ETV Bharat / state

ଗର୍ଭବତୀ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ପରେ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

pregnant woman was allegedly beaten to death

author img

By

Published : Aug 13, 2023, 2:24 PM IST

pregnant woman was allegedly beaten to death

ଖୋର୍ଦ୍ଧା: ଶ୍ବଶୁର ଘରେ ବୋହୂକୁ ହତ୍ୟା । ଗର୍ଭବତୀ ମହିଳାଙ୍କୁ ପିଟିପିଟି ହତ୍ୟା କରିଥିବା ଥାନାରେ ଅଭିଯୋଗ । ଶ୍ବଶୁର ଘର ଲୋକେ 6 ମାସର ଗର୍ଭବତୀ ବୋହୂକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗଡ ସାହିରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଥାନାରେ ଅଭିଯୋଗ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ମହିଳାଙ୍କ ସ୍ବାମୀକୁ ଅଟକ ରଖିଛି ପୋଲିସ । ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଅଧିକ ଯୌତୁକ ଦାବି କରି ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ବୋହୂକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଉଥିଲେ ଶାଶୂଘର !

ମିଳିଥିବା ସୂଚନା ଅନୁଯାୟୀ, ଗତ ଫେବୃୟାରୀ ମାସ 10 ତାରିଖ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟଙ୍କ ଝିଅ ଅହଲ୍ୟା ନିଜିଗଡ ତାପଙ୍ଗର ରଘୁନାଥ ପାହାନ୍ତା ସିଂହଙ୍କ ପୁଅ ସର୍ବେଶ୍ୱରଙ୍କୁ ବିବାହ କରିଥିଲେ । ସେ 6 ମାସର ଗର୍ଭବତୀ ଥିଲେ । ବାହାଘର ସମୟରେ ପୁଅ ଘର ପକ୍ଷରୁ ଯୌତୁକ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ଅହଲ୍ୟାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ଶ୍ବଶୁର ଘର ଲୋକେ । ଏପରିକି ମୃତକ ମହିଳାଙ୍କୁ ତାଙ୍କ ପରିବାର ସହ କଥା ହେବାକୁ ଦେଉନଥିବା କହିଛନ୍ତି ମୃତକଙ୍କ ମାଆ ।

ଏହା ମଧ୍ୟ ପଢନ୍ତୁ-ବୋହୂକୁ ଜାଳିଦେଲେ ଶାଶୁଘର ଲୋକେ, ଅଧାପୋଡା ଗୋଡ ଧରି ଥାନାରେ ପହଞ୍ଚିଲା ବାପା

ଗତକାଲି (ଶନିବାର) ଅପରାହ୍ନରେ ଜ୍ବାଇଁ ଫୋନ କରି ଶ୍ବଶୁର ଘର ଲୋକଙ୍କୁ କହିଥିଲେ ଝିଅର ଦେହ ଖରାପ ଅଛି, ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଅହଲ୍ୟାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମେଡ଼ିକାଲରେ ଝିଅକୁ ଭର୍ତ୍ତି କରି ଶ୍ବଶୁର ଘର ପରିବାର ଲୋକେ ଫେରାର ହୋଇଯାଇଥିଲେ । ପରେ ମୃତକଙ୍କ ବାପା ଘର ଲୋକେ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହି ହତ୍ୟାକଣ୍ଡରେ ଶ୍ବଶୁର, ଜ୍ବାଇଁ, ଶାଶୁ, ନଣଦ, ନଣନ୍ଦେଇ ଓ ଦିଅର ସାମିଲ ଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ମୃତ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖିଛି । ପଚରାଉଚରା ପରେ ଅହଲ୍ୟାଙ୍କ ମୃତ୍ୟୁ ରହସ୍ୟ ସାମ୍ନାକୁ ଆସିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.