ETV Bharat / state

ଆସନ୍ତାକାଲି ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି

ଆସନ୍ତାକାଲି (ଗୁରୁବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଅଧିକ ପଢନ୍ତୁ

author img

By

Published : Nov 9, 2022, 4:46 PM IST

Updated : Nov 9, 2022, 6:39 PM IST

ରାଷ୍ଟ୍ରପତିଙ୍କ ଗସ୍ତଆସନ୍ତାକାଲି ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ବର: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଶେଷ କରି ଟ୍ରାଫିକ ଟେନସନ କମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଟ୍ରାଫିକ ସମସ୍ୟା ଦେଖା ଦେଇପାରେ କାରଣ କଟକ ଓ ଭୁବନେଶ୍ବରେ ବାଲିଯାତ୍ରା ଆରମ୍ଭ ହୋଇଛି । ଏକା ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଟ୍ରାଫିକ ଟେନସନ ବଢିପାରେ ।

ଆସନ୍ତାକାଲି ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି

ରାଷ୍ଟ୍ରପତି ଭୁବନେଶ୍ବରରେ ଆସନ୍ତାକାଲି ସକାଳ 10ଟାରେ ପହଞ୍ଚିବେ । ଏହା ପରେ ପୁରୀ ଅଭିମୁଖେ ହେଲିକପ୍ଟରେ ବାହାରିବେ । ସେଠାରେ ମହାପ୍ରଭୂଙ୍କୁ ଦର୍ଶନ କରିବେ । ପରେ ଭୁବନେଶ୍ବର ବିମାନବନ୍ଦରରେ ୨ଟା ୫୦ରେ ପହଞ୍ଚିବେ । ଏହାପରେ ରାଜଭବନ ଗସ୍ତ କରିବେ । ୩ଟା ୧୫ରୁ ୪ଟା ୧୫ପର୍ଯନ୍ତ ଭୁବନେଶ୍ବରର ୬ଟି ବିଭିନ୍ନ ଛକରେ ଥିବା ୮ଟି ପ୍ରତିମୂର୍ତ୍ତିରେ‌ ମାଲ୍ୟାର୍ପଣ ପ୍ରଦାନ କରିବେ । ପ୍ରଥମେ କଳ୍ପନା ଛକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ପରେ ରାଜଭବନରେ ଥିବା ଉତ୍କଳମଣି ମଧୁସୁଦନ ଦାସ, ପରେ ଗୋପବନ୍ଧୁ ଛକରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସହ ପାଓ୍ବାର ହାଉସ ଛକରେ ଥିବା ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରିବେ ।

ପରେ ନାଲକୋ ଛକରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସହ ଉତ୍କଳ ହସ୍ପିଟାଲ ନିକଟ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ୬ଟି ଛକର ଅସମ୍ଭାଳ ଟ୍ରାଫିକ ସମସ୍ୟା ଦେଖା ଦେଇପାରେ । କାରଣ କଳ୍ପନା ଛକ, ଏଜି ଛକ , ରାଜଭଵନ, ପାଓ୍ବାର ହାଉସ ଛକ , ଜୟଦେବ ବିହାର ଛକ ସମେତ, ନାଲକୋ ଛକର ଟ୍ରାଫିକ ନିୟନ୍ତ୍ରଣ ସହ ପୋଲିସ ପାଇଁ କାଠିକର ପାଠ ହେବ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଅତିରିକ୍ତ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।

ବ୍ଲୁ ବୁକ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ 55 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । କମିଶନରେଟ୍ ପୋଲିସର ବଛା ବଛା ଅଫିସର ସହ ୭ମ ବାଟାଲିୟନ , ରିଜର୍ଭ ବାଟାଲିୟନ (IRB) ,ସ୍ବତନ୍ତ୍ର ସୁରକ୍ଷା ବଳ(SSB),ଓଡ଼ିଶା ଆର୍ମ ପୋଲିସ ଫୋର୍ସ(OAPF),ସହ ଅତିରିକ୍ତ ୩ୟ ବାଟାଲିୟନ କୋରାପୁଟ, ଖୋର୍ଦ୍ଧା ବାଟାଲିୟନ ,ସମେତ ମୋଟ ୫୫ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଗୋଟିଏ ପ୍ଲାଟୁନରେ ୨୫ରୁ ୩୦ଜଣ ଯବାନ ରହିବେ । ଏହା ସହ ୨୨ଜଣ ଅତିରିକ୍ତ ଡିସିପି ସହ ୫୬ଜଣ ଡିଏସପି, ୬୨ଜଣ ଇନସ୍ପେକ୍ଟର ଓ ୨୦୦ଜଣ ଏସ ଆଇ ଓ ଏସଆଇ ମୁତୟନ ରହିବେ। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାଡ,ବମ ସ୍କ୍ବାଡ, ଆମ୍ବୁଲାନ୍ସ, ଫାୟାର ସର୍ଭିସ୍ ମଧ୍ୟ ସାମିଲ ହେବେ । ଆଜି ଏ ନେଇ ଫୁଲ ଡ୍ରେସ ରିହର୍ସଲ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 9, 2022, 6:39 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.