ୍କୁ ସରକାର ଯେଉଁ ପ୍ରତିଶ୍ରୃତି ଦେଇଥିଲେ ତାକୁ ପାଳନ କରିନାହାନ୍ତି ବୋଲି ସଂଘ ଅଭିଯୋଗ କରିଛି । ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଆଲୋଚନା ହୋଇଥିଲା । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଚାଲିବ ନାହିଁ ବୋଲି ସରକାର କହିଥିଲେ । କିନ୍ତୁ ଯୋଜନା ଆରମ୍ଭ ଦିନରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୃତିର ବିରୁଦ୍ଧାଚରଣ କରୁଛି । ସେହିପରି ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ଗୋଟେ ଷ୍ଟପେଜରେ ଦୁଇ ଘରୋଇ ବସ ଚଳାଚଳ ବ୍ୟବଧାନ ୫ ମିନିଟ ରହୁଛି । ଏହାରି ଭିତରେ ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ କରୁଛି । ଫଳରେ ଘରୋଇ ବସ ମାଲିକ କ୍ଷତି ସହୁଛନ୍ତି ।

ସେହିପରି ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ଫଳରେ ଲୋକେ ଘରୋଇ ବସ ବ୍ୟବହାର କରିବାକୁ ନାପସନ୍ଦ କରିବେ । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ କଲେ ସେମାନଙ୍କ ଯେଉଁ କ୍ଷତି ହେବ ତାହା ସରକାର ବହନ କରିବେ । କର ବା ମର ସ୍ଥିତିରେ ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା କଥା କହିଛି । ସରକାରଙ୍କୁ ଅନୁରୋଧ ଏପରି ନିଷ୍ପତ୍ତି ନିଅନ୍ତୁ ନାହିଁ । ଯଦି ଏପରି ହୁଏ ୮ ହଜାର ବସ ମାଲିକ ଓ ଦେଢ଼ ଲକ୍ଷ କର୍ମଚାରୀ ଭିକାରୀ ହୋଇଯିବେ, ଖାଇବାକୁ ପାଇବେ ନାହିଁ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ୫ଟି ସଚିବଙ୍କ ପ୍ରତିଶ୍ରୁତି ଦେବା ପରେ ଏହା କାର୍ଯ୍ୟକାରୀ ନହେବା ଦୁଃଖର କଥା ।

ସେହିପରି ଆଗକୁ ପୂଜା ଥିବାରୁ ଅଚାନକ ବସ ଧର୍ମଘଟ ନିଷ୍ପତ୍ତି ରାଜ୍ୟରେ ବଡ଼ ଧରଣର ପ୍ରଭାବ ପକାଇବା ସମ୍ଭାବନା ରହିଛି । ଘରୋଇ ପରିବହନ ବ୍ୟବସ୍ଥା ଠପ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । କାରଣ ୨୦ ତାରିଖରୁ ହିଁ ଦଶହରାର ଗହଳି ଆରମ୍ଭ ହେବ । ଏହି ସମୟରେ ବସ୍‌ ଧର୍ମଘଟ ଡାକରା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଲୋକେ ହଇରାଣ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ଦିନକ ମଧ୍ୟରେ ଘରୋଇ ବସ ମାଲିକଙ୍କ ସହ ଆଲୋଚନା କରି ଦାବି ପୂରଣ ନକଲେ ଲୋକେ ସମସ୍ୟାରେ ପଡ଼ିବେ । ଏଥିପାଇଁ ଘରୋଇ ବସ ମାଲିକ ସଂଘ ଆଗୁଆ ଲୋକଙ୍କୁ କ୍ଷମା ମାଗି ଦେଇ ନିଜ ଦୋଷ ଛଡେଇ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.