ETV Bharat / state

ଗାୟତ୍ରୀମନ୍ତ୍ର ଗାଇ ରାଜରାସ୍ତାରେ ହୋମ ଯଜ୍ଞ କଲେ ଶିକ୍ଷକ

author img

By

Published : Nov 30, 2022, 5:48 PM IST

ଗାନ୍ଧୀମାର୍ଗରେ ଉଚ୍ଚ ସ୍ବରରେ ଗାୟତ୍ରୀ ମନ୍ତ୍ର ଗାଇ ରାଜରାସ୍ତାରେ ହୋମ ଯଜ୍ଞ କଲେ ପ୍ରାଥମିକ ଶିକ୍ଷକ ସଂଘ । ଏଥିସହ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢନ୍ତୁ

ଗାୟତ୍ରୀମନ୍ତ୍ର ଗାଇ ରାଜରାସ୍ତାରେ ହୋମ ଯଜ୍ଞ କଲେ ଶିକ୍ଷକ
ଗାୟତ୍ରୀମନ୍ତ୍ର ଗାଇ ରାଜରାସ୍ତାରେ ହୋମ ଯଜ୍ଞ କଲେ ଶିକ୍ଷକ

ଭୁବନେଶ୍ବର: ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ମାତା ଗାୟତ୍ରୀ । ଗାନ୍ଧୀମାର୍ଗରେ ଉଚ୍ଚ ସ୍ବରରେ ଏହି ଗାୟତ୍ରୀମନ୍ତ୍ର ଗାଇ ରାଜରାସ୍ତାରେ ହୋମ ଯଜ୍ଞ କଲେ ପ୍ରାଥମିକ ଶିକ୍ଷକ ସଂଘ । ଏଥିସହ ସମସ୍ତେ ମିଶି ଆହୁତି ଦେବା ସହ ସରକାର ଆମ ମାନଙ୍କର ଦାବି ଶୁଣନ୍ତୁ ବୋଲି ମାଙ୍କ ପାଖେ କାମନା କରିଛନ୍ତି । ଏହାକୁ ନେଇ ହୁଳୁହୁଳି ହରିବୋଲ ଓ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ରାଜରାସ୍ତା । ଆଉ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏଥିସହ ଯଜ୍ଞରେ ଆହୁତି ଦେଇ ସରକାରଙ୍କର ସଦବୁଦ୍ଧି ଉଦୟ ହେଉ ଓ ଆନ୍ଦୋଳନରତ ଶିକ୍ଷକଙ୍କର ଦାବି ଶୁଣନ୍ତୁ ବୋଲି କାମନା କରିଥିଲେ ।

