ଭୁବନେଶ୍ବର: ଓଡିଶାରେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ନବୀନ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି ।
ଆଜି ରାଷ୍ଟ୍ରପତି ଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଦେବା ସହ ରାଜ୍ୟର ବିକାଶ ପାଇଁ ମିଳିମିଶି କାମ କରିବାକୁ ଆହ୍ବାନ ଦେଇଛନ୍ତି । ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନବୀନ ମଧ୍ୟ ରାଷ୍ଟ୍ରପତିଙ୍କ ଟ୍ବିଟର ପୋଷ୍ଟରେ ଧନ୍ୟବାଦ ଜଣାଇଛନ୍ତି ।