ETV Bharat / state

ଅଚଳ ପଡିଛି 108, ଫାଇଦାରେ ଘରୋଇ ଆମ୍ବୁଲାନ୍ସ

ଅଚଳ ପଡିଛି 108 ଆମ୍ବୁଲାନ୍ସ। ଯାନ୍ତ୍ରିକ ତ୍ରୁଟି ଆଳ ଦେଖାଇ ଚୁପ ବସି ପଡିଛି ସ୍ୱାସ୍ଥ୍ୟ ବିଭାଗ। ଆଉ ଏହାର ଫାଇଦା ଉଠାଇ ମାଲାମାଲ ହେଉଛନ୍ତି ଘରୋଇ ଆମ୍ବୁଲାନ୍ସ ।

author img

By

Published : Apr 10, 2019, 9:20 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଦିନେ କି ଦୁଇଦିନ ନୁହେଁ ଗଲା ମାସେ ଧରି ଅଚଳ ପଡିଛି 108 ଆମ୍ବୁଲାନ୍ସ। ଯାନ୍ତ୍ରିକ ତ୍ରୁଟି ଆଳ ଦେଖାଇ ଚୁପ ବସି ପଡିଛି ସ୍ୱାସ୍ଥ୍ୟ ବିଭାଗ । ଆଉ ଏହାର ଫାଇଦା ଉଠାଇ ମାଲାମାଲ ହେଉଛନ୍ତି ଘରୋଇ ଆମ୍ବୁଲାନ୍ସ । ଏଭଳି ଦୟନୀୟ ସ୍ଥିତି ଉପୁଜିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହି ଚିକିତ୍ସାଳୟରେ ସରକାରଙ୍କ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ 2ଟି 108 ଆମ୍ବୁଲାନ୍ସ ରହିଥିଲା। ହେଲେ ସେହି ଆମ୍ବୁଲାନ୍ସ ଗୁଡିକ ଦୀର୍ଘଦିନ ଧରି ଅଚଳ ଥିବାରୁ ଘରୋଇ ଆମ୍ବୁଲାନ୍ସ ସରକାରୀ ଦର ଠାରୁ ଢେର ଅଧିକ ଟଙ୍କା ଆଦାୟ କରୁଥିବା ଦେଖାଦେଇଛି।

ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ମହାପାତ୍ର କହିଛନ୍ତି, ଦିନେ କି ଦୁଇଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ। ସେହିପରି ଜିଲ୍ଲାରେ ମୋଟ 7ଟି 108 ଆମ୍ବୁଲାନ୍ସ ଅଚଳ ରହିଛି , କିନ୍ତୁ ଏହା ଆମ ନିୟନ୍ତ୍ରଣରେ ନାହିଁ ବୋଲି ସିଧା ସିଧା ଶୁଣାଇଦେଲେ ଅଧିକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ, ଈଟିଭି ଭାରତ

Intro:Body:

XFB

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.