ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା ହେବା ଏକ ବଡ଼ ପଦକ୍ଷେପ। ଦେଶରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଦ୍ଵାରା ଚାଷୀଙ୍କ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଆଜି ପିପିଲି ନିର୍ବାଚନ ମଣ୍ଡଳୀରେ ଏହାକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ବିଜେପି ଉପ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ସାରା ଦେଶରେ ଅଢ଼େଇ ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଖୋଲାଯିବ । ଦେଶ ବ୍ୟାପି ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ୨୫ ହଜାର ସେଣ୍ଟରକୁ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ମୁଖ୍ୟତଃ ଟାର୍ଗେଟ ରହିଛି ଏହାଦ୍ବାରା ଚାଷୀ ରୋଜଗାରକୁ ଦ୍ଵିଗୁଣା କରିବା । ସର୍ବନିମ୍ନ ଦ୍ଵିଗୁଣା କଲେ ଚାଷୀ ତା ନିଜ ଗୋଡ଼ରେ ଛିଡା ହୋଇପାରିବ । ସେଥିପାଇଁ ୧୩୧୦ ଟଙ୍କାରୁ ୨୧୮୩ ଟଙ୍କା ମିନିମମ୍ ସପୋର୍ଟ ପ୍ରାଇସ ବଢ଼ାଇଲେଣି । ଆଜି ଚାଷୀଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ୧୪ ତମ କିସ୍ତି ଦିଆଯାଇଛି । ଦୁଇ ହଜାର ଟଙ୍କା ଲେଖାଏଁ କିଷାନ ସମ୍ମାନ ଯୋଜନାରେ ଚାଷୀଙ୍କୁ ଅର୍ଥ ପ୍ରଦାନ କରାଯାଉଛି । ଦୁଇ ଲକ୍ଷ ୨୫ ହଜାର କୋଟି ଟଙ୍କା କିଷାନ ସମ୍ମାନ ଯୋଜନାରେ ୧୪ଟା କିସ୍ତିରେ ଅର୍ଥ ପ୍ରଦାନ କରାଯାଇଛି । ଆଜି ଯେଉଁ ୧୭ ହଜାର କୋଟି ଦିଆଗଲା ତାହା ହେଉଛି ଗୋଟିଏ କିସ୍ତି । ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରରେ ୟୁରିଆ ଗୋଲ୍ଡ ଉଦଘାଟନ କରିଛନ୍ତି । ଉର୍ବରତା କମି ଯାଉଥିଲା । କୃଷକମାନକଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ସବ୍ସିଡି ପ୍ରଦାନ କରାଯାଉଛି । ଯାହାଦ୍ବାରା ଚାଷୀ କୂଳଙ୍କ ଉନ୍ନତି ହେବ । ସେହିପରି ଆମେ ଯଦି କହିବା କ୍ଷେତରେ ୟୁରିଆ ଗୋଲ୍ଡ ପଡିଲେ ଗୋଟେ ପରିବର୍ତ୍ତନ ହେବ । ପୂର୍ବରୁ ଯେଭଳି ପାଞ୍ଚ ପ୍ରତିଶତ ଉତ୍ପାଦନ କମି ଯାଉଥିଲା । ପନ୍ଦର ପ୍ରତିଶତ ମୃତିକାର କ୍ଷୟ ହେଉଥିଲା । ଏବେ ଆଉ ମୃତ୍ତିକାର କ୍ଷୟ ହେବ ନାହିଁ ବରଂ ଉର୍ବର ହେବ । ତାସହ ୧୫ ପ୍ରତିଶତ ଉତ୍ପାଦନ ବଢିବ ।"
ଏହି କେନ୍ଦ୍ରରେ ଯେଉଁ ଚାଷ ଉପଯୋଗୀ ଯନ୍ତ୍ରପାତି ରହିବ, କର୍ମଶାଳା ହେବ, ଚାଷୀଙ୍କୁ ସଚେତନ କରାଯିବ, ବିହନ କେନ୍ଦ୍ର ହେବ । ଆଜି ଯେଉଁ ଏକ ଲକ୍ଷ ୨୫ ହଜାର ୟୁନିଟ ଖୋଲା ଯାଇଛି । ଏହା ଚାଷ ଏବଂ ଚାଷୀ କୂଳଙ୍କ ପାଇଁ କାମ କରିବ । ପୂର୍ବରୁ ସାତ ମାସ ଧରି ପାଇଲଟ ପ୍ରୋଜେକ୍ଟ ଚାଲିଥିଲା । ଏହି ପ୍ରକଳ୍ପ ସଫଳ ହେବା ପରେ ଆଜି ଦେଶ ବ୍ୟାପି ଏଭଳି କେନ୍ଦ୍ର ଖୋଲା ଯାଇଛି । ଖୁବ କମ ଦିନ ଭିତରେ ଆଉ ଏକ ଲକ୍ଷ ୨୫ ହଜାର କେନ୍ଦ୍ର ଉଦଘାଟିତ ହେବ । କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା ହେବା ଏକ ବଡ଼ ପଦକ୍ଷେପ । ଦେଶରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଷାନ ସମୃଦ୍ଧିରେ ଏହା ହେଉଛି ଏକ ବଡ ପଦକ୍ଷେପ । ଏହା ଚାଷୀଙ୍କୁ ବିପ୍ଳବ ସୃଷ୍ଟି କରିବ ।
କେନ୍ଦ୍ର ସରକାର ଚାଷୀ ମାନଙ୍କ ପାଇଁ ଯାହା ସବୁ ଯୋଜନା କରିଛନ୍ତି ତାହା ଗୋଟେ ଘର ତଳେ ପାଇ ପାରିବେ। ଚାଷୀ ମାନେ କିପରି ଅଧିକ ଲାଭଦାୟକ ହେବେ ତାର ତାଲିମ୍ ଦିଆଯିବ। ତେଣୁ ସମୃଦ୍ଧି କେନ୍ଦ୍ର ଗାଁ ମାନଙ୍କରେ ହେଲେ ବହୁତ ଲାଭଦାୟକ ହେବ।
ଇଟିଭି ଭାରତ, ଭୁବନେଶ୍ବର