ETV Bharat / state

6 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କୁମ୍ଭାର ମହାସଂଘ

author img

By ETV Bharat Odisha Team

Published : Sep 13, 2023, 10:30 PM IST

୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କୁମ୍ଭାର ମହାସଂଘ । ମୌଳିକ ଅଧିକାରରୁ ବଞ୍ଚିତ ରହିଥିବା ଦାବି କରିଛି କୁମ୍ଭାର ମହାସଂଘ। ଅଧିକ ପଢ଼ନ୍ତୁ

ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କୁମ୍ଭାର ମହାସଂଘ
ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କୁମ୍ଭାର ମହାସଂଘ

ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କୁମ୍ଭାର ମହାସଂଘ

ଭୁବନେଶ୍ବର: ୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କୁମ୍ଭାର ମହାସଂଘ । ଆସନ୍ତା ୨୩ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟ ସରକାରଙ୍କୁ ନିଜର ଦାବି ଜଣାଇବା ସଂଘ। ତେବେ କୁମ୍ଭାର ଜାତି ମାନବ ସଭ୍ୟତାର ଆରମ୍ଭରୁ ଭାରତ ସ୍ୱାଧୀନତାର ୭୨ ବର୍ଷ ଧରି ସେବା ଯୋଗାଇ ଆସୁଥିବା ବେଳେ ଆଜି ବି ସେମାନେ ମୌଳିକ ଅଧିକାରରୁ ବଞ୍ଚିତ ରହିଥିବା ଦାବି କରିଛି କୁମ୍ଭାର ମହାସଂଘ ।

ତେବେ ସେମାନଙ୍କ ଦାବି ମୁତାବକ, ସେମାନେ ମାଟି ପାତ୍ର, ମାଟି ହାଣ୍ଡି, ମାଠିଆ ଆଦି ପୂଜା ସାମଗ୍ରୀ ଠାରୁ ଆରମ୍ଭ କରି ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ସମାଜର ସେବା କରି ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ବିଜ୍ଞାନର ଓ ଆଧୁନିକତାର ପ୍ରଭାବ ଯୋଗୁଁ କଂସା ପିତଳ ଓ ଷ୍ଟିଲର ବ୍ୟବହାର ବଢ଼ି ଚାଲିଛି ଓ ମାଟିର ଆଦର କମିଛି । ବିକ୍ରି କମିବା ସହ ସେମାନଙ୍କ କୌଳିକ ବୃତ୍ତି ମଧ୍ୟ ଲୋପ ପାଇଯାଉଛି । ଏହାସହ ସେମାନଙ୍କ ବ୍ୟବସାୟ ନଥିବାରୁ ଧୀରେଧୀରେ ବେସାହାର ହେଇଯାଉଛନ୍ତି । ତେଣୁ ବାଧ୍ୟ ହୋଇ କୁମ୍ଭାର ଜାତିର ଲୋକେ ବୃତ୍ତିରୁ ବିମୁଖ ହେବା ସହ ପରିବାର ପ୍ରତିପୋଷଣ ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ସିଏସ ଓ ଡିିଜିଙ୍କ ତାଗିଦ ପରେ ନରମିଲା ଡ୍ରାଇଭର ମହାସଙ୍ଘ, ଆନ୍ଦୋଳନ ସ୍ଥଗିତ

ଅନ୍ୟପଟେ ସଙ୍ଘର କହିବା ଅନୁସାରେ, କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ଏବଂ ସାମଗ୍ରୀ ପ୍ରସ୍ତୁତ ପାଇଁ ଆଉ ମାଟି ମିଳୁନାହିଁ । ବର୍ତ୍ତମାନ କୁମ୍ଭାର ସମ୍ପ୍ରଦାୟର ଲୋକେ ହାତବାନ୍ଧି ବସିଛନ୍ତି । ତେବେ ସବୁ କ୍ଷେତ୍ରରେ ପଛରେ ରହିଥିବା ବେଳେ ସମ୍ପ୍ରଦାୟର ପ୍ରାୟ ୬୦ ପ୍ରତିଶତ ଯୁବକ ବେରୋଜଗାର ହୋଇ ବୁଲୁଛନ୍ତି । କିନ୍ତୁ ରାଜ୍ୟ ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରୁନାହାନ୍ତି । ତେବେ ଅନ୍ୟ ରାଜ୍ୟରେ କୁମ୍ଭାର ସମ୍ପ୍ରଦାୟ ପାଇଁ ସରକାର ଅନେକ ବ୍ୟବସ୍ଥା କରୁଛନ୍ତି । ହେଲେ ରାଜ୍ୟ ସରକାରଙ୍କର ସେମାନଙ୍କ ସମ୍ପ୍ରଦାୟ ପ୍ରତି ବୈମାତୃକ ଭାବ ଦେଖାଇବାରୁ ରାଜ୍ୟ କୁମ୍ଭାର ସମ୍ପ୍ରଦାୟ ଧୀରେଧୀରେ ଲୋପ ହେବାକୁ ବସିଛି। ତେଣୁ ରାଜ୍ୟ ସରକାରଙ୍କୁ ରାଜ୍ୟ କୁମ୍ଭାର ମହାସଂଘ ପକ୍ଷରୁ ଦାବି ଜଣାଇବା ସହ ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଇ ସମ୍ପ୍ରଦାୟର ପୁନଃ ଜୀବିତ ପାଇଁ ସୁବିଧା ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି ।

ସେପଟେ ମାଟିକଳା ବୋର୍ଡ ଗଠନ, କୁମ୍ଭାର ସମ୍ପ୍ରଦାୟର ମାଟି କାରିଗରଙ୍କୁ କାରିଗର ମାନ୍ୟତା , କାରିଗରୀ ଭତ୍ତା ଘୋଷଣା କରିବା, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସ୍ୱତନ୍ତ୍ର ସଂରକ୍ଷଣ, କୁମ୍ଭାର କାରିଗର ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରୟ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବା ଭଳି ଦାବିଗୁଡ଼ିକ ଉପସ୍ଥାପନା କରିଛି ସଂଘ । ପ୍ରକାଶ ଥାଉ କି ବର୍ତ୍ତମାନ ରାଜ୍ୟରେ ୩୦ ଲକ୍ଷ କୁମ୍ଭାର ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ତେଣୁ ନିଜର ଦାବି ସହ ଏହି ସମ୍ପ୍ରଦାୟର ଭାଗ୍ୟ ଓ ଭବିଷ୍ୟତକୁ ନଜରରେ ରଖି ରାଜ୍ୟ ସରକାର ସେମାନଙ୍କ ଦାବି ଗୁଡିକୁ ବିଚାର କରନ୍ତୁ ବୋଲି କହିଛନ୍ତି । ଯଦି ସରକାର ସେମାନଙ୍କ ଦାବିକୁ ନଶୁଣନ୍ତି ତେବେ ଆଗାମୀ ଦିନରେ ଏନେଇ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.