ETV Bharat / state

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଗାଁଗାଁ ବୁଲି ସାଇକେଲ ଶୋଭାଯାତ୍ରା - ଚିଲିକା

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ସାଇକେଲ ଶୋଭାଯାତ୍ରା । ଅଧିକ ପଢନ୍ତୁ...

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ସାଇକେଲ ଶୋଭାଯାତ୍ରା

author img

By

Published : Nov 9, 2021, 2:25 PM IST

ଖୋର୍ଦ୍ଧା: ଶୀତ ଋତୁର ଆଗମନରେ ଚିଲିକାରେ ଦେଖିବାକୁ ମିଳେ ବିଦେଶୀ ପକ୍ଷୀଙ୍କ କୋଳାହଳ । ରଙ୍ଗ ବେରଙ୍ଗର ପକ୍ଷୀଙ୍କ ଆଗମନ ଚିଲିକାର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଥାଏ । ଏମାନଙ୍କ ସୁରକ୍ଷା ପାଇଁ ଆଗକୁ ଆସିଛି ପ୍ରେରଣା ଗ୍ରୀନ ଆର୍ମି । ବିଦେଶୀ ପକ୍ଷୀଙ୍କ ସ୍ବାଗତ କରିବା, ବୃକ୍ଷ ରୋପଣ କରିବା ସହ ପକ୍ଷୀ ଶିକାର ନ କରିବା ପାଇଁ ସଭା ଓ ଶୋଭାଯାତ୍ରା କରାଯାଇଛି ।

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ସାଇକେଲ ଶୋଭାଯାତ୍ରା

ଏସିଆ ମହାଦେଶର ସର୍ବଶ୍ରେଷ୍ଠ ହଦ୍ର ଚିଲିକା । ଏହା ଜୈବ ବିବିଧତାର କେନ୍ଦ୍ରସ୍ଥଳୀ। ପକ୍ଷୀଙ୍କ ଖାଦ୍ୟ ଅନ୍ବେଷଣ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ଏଠାକୁ ହଜାର ହଜାର ବିଦେଶୀ ପକ୍ଷୀ ଆସିଥାନ୍ତି । ପକ୍ଷୀଙ୍କୁ ସୁରକ୍ଷା ଦେଲେ ଏକ ସୁସ୍ଥ ସମାଜ ଗଠନ ହେବ । ପକ୍ଷୀଙ୍କ ସୁରକ୍ଷା ପାଇଁ ୧୦ ଗାଁ ବୁଲି ପ୍ରେରଣା ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରାରେ ଲୋକଙ୍କୁ ସଚେତନ କରାଯାଇଛି ।

ମଙ୍ଗଳାଯୋଡିର ପକ୍ଷୀ ବିହାରରେ କଲେଜ ବିଦ୍ୟାର୍ଥିମାନଙ୍କୁ ନେଇ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସଭାରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଜଟଣୀ ବିଧାୟକ ସୁର ରାଉତରାୟ ଟାଙ୍ଗି ବନାଞ୍ଚଳ ବନ୍ୟପ୍ରାଣୀ ବିଭାଗର ବନାଞ୍ଚଳ ଅଧିକାରୀ ଚୁଡାମଣି ମୁର୍ମୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍ତି। ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି। ଚିଲିକାରେ ପକ୍ଷୀମାନଙ୍କ ସୁରକ୍ଷାକୁ ନେଇ ସଚେତନତା ଓ ଚିଲିକାର କୂଳରେ ପ୍ରେରଣା ପକ୍ଷରୁ ବନୀକରଣ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.