ଖୋର୍ଦ୍ଧା: ସମାଜକୁ ନିରୋଗ ରଖିବାକୁ ପ୍ରୟାସ ଆରମ୍ଭ କରିଛି ଏକ ବେସରକାରୀ ସଂସ୍ଥା । ଏହି ସଂସ୍ଥା କ୍ୟାନସର ଓ ମଧୁମେହ ରୋଗ ଭଳି ମାରାତ୍ମକ ରୋଗ ବିଷୟରେ ଲୋକଙ୍କୁ ସଚେତନ କରୁଛି ।
ସମାଜକୁ ନିରୋଗ ରଖିବାକୁ ପ୍ରୟାସ ଆରମ୍ଭ କରିଛି ଏକ ବେସରକାରୀ ସଂସ୍ଥା । କ୍ୟାନସର ,ହୃଦରୋଗ ଏବଂ ମଧୁମେହ ରୋଗ ନେଇ ସାଧାରଣ ଲୋକଙ୍କୁ ସଚେତନ କରୁଛି ଏହି ସଂସ୍ଥା । ଏହି ଅବସରରେ ଖୋର୍ଦ୍ଧା ବାଲୁଗାଁ ନିର୍ବାଚନ ମଣ୍ଡଳୀର ସମସ୍ତ ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଗକୁ ଏହି ସଚେତନତା କାର୍ଯ୍ୟକ୍ରମ ସାରା ଓଡ଼ିଶାର ପୁର ପଲ୍ଲୀରେ କରାଯିବା ଲକ୍ଷ୍ୟ ରଖାଯାଇଛି । କ୍ୟାନସର ରୋଗକୁ ପ୍ରଥମରୁ ଜାଣି ପାରିଲେ ଏହାର ନିରାକରଣ ହୋଇପାରିବ ବୋଲି ଲୋକଙ୍କୁ ସଚେତନତା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