ETV Bharat / state

ବାତ୍ୟା ମୁକାବିଲା ପ୍ରସ୍ତୁତି, 855 ବାତ୍ୟା ଆଶ୍ରୟସ୍ଥଳୀକୁ 86 ହଜାର ହେବେ ସ୍ଥାନନ୍ତରିତ - ଖୋର୍ଦ୍ଧାରେ ବାତ୍ୟା ଆମ୍ଫାନ ଅପଡେଟ

ବାତ୍ୟା ଅମ୍ଫାନ ପାଇଁ ପ୍ରସ୍ତୁତ ରହିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଅମ୍ଫାନକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ଥିବା କହିଛନ୍ତି ଜିଲାପାଳ ସିତାଶୁଂ କୁମାର ରାଉତ ।

cyclone Amphan in khurdha
ଖୋର୍ଦ୍ଧାରେ ବାତ୍ୟା ଆମ୍ଫାନ ଅପଡେଟ
author img

By

Published : May 19, 2020, 2:59 PM IST

ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ପ୍ରସ୍ତୁତ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଅମ୍ଫାନକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ । ସେହିପରି ବାତ୍ୟାର ବିଶେଷ ପ୍ରଭାବ ଜିଲ୍ଲାରେ ନଥିବା ବେଳେ କେବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗରୁ ସୂଚନା ମିଳିଛି । ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ଜିଲାରେ 855ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଥିବା ବେଳେ ପ୍ରାୟ 46ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ପାଇଁ ପ୍ରଶାସନ ପ୍ରସ୍ତୁତି କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରେ ବାତ୍ୟା ଆମ୍ଫାନ ଅପଡେଟ

ସେହିପରି ଆବଶ୍ୟକ ପଡ଼ିଲେ ମାଟିକାନ୍ଥ ଘର ଓ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପ୍ରାଥମିକ ସ୍ତରରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଆଶ୍ରୟ ସ୍ଥଳୀରେ ଯେପରି ବିସ୍ଥାପିତଙ୍କର କୌଣସି ସମସ୍ୟା ନହେବ ସେଥିପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଚିଲିକା ତଟବର୍ତୀ ଅଂଚଳର ଲୋକମାନଙ୍କୁ ଚିଲିକା ଭିତରକୁ ନଯିବା ପାଇଁ ସତର୍କ କରାଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.