ETV Bharat / state

ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି: ପ୍ରଦୀପ

Pradeep Purohit Writes to CM: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ। ପଦ୍ମପୁର ପାଇଁ ଥିବା ଦାବି ଗୁଡିକୁ ନିର୍ବାଚନ ପୂର୍ବରୁ ପୂରଣ କରିବାକୁ ସେ ଚିଠିରେ ଲେଖିଛନ୍ତି।

author img

By ETV Bharat Odisha Team

Published : Jan 6, 2024, 10:22 PM IST

Pradeep Purohit
Pradeep Purohit
Pradeep Purohit

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ। ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ପୂରଣ କରିନାହାନ୍ତି। ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି ପ୍ରଦୀପ ପୁରୋହିତ। "ପଦ୍ମପୁର ସବଡିଭିଜନକୁ ଜିଲ୍ଲା ମାନ୍ୟତା , ଚାଷୀଙ୍କୁ ଇନପୁଟ ସବସିଡି ବାବଦରେ ୨ ଶହ କୋଟି ଟଙ୍କା, ପଦ୍ମପୁରରେ ବନ୍ଦ ଥିବା 60 ଟି ପ୍ରାଥମିକ ବିଦ୍ୟାଳୟ ଖୋଲିବା ଏବଂ ମଣ୍ଡିରୁ ଧାନ ଉଠୁନି, ବୋନସ ଘୋଷଣା ଗଲା କୁଆଡେ?" ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏହି ଦାବି ଗୁଡିକୁ ନିର୍ବାଚନ ପୂର୍ବରୁ ପୂରଣ କରିବାକୁ ସେ ଚିଠିରେ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିିତିରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ରଙ୍କୁ ଦାବିପତ୍ର ଦେଇଛନ୍ତି। ସେ କହିଛନ୍ତି, "ଉପନିର୍ବାଚନ ବେଳେ ବିଜୁ ଜନତା ଦଳ ଭୋଟ ହାତେଇବା ପାଇଁ ବିିଭିନ୍ନ ଯୋଜନା ଘୋଷଣା କରିବା ସହ ଲୋକଙ୍କୁ ଭୂଆଁ ବୁଲାଇଥାଏ। ବାସ୍ତବରେ ନିର୍ବାଚନ ସରିଲେ ମୁଖ୍ୟମନ୍ତ୍ରୀ ସମସ୍ତ କଥା ଭୁଲିଯାଇଥାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହା ଚିରାଚରିତ ଅଭ୍ୟାସ । ସେହିପରି ଗତ ଡିସେମ୍ବର ୨୦୨୨ମସିହାରେ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ୩ଟି ସ୍ଥାନ ଯଥା,ପଦ୍ମପୁର, ପାଇକମାଳ ଓ ଝାଡବନ୍ଧରେ ମୁଖ୍ୟମନ୍ତ୍ରୀ ଜନସମାବେଶ କରିଥିଲେ । ବିଜେଡିର ପ୍ରାର୍ଥୀ ବିଜୟୀ ହେଲେ ପଦ୍ମପୁର ସବଡିଭିଜନକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ ।

"ଏହା ସହିତ ୨ଶହ କୋଟି ଟଙ୍କା ଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡି, ପଦ୍ମପୁରରେ ବନ୍ଦ ଥିବା ୬୦ଟି ବିଦ୍ୟାଳୟ ଖୋଲିବା ଭଳି ଅନେକ ପ୍ରତିଶ୍ରୁତି ଦେଇଥିଲେ । ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ବିଜୟୀ ହେଲା ପରେ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ କରିଥିଲେ । ସାଧାରଣ ଭାରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ସବ୍‌ଡିଭିଜନକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ପାଇଁ ତାଙ୍କ ପ୍ରତିଶ୍ରୁତି ଦୋହରାଇଥିଲେ " ବୋଲି କହିଛନ୍ତି ପ୍ରଦୀପ ।

ଏହା ମଧ୍ୟ ପଢନ୍ତୁ...ଲୋକମାନେ ଚାହୁଁଛନ୍ତି ସରକାର ପରିବର୍ତ୍ତନ ହେଉ: ମନମୋହନ

ସେ ଆହୁରି ମଧ୍ୟ କହିଛନ୍ତି, "ଡିସେମ୍ବର ୩୦ସୁଦ୍ଧା ପଦ୍ମପୁର ସବ୍‌ଡିଭିଜନ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବ ବୋଲି ପଦ୍ମପୁରରେ କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ଏଯାଏଁ ପୂରଣ ହେଲା ନାହିଁ। ସେହିପରି ୨୦୧୬ ମସିହାରେ ଚାଷୀ ସମାବେଶରେ ପ୍ରତି କ୍ବିଣ୍ଟାଲ ପିଛା ୧୦୦ଟଙ୍କା ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଆଜିଯାଏଁ ପାଳନ ହେଲାନାହିଁ । ଛତିଶଗଡରେ ଚାଷୀ ୩୨ଶହ ଟଙ୍କାରେ ଧାନ ବିକ୍ରି କରୁଥିବାବେଳେ ଓଡ଼ିଶାରେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ପାଉନାହାନ୍ତି । ପ୍ରତି ମଣ୍ଡିରେ କଟନୀଛଟନୀ ଚାଲିଛି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ଧ୍ୟାନ ଦିଅନ୍ତୁ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.