ETV Bharat / state

President Odisha Visit: ମଙ୍ଗଳବାର ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୋଲିସର କାରକେଡ ରିହଲସଲ

author img

By

Published : Jul 24, 2023, 12:09 PM IST

Updated : Jul 24, 2023, 2:15 PM IST

3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଜୋରଦାର ପ୍ରସ୍ତୁତି ହୋଇଛି । ତ୍ରୁଟିଶୂନ୍ୟ କାରକେଡ ଗସ୍ତ ନେଇ ପ୍ରସ୍ତୁତି ହୋଇଛି । ଅଧିକ ପଢନ୍ତୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ
preparation for President Odisha Visit
president draupadi murmu Odisha Visit

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଭୁବନେଶ୍ୱର କଟକରେ ଭଦ୍ରକରେ ମହାମହିମଙ୍କର ତିନିଦିନିଆ କାର୍ଯ୍ୟକ୍ରମ ରହିଛି । ମାଡାମ ପ୍ରେସିଡେଣ୍ଟଙ୍କ ତ୍ରୁଟିଶୂନ୍ୟ ଗ୍ରସ୍ତ ନେଇ ସବୁ ସ୍ତରରେ ଆୟୋଜନ ହୋଇଛି । ଏନେଇ ପୋଲିସ ପକ୍ଷରୁ ଟ୍ରାଫିକ ଓ ସୁରକ୍ଷା ଦାୟିତ୍ବକୁ ନେଇ ବେଶ ଚଳଚଞ୍ଚଳ ହୋଇଛି ପୋଲିସ ମହଲ । ଆଜି (ସୋମବାର) ଭୁବନେଶ୍ୱର ବିମାନ ବନ୍ଦରରୁ କାରକେଡ ରିହଲସଲ ହୋଇଛି ।

ଆସନ୍ତାକାଲି ଅର୍ଥାତ ଜୁଲାଇ ୨୫ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ । ଏହା ପରେ ପ୍ରଥମେ ରାଜଭବନ ପର୍ଯ୍ୟନ୍ତ ତାଙ୍କ କାରକେଡ ଗସ୍ତ କରିବ । ସେଠାରେ ରହଣି ପରେ ୨୬ରେ କଟକରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ ୨୭ରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ କାରକେଡ ରିହଲସଲ ଆରମ୍ଭ କରିଛି ପୋଲିସ । ଏୟାରପୋର୍ଟରୁ ରାଜଭବନ ଓ କଟକ ପର୍ଯ୍ୟନ୍ତ କାରକେଡ ଗସ୍ତର ପୁରା ରିହଲସଲ କରିଛନ୍ତି ପୋଲିସ ଅଧିକାରୀ । କାରକେଡରେ ରାଷ୍ଟ୍ରପତିଙ୍କ ସମେତ ପୋଲିସ ଅଫିସିଆଲ୍, ଫାୟାର ଟିମ୍ ଓ ଆମ୍ବୁଲାନ୍ସ ସଭିଙ୍କୁ ନିୟୋଜିତ କରାଯାଇଛି । ଏନେଇ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମରୁ ଟ୍ରାଫିକ ପରିଚାଳନା ଅପରେଟ ସହ ଏନେଇ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ ।

3 ଦିନିଆ ସୁରକ୍ଷା ବ୍ୟବସ୍ଥା ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ବରେ ୩୬ ପ୍ଲାଟୁନ ପୋଲିସ ସହ ୩ଟି କୁଇକ ରେସ୍ପନ୍ସ ଟିମ, ୨ଟି ଟେକ୍ନାକାଲ ୟୁନିଟ ନିୟୋଜିତ ରହିବେ । ୧୬୦ ଟ୍ରାଫିକ କର୍ମଚାରୀ ସହ ୧୫୦ ହୋମଗାର୍ଡ ମଧ୍ୟ ମୁତୟନ ରହିବେ । ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟର, ୧୨୦ ସବଇନ୍ସପେକ୍ଟର, ଏଏସଆଇ ମୁତୟନ ରହିବେ ।

୨୫ ତାରିଖରେ ରାଜଭବନରେ ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ ବା ପିଭିଟିଜି ପ୍ରତିନିଧିଙ୍କ ସହିତ ରାଷ୍ଟ୍ରପତିଙ୍କ ସାକ୍ଷାତ ଆଲୋଚନା କାର୍ଯକ୍ରମ ରହିଛି । ୨୬ ତାରିଖରେ କଟକର ଚଣ୍ଡିମନ୍ଦିର, ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ବାସଭବନ ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ ମାଡାମ ପ୍ରେସିଡେଣ୍ଟ । ସେହିଦିନ କଟକ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, କଟକର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକୋତ୍ସବରେ ସାମିଲ ହେବେ । ଏହା ବ୍ୟତୀତ ନଖରା ସ୍ଥିତ ବ୍ରହ୍ମକୁମାରୀ ଆଶ୍ରମ, ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ, ସମେତ ଅନ୍ୟାନ୍ୟ କିଛି ସ୍ଥାନକୁ ରାଷ୍ଟ୍ରପତି ଗସ୍ତ କରିବା ନେଇ ସୂଚନା ରହିଛି ।

ଏହା ବି ପଢନ୍ତୁ...26ରେ କଟକ ଆସିବେ ରାଷ୍ଟ୍ରପତି: ସଜାଗ CMC, ପ୍ରସ୍ତୁତିରେ ରହିବନି ତ୍ରୁଟି

ଏହା ବି ପଢନ୍ତୁ...President Odisha Visit: କଟକରେ ବିଭିନ୍ନ ସ୍ଥାନ ବୁଲିବେ ରାଷ୍ଟ୍ରପତି, ପ୍ରସ୍ତୁତି ଆରମ୍ଭ

ଏହି ତିନୋଟି ଅନୁଷ୍ଠାନକୁ ସରକାରୀ ସ୍ତରରେ ସୂଚିତ କରାଯାଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ସେହିପରି ୨୭ ତାରିଖରେ ଭୁବନେଶ୍ବର ତମାଣ୍ଡୋର ଦଶବାଟିଆରେ ବ୍ରହ୍ମାକୁମାରୀ ଆଶ୍ରମର ଲାଇଟ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାହିମ । ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାଠୁ ନେଇ ରାଷ୍ଟ୍ରପତି ଭବନକୁ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ରାଜ୍ୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଆନୁସଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଠକ କରି ବିସ୍ତୃତ ଆଲୋଚନା କରାଯାଇଛି । ରାଷ୍ଟ୍ରପତିଙ୍କର ରହଣି, ସୁରକ୍ଷା, କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ, ସ୍ବାସ୍ଥ୍ୟସେବା ଓ ଚିକିତ୍ସା, ଆମ୍ବୁଲାନ୍ସ, ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ତଦାରଖ, ପରିମଳ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ସହ ପ୍ରସ୍ତୁତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 24, 2023, 2:15 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.