ETV Bharat / state

୨୯ରେ ଉତ୍କଳ ବିଶ୍ବବିଦ୍ୟାଳୟ ଆସିବ NAAC ଟିମ୍, A++ ମାନ୍ୟତା ପାଇଁ ଚାଲିଛି ପ୍ରୟାସ

author img

By

Published : Mar 18, 2023, 6:44 PM IST

ଆସନ୍ତା ୨୯ରୁ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ଥିତି ପରଖିବ NAAC ଟିମ୍ । ଚଳିତ ଥର ବିଶ୍ବବିଦ୍ୟାଳୟ A++ ମାନ୍ୟତା ଜାରି ରଖିଛି ପ୍ରୟାସ । ଅଧିକ ପଢନ୍ତୁ

Utkal University
Utkal University
୨୯ରେ ଉତ୍କଳ ବିଶ୍ବବିଦ୍ୟାଳୟ ଆସିବ NAAC ଟିମ୍

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟକୁ ଆସିବେ ନାକ୍ ଟିମ । ଆସନ୍ତା ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ଥିତି ପରଖିବ ଟିମ । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଉତ୍କଳ ବିଶ୍ବବିଦ୍ୟାଳୟକୁ ନୂଆ ରୂପରେ ସଜାଯାଉଛି। ନାକ୍ ଏ++ ମାନ୍ୟତା ପାଇଁ ବିଶ୍ବବିଦ୍ୟାଳୟ ଜାରି ରଖିଛି ପ୍ରୟାସ । ତେବେ କିଛି ବର୍ଷ ପରେ ପୁଣି ନାକ୍‌ ଟିମ୍‌ ଗସ୍ତକୁ ନେଇ ସମସ୍ତେ ଏ+ + ମିଳିବା ନେଇ ଆଶାବାଦୀ ରହିଛନ୍ତି ।

ଏପଟେ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକଠାରୁ ଆରମ୍ଭ କରି କାନ୍ଥ ବାଡ଼ ବିଲ୍ଡିଂ ଓ ବିଭିନ୍ନ ପ୍ରୋଜେକ୍ଟ ଉପରେ ବେଶ ଧ୍ୟାନ ଦିଆଯାଉଛି । ପ୍ରଥମ କରି ଉତ୍କଳ ବିଶ୍ବବିଦ୍ୟାଳୟକୁ ୨୦୧୬ ମସିହାରେ ନାକ୍‌ ବିଶ୍ବବିଦ୍ୟାଳୟକୁ ଏ+ ଗ୍ରେଡ ମାନ୍ୟତା ଦେଇଥିଲା । ତେବେ ଦୀର୍ଘ ବର୍ଷ ପରେ ନାକ୍‌ ଗସ୍ତକୁ ନେଇ ସମସ୍ତେ ଏ+ + ମିଳିବା ନେଇ ଆଶାବାଦୀ ରହିଛନ୍ତି । ତେବେ ଏହି ଗ୍ରେଡ ବିଶ୍ବବିଦ୍ୟାଳୟର ପାଠପଢା ସହିତ ଗବେଷଣା ଭିତ୍ତିଭୂମି ଆଦି ପରଖିବେ ନାକ୍‌ ଟିମ । ଉତ୍କଳ ବିଶ୍ବବିଦ୍ୟାଳୟ ରାଜ୍ୟର ଏକ ପୁରାତନ ବିଶ୍ବବିଦ୍ୟାଳୟ । ଏହାରି ମଧ୍ୟରେ ଅନେକ ବିଲ୍ଡିଂ ହୋଇଛି, ଅନେକ ଭିତ୍ତିଭୂମି ବିକାଶ ହୋଇଛି । ହେଲେ ଏବେ ବି ଅନେକ ସ୍ଥାନ ଜରାଜୀର୍ଣ୍ଣ ଭାବରେ ପଡ଼ି ରହିଛି । ତେବେ ଏହାକୁ ପୁନରୁଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ । ଏପଟେ ପୁରାତନ ସେଣ୍ଟ୍ରାଲ କ୍ୟାଣ୍ଟିନକୁ ନବକଳେବର କରାଯାଉଛି । ଚାରିପାଖ ପାଚେରୀ କରାଯାଉଛି । କ୍ୟାମ୍ପସର ଅନେକ ସ୍ଥାନରେ ଗଛ ଲଗାଯାଇଛି । କ୍ୟାମ୍ପସରେ ଥିବା ଜଙ୍ଗଲଗୁଡ଼ିକକୁ ସଫା କରି ପରିଷ୍କାର ପରିଚ୍ଛନ୍ନ କରାଯାଉଛି । ଏହାସହ ସମସ୍ତ ବିଭାଗଗୁଡ଼ିକର ବିଲ୍ଡିଂକୁ ରଙ୍ଗ କରାଯିବା ସହ ନାମଫଳକ ମଧ୍ୟ ସଠିକ ଭାବରେ ଲଗାଯାଇଛି।

