ETV Bharat / state

ଝୁରୁଛି ମାଟି, ବିଦାୟ ନେଲେ ମହାମହିମ ରାଷ୍ଟ୍ରପତି

ଦୁଇଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ମାଟିରୁ ବିଦାୟ ନେଲା ବେଳେ ଭାବବିହ୍ବଳ ହୋଇଯାଇଥିଲେ ମହାମହିମ ରାଷ୍ଟ୍ରପତି । ଅଧିକ ପଢନ୍ତୁ

author img

By

Published : Nov 11, 2022, 3:59 PM IST

Updated : Nov 11, 2022, 4:23 PM IST

ଝୁରୁଛି ମାଟି, ବିଦାୟ ନେଲେ ମହାମହିମ ରାଷ୍ଟ୍ରପତି
ଝୁରୁଛି ମାଟି, ବିଦାୟ ନେଲେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର: ଓଡିଶାରୁ ବିଦାୟ ନେଲେ ଦେଶର ସର୍ବୋଚ୍ଚ ନାଗରିକ । ଦୁଇଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ବାହୁଡିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ଦିଲ୍ଲୀ ଫେରିଛନ୍ତି । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଲାଗି ଓଡିଶା ଗସ୍ତରେ ଆସି ପୁରୀ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ତେବେ ଆଜି ଜୟଦେବ ଭବନରେ ଏକ ସରକାରୀ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଅଭିମୁଖେ ଗଲେ ରାଷ୍ଟ୍ରପତି । ବିମାନ ବନ୍ଦରରେ ରାଜ୍ୟପାଳ ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ବିଦାୟ ଦେଇଛନ୍ତି ।

ଅନ୍ୟପଟେ ନିଜ ମାଟିରୁ ବିଦାୟ ନେଲା ବେଳେ ଭାବବିହ୍ବଳ ହୋଇଯାଇଥିଲେ ମହାମହିମ । ଦୁଇ ଦିନ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ବିଶ୍ବର କଲ୍ୟାଣ ନିମନ୍ତେ ପ୍ରାର୍ଥନା ରଖିଛନ୍ତି । ତେବେ ସକାଳ ସମୟରେ ପିଲାବେଳେ ପାଠ ପଢୁଥିବା ଦୁଇ ନମ୍ବର ହାଇସ୍କୁଲ ଯାଇଥିଲେ । ସେଠି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶ, ସ୍କୁଲ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ବୃନ୍ଦ । ଅନ୍ୟପଟେ ପିଲାବେଳ ହଷ୍ଟେଲର ଯେଉଁ ବେଡ ଉପରେ ନିଜର ଜୀବନ ବିତାଇ ଥିଲେ ତାହା ଉପରେ ବସିଥିଲେ ରାଷ୍ଟ୍ରପତି ମୁର୍ମୁ । ଖୁବ ଭାବ ବିହ୍ଵଳ ହୋଇ ସ୍ମିତହାସ୍ୟ ମୁଂହରେ ଖେଳୁଥିଲା। ସେହିପରି ସକାଳ ସମୟରେ ଖଣ୍ଡଗିରି ସ୍ଥିତ ତପୋବନ ବିଦ୍ୟାଳୟ ଯାଇଥିଲେ ରାଷ୍ଟ୍ରପତି।

ଏହା ମଧ୍ୟ ପଢନ୍ତୁ-ଫଟୋରେ ଖବର: ୟୁନିଟ୍-୨ ସ୍କୁଲ ବୁଲି ପିଲାଦିନ ମନେପକାଇଲେ ରାଷ୍ଟ୍ରପତି, ନିଜର ଖଟରେ ବସିଲେ

ସୂଚନା ଯୋଗ୍ୟ, ଗତକାଲି ରାଷ୍ଟ୍ରପତି ଭୁବନେଶ୍ବରରେ ୧୦ଟା ୫୦ରେ ପହଞ୍ଚିଥିଲେ । ୧୧.୧୦ଟା ରୁ ଭୁବନେଶ୍ବର ରୁ ବାୟୁସେନାର ହେଲିକ୍ୟାପ୍ଟର ରେ ପୁରୀ ଯାଇ ଶ୍ରୀମନ୍ଦିର ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ପରେ ରାଜଭବନ ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସଜ ପ୍ରୀତି ଭୋଜନ କରି ଭୁବନେଶ୍ବର ଫେରିଥିଲେ । ସେହିପରି ୩ଟା ୩୦ରେ ଭୁବନେଶ୍ବର ରେ ପହଞ୍ଚିବା ପରେ ପ୍ରଥମେ ମ୍ୟୁଜିୟମ ଛକରେ ଥିବା ବକ୍ସିଜଗବନ୍ଧୁ ପ୍ରତିମୁର୍ତ୍ତିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପରେ ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ପରେ ଗୋପାବନ୍ଧୁ ଛକରେ ଗୋପବନ୍ଧୁ ଦାସ, ପାୱାର ହାଉସ ଛକରେ ରେ ଶ୍ରୀରାମଚନ୍ଦ୍ର ଭଞ୍ଜ, ନାଲକୋ ଛକରେ ଗଙ୍ଗାଧର ମେହେର , ନାଲକୋ ଛକରେ ଥିବା ସହିଦ ଲକ୍ଷ୍ମନ ନାଏକ , ସଲିଆସହି ହାତିଆଶୁଣି ରେ ଥିବା ବିର୍ଷାମୁଣ୍ଡା, ସିତନାଥ ବସ୍ତି ରାଘୁନାଥ ମୁର୍ମୁ ଙ୍କ ପ୍ରତିମୂର୍ତ୍ତି ରେ ଅର୍ପଣ କରିଥିଲେ ପୁଷ୍ପମାଲ୍ୟା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2022, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.