ETV Bharat / state

ଆଉ ଠକି ପାରିବେନି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ, ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା

author img

By

Published : Mar 2, 2023, 8:26 PM IST

୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ । ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ଅଧିକ ପଢନ୍ତୁ

health budget discussion
health budget discussion
health budget discussion

ଭୁବନେଶ୍ବର: ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ସ୍ବସ୍ଥ୍ୟ କ୍ଷେତ୍ରକୁ ନେଇ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ରାଜ୍ୟବାସୀ ଉପଯୁକ୍ତ ଚିକିତ୍ସା ପାଇବା ନିମନ୍ତେ ଅନେକ ବ୍ୟବସ୍ଥା ଲାଗୁ କରିଛନ୍ତି । ୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହା ଗତ ବଜେଟ ତୁଳନାରେ ୨୭% ଅଧିକ ଏବଂ ୨୦୧୭-୧୮ ବଜେଟ ତୁଳନାରେ ପ୍ରାୟ ୩ ଗୁଣ। ଯାହା ରାଜ୍ୟର ସାମଗ୍ରିକ ବଜେଟର ଏହା ୭% ।

ତେବେ ୨୦୨୩-୨୪ ଆର୍ଥିକ ବର୍ଷରୁ ପାଇଲଟ ପ୍ରକଳ୍ପ ଆଧାରରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହି ବାୟୋମେଟ୍ରିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ପରବର୍ତ୍ତୀ ସମୟରେ PHC, CHC ରେ ମଧ୍ୟ ଲାଗୁ ହେବ ବାୟୋମେଟ୍ରିକ୍ ବ୍ୟବସ୍ଥା । ଅନ୍ୟପଟେ ଆଉ 30 ମିନିଟ ନୁହେଁ ୨୦ ମିନିଟ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ । ଏଥିପାଇଁ ୨୦୨୩-୨୪ ରେ ୧୦୮ରେ ଯୋଡ଼ି ହେବ ୨୩୬ଟି ନୂଆ ଆମ୍ବୁଲାନ୍ସ । ଏଥିପାଇଁ ବଜେଟ ରେ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିପରି BSKY ଓ ଆୟୁଷ୍ମାନ ଭାରତକୁ ନେଇ ଚାଲିଥିବା ଲଢେ଼ଇରେ ପୂର୍ଣ୍ଣଚ୍ଛେଦ ପକାଇଲେ ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ । କାହିଁକି ରାଜ୍ୟରେ ଲାଗୁ ହେବନି ଆୟୁଷ୍ମାନ ଭାରତ ଦେଲେ ସ୍ପଷ୍ଟୀକରଣ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀର ଚିକିତ୍ସା ବିଲ ସରକାରୀ ହସ୍ପିଟାଲ ସ୍ତରରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ରାଜ୍ୟ ସରକାର ସରକାରୀ ହସ୍ପିଟାଲରେ ରୋଗୀ ସେବା ସମ୍ପୂର୍ଣ୍ଣ ମାଗଣା କରିଛନ୍ତି । ତେଣୁ ଘରୋଇ ହସ୍ପିଟାଲ ବିଲରୁ ଆୟୁଷ୍ମାନ ଭାରତ ଯୋଜନା ବିଲ ଆରମ୍ଭ କରିବାକୁ ଦାବି କରୁଛନ୍ତି । ଏହାଛଡ଼ା BSKY ରେ ମହିଳାଙ୍କ ଲାଗି ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଯାହା ଆୟୁଷ୍ମାନ ଭାରତ ଯୋଜନାରେ ନାହିଁ । ଏସବୁ ପ୍ରସଙ୍ଗ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ସହମତି ଆସି ନ ଥିବାରୁ ଆୟୁଷ୍ମାନ ଭାରତରେ ସାମିଲ ହୋଇନି ରାଜ୍ୟ ।

ଏଥିସହ ୨୦୨୩-୨୪ ଆର୍ଥିକ ବର୍ଷ ୧୪୭ ନିର୍ବାଚନ ମଣ୍ଡଳୀରେ ଖୋଲିବ ଆମ ହସ୍ପିଟାଲ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର , ଉପଖଣ୍ଡ ଚିକିତ୍ସାଳୟ , ଜିଲ୍ଲା ସଦର ଚିକିତ୍ସାଳୟ ଗୁଡ଼ିକୁ ଏଥିଲାଗି ବଛାଯାଇଛି । ୯ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଆମ ହସ୍ପିଟାଲ । ୭୫୦ କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ ହେବାକୁ ଥିବା ଆମ ହସ୍ପିଟାଲରେ ରୋଗୀଙ୍କୁ ମିଳିବ ସବୁ ମୌଳିକ ସ୍ଵାସ୍ଥ୍ୟ ସେବା । ଅନ୍ୟପଟେ ଚଳିତ ବର୍ଷ ବଜେଟରେ ୫ ହଜାର MBBS ଡାକ୍ତର ଓ ୯ ହଜାର ଷ୍ଟାଫ ନର୍ସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ଆସନ୍ତା ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ PHC ଓ CHC ରେ ଥିବେ MBBS ଡାକ୍ତର । ପୂର୍ବରୁ ଗତ ୫ ବର୍ଷରେ ୪ ହଜାର ଡାକ୍ତରଙ୍କୁ ଓ ଗତ ୩ ବର୍ଷରେ ୯ ହଜାର ରୁ ଅଧିକ ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.