ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ବାଦ ପଡ଼ିବେ ଅଯୋଗ୍ୟ, ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଲାଭ - ହିତାଧିକାରୀଙ୍କୁ ମିଳିବ ୱାର୍କ ଅର୍ଡର

ଯୋଗ୍ୟ ହିତାଧିକାରୀଙ୍କୁ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର । 9.59 ଲକ୍ଷ ହିତାଧିକାରୀଙ୍କୁ ମିଳିବ ୱାର୍କ ଅର୍ଡର । କିଏ ପଡ଼ିବେ ବାଦ, କାହାକୁ ମିଳିବ ଘର ଜାଣିବା ପାଇଁ ଅଧିକ ପଢ଼ନ୍ତୁ ।

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

author img

By

Published : Jan 16, 2023, 12:47 PM IST

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀଙ୍କୁ ମିଳିବ ୱାର୍କ ଅର୍ଡର । ଯୋଜନାର ହିତାଧିକାରୀଙ୍କୁ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର । ସର୍ବସାଧାରଣଙ୍କ ଅବଗତି ଓ ଅଭିଯୋଗ ପାଇଁ ଆସନ୍ତାକାଲିଠାରୁ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ପଞ୍ଚାୟତୱାରୀ ପ୍ରଦର୍ଶିତ କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି । ଉପସ୍ଥିତ ଥିଲେ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଓ ଗ୍ରାମୀଣ ଉପ-ସଚିବ କୁଳମଣି ମିଶ୍ର ।

ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ଫ୍ଲାଗ୍‌ସିପ୍‌ ଯୋଜନା । ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନର ଅନୁପାତ ହେଉଛି 60:40 । ଯେଉଁ ହିତାଧିକାରୀମାନେ 4 ମାସରେ ଗୃହ ନିର୍ମାଣ କରିଦେଉଛନ୍ତି ତାଙ୍କୁ 20 ହଜାର ଓ 6 ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ 10 ହଜାର ଟଙ୍କା ସ୍ୱତନ୍ତ୍ର ରାଶି ଦିଆଯାଉଛି । ରାଜ୍ୟ ସରକାର ନିଜ ପାଣ୍ଠିରୁ ଏହି ରାଶି ପ୍ରଦାନ କରୁଛନ୍ତି । ସେହିପରି ଯୋଜନା ବାବଦରେ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି ।

ସାଧାରଣ ଅଞ୍ଚଳରେ PMAYରେ ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ପାହାଡ଼ିଆ ଅଞ୍ଚଳ ଲାଗି ୧ ଲକ୍ଷ ୩୦ ହଜାର ଟଙ୍କା ହିତାଧିକାରୀଙ୍କୁ ଦିଆଯାଉଛି । ହିତାଧିକାରୀଙ୍କୁ ନରେଗା ତରଫରୁ ସାଧାରଣ ଅଞ୍ଚଳରେ ୯୦ ଦିନ ଓ ପାହାଡିଆ ଅଞ୍ଚଳ ଲାଗି ୯୫ ଦିନ ଲାଗି ଅତିରିକ୍ତ ମଜୁରୀ ପ୍ରଦାନ କରାଯାଏ । ଯାହା ପାଖାପାଖି ୨୦ରୁ ୨୨ ହଜାର ଟଙ୍କା । ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ପାଇଖାନା ତିଆରି ଲାଗି 12 ହାଜର ଟଙ୍କା ପ୍ରଦାନ କରାଯାଏ । ଯଦି ଏହି ସବୁକୁ ମିଶାଇ ଦିଆଯାଏ ତେବେ ଗୋଟିଏ ଘର ପାଇଁ ଜଣେ ହିତାଧିକାରୀ ଘର ନିର୍ମାଣ, ନରେଗାରେ କାର୍ଯ୍ୟ ଏବଂ ଶୌଚାଳୟ ନିର୍ମାଣ ମିଶାଇଲେ ୧ ଲକ୍ଷ ୫୦ ହଜାରରୁ ୧ ଲକ୍ଷ ୬୦ ହଜାର ଟଙ୍କା ପାଉଛନ୍ତି । ରାଜ୍ୟରେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀଙ୍କୁ ୱାର୍କ ଅର୍ଡର ପ୍ରଦାନ କରାଯିବ ।