ଏହା ବି ପଢନ୍ତୁ- ଦେଶରେ ନିଶା କାରବାର ଅତ୍ୟନ୍ତ ଚିନ୍ତାଜନକ: SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ

ଇତିମଧ୍ୟରେ ବିଶ୍ବବିଦ୍ୟାଳୟର ୱେବସାଇଟକୁ ପରିବର୍ତ୍ତନ କରାଯାଇଛି । ସମସ୍ତ ପ୍ରକାରର ସୂଚନା ମିଳିବା ସହ ପୁରାତନ ଛାତ୍ର ଛାତ୍ରୀଙ୍କ ମଧ୍ୟ ଫଟୋ ସହ ତଥ୍ୟ ପ୍ରଦାନ କରାଯାଇଛି । ସୂଚନା ଥାଉ କି ଉତ୍କଳ ବିଶ୍ବବିଦ୍ୟାଳୟରେ ୧୫ଟି ପିଜି କଳା ବିଭାଗ ରହିଥିବା ବେଳେ ସାଇନ୍ସରେ ରହିଛି ୧୪ଟି ବିଭାଗ ଏବଂ ବାଣିଜ୍ୟରେ ରହିଛି ୩ଟି ବିଭାଗ । ଏପଟେ ଏମଫିଲରେ ୨୫ଟି ବିଭାଗ ରହିଥିବା ବେଳେ Ph.Dରେ ରହିଛି ୩୭ଟି ବିଭାଗ ।

ବିଶ୍ବବିଦ୍ୟାଳୟର ଜଣେ ଛାତ୍ର କହିଛନ୍ତି, "ଉତ୍କଳ ବିଶ୍ବବିଦ୍ୟାଳୟ ପୁରାତନ ଶିକ୍ଷାନୁଷ୍ଠାନ । ତେବେ ନାକ୍‌ ଟିମ ଆସିବା ପୂର୍ବରୁ ଚାଲିଛି ଜୋରଦାର ପ୍ରସ୍ତୁତି । ହେଲେ ବିଶ୍ବବିଦ୍ୟାଳୟର କାନ୍ଥ ପାଚେରୀରେ ଏମିତି ସାଧାରଣ ଭାବରେ ରଙ୍ଗ ଦିଆଯାଉଛି । ଏହି କାନ୍ଥରେ ଓଡ଼ିଆ ମହାପୁରୁଷ, ସ୍ଵାଧୀନତା ସଂଗ୍ରାମୀ, ଶିକ୍ଷାବିତ ଓ କ୍ରୀଡାବିତମାନଙ୍କର ଚିତ୍ର ରହିବା ଆବଶ୍ୟକ । ଏପଟେ ନାକ୍‌ ଟିମ ଗସ୍ତକୁ ନେଇ ଅନେକ ଗଛ ମଧ୍ୟ ବଳି ପଡ଼ିଛି । ଯାହା ସବୁଜ କ୍ୟାମ୍ପସଠାରୁ ଦୂରେଇ ଯାଉଛି ।" ନାକ୍‌ ଟିମ ପ୍ରତି ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟର ପରିବେଶ, ପାଠପଢା ଶୈଳୀ ଆଦି ଅନେକ ଦିଗକୁ ପରଖିବା ପରେ ଉକ୍ତ ଶିକ୍ଷାନୁଷ୍ଠାନକୁ ଗ୍ରେଡ ମିଳିଥାଏ । ଏହି ଗ୍ରେଡ ଅନୁସାରେ ଶିକ୍ଷାନୁଷ୍ଠାନରେ ବିକାଶମୂଳକ କାର୍ଯ୍ୟ କରାଯାଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.