ଭୁବନେଶ୍ବର: ଚଳିତ ବର୍ଷ 26 ତାରିଖରେ ବିଜୁ ଜନତା ଦଳକୁ 25 ବର୍ଷ ପୁରି 26 ବର୍ଷ ଚଲିବ । ଏନେଇ ପୁରୀ ତାଳବଣିଆରେ ବିଜେଡି ନେତାଏ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ମହା ଆଡମ୍ବରରେ ସିଲଭର ଜୁବଲି ପାଳନ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦଳର ଶୀର୍ଷ ନେତୃତ୍ବ ଓ ଛାମୁଆ ସଂଗଠନମାନେ ବସି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ କରିଥିବା ସମସ୍ତ ଜନହିତକର ଯୋଜନା କିଭଳି ତ୍ରୁଣମୂଳ ସ୍ତରରେ ପହଞ୍ଚିବ ସେଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତି ଚାଲିଛି ।
ଆସନ୍ତା ୨୬ ଡିସେମ୍ବରରେ ୨୫ ବର୍ଷରେ ପାଦ ଥାପିବ ବିଜୁ ଜନତା ଦଳ । ଚଳିତ ବର୍ଷ ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ ପାଇଁ ଦଳ ନିଷ୍ପତ୍ତି ନେଇଛି । ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ଶୁକ୍ରବାର ନବୀନ ନିବାସରେ ବସିଛି ପ୍ରସ୍ତୁତି ବୈଠକ । ପ୍ରତିଷ୍ଠା ଦିବସ ଉପଲକ୍ଷେ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ତୃଣମୂଳସ୍ତରରୁ ଆରମ୍ଭ କରି ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଦିବସ ପାଳନ ହେବ । ଆସନ୍ତା ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟସ୍ତରରେ ଅନେକ ନେତା ଓ କର୍ମୀ ଯୋଗଦେବେ । ଅନ୍ୟପଟେ ଆଗାମୀ 15ଦିନ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏହି ସମାରୋହ ପାଳନ କରାଯିବ ।