୮.୧୭ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ୧.୪୨ ଲକ୍ଷ ବାତ୍ୟା ଫନି ପ୍ରଭାବିତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୱାର୍କ ଅର୍ଡର ଦିଆଯିବ । ପୂର୍ବରୁ ଏ ନେଇ ସର୍ଭେ କରି ବିଭାଗ ପ୍ରାୟ ୧୨ ଲକ୍ଷ ୨୫ ହଜାର ଚିହ୍ନଟ ହୋଇଥିଲେ । ତଦନ୍ତ ପରେ ଏହି ସଂଖ୍ୟା ପାଖାପାଖି ୧୨ ଲକ୍ଷରେ ପହଞ୍ଚିଛି । ୱାର୍କ ଅର୍ଡର ଦେବା ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟାକୁ ବିଭାଗ ଗୁରୁତ୍ୱ ଦିଆଯାଉଛି । ଯୋଗ୍ୟ ହିତାଧିକାରୀ ସ୍ବଚ୍ଛତାର ସହ ଚୟନ କରିବା ଦିଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଉଛି । ଅଯୋଗ୍ୟଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।

ଗ୍ରାମସଭାରେ ଯୋଗ୍ୟ ପରିବାରଙ୍କ ତାଲିକା ଅନୁମୋଦନ ପରେ ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ତାଲିକା ଆସନ୍ତାକାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡ଼ି, ସ୍କୁଲ ଓ ଗ୍ରାମର ପ୍ରମୁଖ ସ୍ଥାନରେ ସର୍ବସାଧାରଣଙ୍କ ଲାଗି ପ୍ରଦର୍ଶିତ ହେବ । ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥାଏ ତେବେ ଜନସାଧାରଣ ନିର୍ଦ୍ଦିଷ୍ଟ ଅଯୋଗ୍ୟ ପରିବାରଙ୍କ ନାମରେ ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗଗୁଡ଼ିକର ଉପଯୁକ୍ତ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ।

ଅଭିଯୋଗ ଦାଖଲ ପାଇଁ ଉଦ୍ଦିଷ୍ଟ ଅଭିଯୋଗ ଦରଖାସ୍ତ ଫର୍ମକୁ ପୂରଣ କରି ନିଜ ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ଅଭିଯୋଗ ବାକ୍ସରେ ଅଭିଯୋଗକାରୀ ନିଜ ଅଭିଯୋଗ ଦାଖଲ କରିପାରିବେ । କିମ୍ବା ଫୋନ୍ ଦ୍ବାରା ଟୋଲ ଫ୍ରି ନମ୍ବର: ୧୮୦୦୩୪୫୬୭୭୦ ବା ୧୫୫୩୩୫ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିପାରିବେ । ଅଥବା ଅନଲାଇନ ମାଧ୍ୟମରେ https://www.rhodisha.gov.in ପୋର୍ଟାଲର 'ଅଭିଯୋଗ ଦାଖଲ'କୁ କ୍ଲିକ୍ କରି ନିଜର ମୋବାଇଲ ନମ୍ବର ପଞ୍ଜୀକୃତ କରି ନିଜ ନାମ, ବ୍ଲକ, ଗ୍ରାମପଞ୍ଚାୟତ ଆଦି ଠିକଣା ଦେଇ ଅଯୋଗ୍ୟ ପରିବାରଙ୍କ ସମ୍ପର୍କରେ ମଧ୍ୟ ଅଭିଯୋଗ କରାଯାଇପାରିବ ।

ଏହି ଅଭିଯୋଗ ଆସନ୍ତା ଜାନୁଆରୀ ୨୪ ତାରିଖ ସୁଦ୍ଧା କରାଯାଇପାରିବ । ପ୍ରାପ୍ତ ଅଭିଯୋଗଗୁଡ଼ିକର ତଦନ୍ତ କରାଯିବ । ତଦନ୍ତ ଲାଗି ଗଠିତ ହୋଇଥିବା କମିଟିରେ ସମ୍ପୃକ୍ତ ପଞ୍ଚାୟତର PEO କିମ୍ବା GRS ଏବଂ ସେ ପଞ୍ଚାୟତ ଦାୟିତ୍ୱରେ ନଥିବା ଉକ୍ତ ବ୍ଲକର ୨ ଜଣ ଅଧିକାରୀ ରହିବେ । ତଦନ୍ତ ପରେ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ପରିବାରଙ୍କ ନାମ କାଟି ସମସ୍ତ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବ । ଗ୍ରାମସଭା ଉକ୍ତ ତାଲିକାକୁ ଅନୁମୋଦନ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଗ୍ରାମୀଣ ରୋଜଗାରକୁ ବୁଷ୍ଟ୍‌ କରିବ । ଏହାର ଭ୍ୟାଲୁ ହେଉଛି ୧୨ ହଜାରରୁ ୧୩ ହଜାର କୋଟି ଟଙ୍କା । ଆସନ୍ତା 6ରୁ 8 ମାସ ମଧ୍ୟରେ ଏହି ଟଙ୍କା ଗ୍ରାମାଞ୍ଚଳ ଅର୍ଥନୀତିକୁ ସମୃଦ୍ଧ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.