ଶିକ୍ଷକ ମାନଙ୍କୁ ସମର୍ଥନ କରି ସରକାର ତାଙ୍କ ଦାବିକୁ ପୂରଣ କରନ୍ତୁ ବୋଲି ବିଧାନ ସଭାରେ ବିରୋଧୀ ବିଜେପି ଅନେକ ଥର ପ୍ରଶ୍ନ ଉଠାଇଛି । ହେଲେ ଏନେଇ ଗୃହ ଅଚଳ ହୋଇଛି । ତେଣୁ ଶିକ୍ଷକ ମାନଙ୍କର ଆନ୍ଦୋଳନ ଯୁକ୍ତି ଯୁକ୍ତ ଓ ସେମାନଙ୍କ ଦାବିକୁ ସରକାର ମାନି ନିଅନ୍ତୁ ବୋଲି କହିଥିଲେ ମୋହନ ମାଝୀ । ଏହାସହ ଏ କଥା ମଧ୍ୟ କହିଛନ୍ତି ଯେ , ଗତ ୧୪ ତାରିଖରୁ ସରକାରଙ୍କୁ ଶିକ୍ଷକ ମାନେ ସେମାନଙ୍କର ଦାବି ସମ୍ବନ୍ଧରେ ଜଣା ଯାଇଥିବା ବେଳେ ଗତକାଲି ମୁଖ୍ୟ ଶାସନ ସଚିବ ଏ କଥା ଜାଣିଲେ ବୋଲି କହୁଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଏଥିସହ ଆହୁରି ଦୁର୍ଭାଗ୍ୟ ଜନକ ଶିକ୍ଷକ ବା ରାଜ୍ୟର ଭାଗ୍ୟ ନିର୍ମାତା ରାଜରାସ୍ତାରେ ଆନ୍ଦୋଳନ କରଥିବା ବେଳେ ଶିକ୍ଷା ମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଦେହ ଖରାପ କହି ଗୃହକୁ ଆସୁନାହାନ୍ତି । ତେଣୁ ଏମାନଙ୍କ ଆନ୍ଦୋଳନ ସଫଳ ବା ହେବ କେମିତି । ଏହାକୁ ନେଇ ଜଣା ପଡୁଛି ଯେ, ସରକାର ଓ ପ୍ରଶାସନ ଶିକ୍ଷକ ମାନଙ୍କ ଦାବିକୁ ନେଇ ମିଛ କହୁଛନ୍ତି ଗାଲୁ ମାରୁଛନ୍ତି । ଏହାକୁ ନେଇ ଆଲୋଚନ ସତ୍ତ୍ବେ ବି କୌଣସି ନିଷ୍କର୍ସ ବାହାରି ପାରୁନି । ତେଣୁ ସେମାନଙ୍କୁ ସମର୍ଥନ ଜଣାଇ ଆମେ ୪ ଦିନ ହେବ ଗୃହ ଅଚଳ ରଖିଛୁ ଆଉ ସେମାନଙ୍କର ଦାବି ପୁରାଣ ନ ହେବ ଯାଏ ଏହା ଚାଲୁ ରହିବ । ତେବେ ସବୁଠାରୁ ବଡ କଥା ହେଉଛି ଏମାନଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ । ତେଣୁ ଆମେ ମଧ୍ୟ ସରକାରଙ୍କୁ ନିବେଦନ କରୁଛୁ ସଠିକ ଭାବରେ ଆଲୋଚନା କରନ୍ତୁ ଆଉ ତାଙ୍କ ଦାବି ପୂରଣ କରନ୍ତୁ ବୋଲି କହିଛନ୍ତି ମୋହନ ମାଝୀ ।

ଅନ୍ୟପଟେ ୩ ଦଫା ଦାବି ପୂରଣ ନ ହେବା ଯାଏଁ ହଟିବେ ନାହିଁ ବୋଲି କହିଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ । ଆଉ ଗୁରୁମାନେ ତାଙ୍କ ଜିଦରେ ଅଟଳ ଥିବାରୁ ୪ଦିନ ହେବ ଧାରଣାରେ ବସି ରହିଛନ୍ତି । ଆଉ ପ୍ରତିଦିନ ଅଭିନବ ଉପାୟରେ ସରକାରଙ୍କୁ ତାଙ୍କର ଦାବି ଶୁଣାଉଛନ୍ତି । ସେହିପରି ଏହି ଧାରଣା ଭିତରେ ପଦ୍ମପୁରରୁ ଆସିଥିବା ଶିକ୍ଷକ କହିଛନ୍ତି ସରକାର ଯଦି ଆମ କଥା ନ ଶୁଣନ୍ତି ତେବେ ନିର୍ବାଚନରେ ଆମେ ମଧ୍ୟ କଡା ଜବାବ ଦେବୁ ।

ଏଠାରେ ସୂଚନା ଯୋଗ୍ୟ, ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ ଭଳି ତିନି ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ । ସେପଟେ ଏହି ଆନ୍ଦୋଳନରେ କେନ୍ଦୁଝର ବିଧାୟକ ମୋହନ ମାଝୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ମୟୁରଭଞ୍ଜ ଉଦଳା ବିଧାୟକ ଭାସ୍କର ମଢେଇ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ଗଜପତି ବିଧାୟକ କେ ନାରାୟଣ ରାଓ, ବଡସାହି ବିଧାୟକ ସନାତନ ବିଜୁଳୀ, ଆଶ୍ରିତ ପଟ୍ଟନାୟକ ଓ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.