ETV Bharat / state

ସୁଲଭ ବାସଗୃହ ପ୍ରକଳ୍ପକୁ ନେଇ ରାଜନୀତି, ବିଜେପି କହିଲା କେନ୍ଦ୍ର ଯୋଜନାର ଶ୍ରେୟ ନେଉଛନ୍ତି ରାଜ୍ୟ ସରକାର - affordable house projects in bhubaneswar

ସୁଲଭ ବାସଗୃହ ପ୍ରକଳ୍ପକୁ ନେଇ ଜୋର ଧରିଲା ରାଜନୀତି । କେନ୍ଦ୍ର ସରକାରଙ୍କ ଯୋଜନାର ଶ୍ରେୟ ରାଜ୍ୟ ସରକାର ନେଉଥିବା କହି ବିଜେପି ସମାଲୋଚନା କରିଛି। ଅଧିକ ପଢନ୍ତୁ

politics over affordable house projects
ସୁଲଭ ବାସଗୃହ ପ୍ରକଳ୍ପକୁ ବିଜେପିର ନିନ୍ଦା
author img

By ETV Bharat Odisha Team

Published : Nov 20, 2023, 10:29 PM IST

ସୁଲଭ ବାସଗୃହ ପ୍ରକଳ୍ପକୁ ବିଜେପିର ନିନ୍ଦା

ଭୁବନେଶ୍ବର: ସୁଲଭ ବାସଗୃହ ପ୍ରକଳ୍ପକୁ ନେଇ ଜୋର ଧରିଲା ରାଜନୀତି । କେନ୍ଦ୍ର ସରକାରଙ୍କ ଯୋଜନାର ଶ୍ରେୟ ରାଜ୍ୟ ସରକାର ନେଉଥିବା କହି ସମାଲୋଚନା କରିଛି ବିଜେପି । ସୁଲଭ ବାସଗୃହ ପ୍ରକଳ୍ପରେ ସୁଲଭ ମୂଲ୍ୟରେ ବିଏମସି ଅଧୀନରେ ୩ଟି ସ୍ଥାନରେ ଗୃହ ଯୋଗାଇଦେବେ ରାଜ୍ୟସରକାର । ଆଜି ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ସତ୍ୟନଗର ଶାନ୍ତିପଲ୍ଲୀର କେଶରୀ ରେସିଡେନ୍ସି, ଚନ୍ଦ୍ରଶେଖରପୁର ବୁଦ୍ଧବିହାର , ସୁବୁଧିପୁରର ବରୁଣେଇ ଏନକ୍ଳେଭରେ ସୁଲଭ ମୂଲ୍ୟରେ ଗୃହ ଯୋଗାଇଦେଇଛନ୍ତି । ଯେଉଁଥିରେ ରାଜଧାନୀର ବସ୍ତିବାସିନ୍ଦାଙ୍କୁ ନିଜସ୍ୱ ମୁଣ୍ଡ ଗୁଞ୍ଜିବା ପାଇଁ ଗୃହ ମିଳିଛି । ହେଲେ ରାଜ୍ୟସରକାରଙ୍କ ଏହି ପ୍ରକଳ୍ପକୁ ବିରୋଧ କରିଛି ବିଜେପି ।

ଏନେଇ ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, "କେନ୍ଦ୍ର ସରକାରଙ୍କ ଯୋଜନାରେ ଶ୍ରେୟ ନେଉଛନ୍ତି ରାଜ୍ୟସରକାର। କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ରାଜ୍ୟ ସରକାର ଘର ଦେଇ ନିଜର ଶ୍ରେୟ ନେଉଛନ୍ତି । ରାଜ୍ୟ ସରକାର ନିଜର ଫଟୋ ଓ ଦଳୀୟ ପୋଷ୍ଟର ଲଗାଇ ଲୋକଙ୍କୁ ଆବାସ ଯୋଜନାର ସୁଲଭ ଘର ଦେଉଛନ୍ତି ଯେଉଁଥିରେ କେନ୍ଦ୍ର ସରକାରଙ୍କର ଅଧିକ ସହଭାଗିତା ରହିଛି । ଏଭଳି କରି ରାଜ୍ୟ ସରକାର ନିର୍ବାଚନ ବୈତରଣୀ ପାର୍ ହେବାକୁ ଚେଷ୍ଟା କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ । ଲୋକମାନେ ଏହାର ଜବାବ ନିର୍ବାଚନରେ ଦେବେ ।

ଅନ୍ୟପଟେ ବିଜେପି କର୍ପୋରେଟର କହିଛନ୍ତି, "ପୂର୍ବରୁ ଲୋକମାନଙ୍କୁ ବଡ ଘର ଦିଆଯାଉଥିଲା ଏବେ ତାହା ଛୋଟ ହୋଇଯାଇଛି । ଲକ୍ଷେ ଟଙ୍କା ଆଗରୁ ଦେଉଥିଲେ ଏବେ ତାହା ଦେଢ଼ ଲକ୍ଷରେ ପହଞ୍ଚିଛି । ତଥାପି ଲୋକ ସଠିକ ଢଙ୍ଗରେ ଘର ପାଉନାହାନ୍ତି । ସବୁଠାରୁ ବଡ଼କଥା ହେଉଛି, କେନ୍ଦ୍ରସରକାରଙ୍କ ଯୋଜନାରେ ରାଜ୍ୟ ସରକାର ନିଜର ଶ୍ରେୟ ନେଉଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ସହଭାଗିତା ଅଧିକ ରହିଛି ଅର୍ଥାତ କେନ୍ଦ୍ରସରକାର ୫୦ ପ୍ରତିଶତ ଦେଉଥିବାବେଳେ ରାଜ୍ୟ ସରକାର ୩୦ ଓ ହିତାଧିକାରୀ ୨୦ ପ୍ରତିଶତ ଦେଉଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାରେ ଶ୍ରେୟ ନେଉଛନ୍ତି ରାଜ୍ୟସରକାର । ବିଶେଷ କରି ଗରିବ ଲୋକଙ୍କୁ ଠକୁଛନ୍ତି ,କେବଳ ଭୋଟ ବ୍ୟାଙ୍କ ପାଇଁ ଏଭଳି କରୁଛନ୍ତି । ଯାହା ଆଦୌ ଠିକ ନୁହେଁ ବୋଲି ଲୋକେ ଏହାକୁ ବୁଝିଲେଣି । ନିର୍ବାଚନରେ ଏହାର ବିଚାର କରି ଜବାବ ଦେବେ ।"

ଏହା ବି ପଢନ୍ତୁ...ଭୁବନେଶ୍ୱର ମେଟ୍ରୋ ପାଇଁ ଚୁକ୍ତି ସ୍ବାକ୍ଷରିତ: ୬୨୫୫ କୋଟି ବ୍ୟୟ, ୪ ବର୍ଷରେ ଗଡ଼ିବ

ସେପଟେ ମେୟର କହିଛନ୍ତି, "ଲୋକମାନେ ସ୍ବପ୍ନରେ ଭାବିନଥିଲେ ଭୁବନେଶ୍ୱରରେ ତାଙ୍କ ପାଇଁ ଘର ହେବ । ଆଉ ନିଜ ସ୍ୱପ୍ନର ଘରେ ରହିବେ । ସେମାନେ ଆଜି ଛାତ ଘର ପାଉଛନ୍ତି ଆଉ ସୁନ୍ଦର ଲୋକେସନ ପାଉଛନ୍ତି । ଆବାସ ଯୋଜନାରେ ସୁଲଭ ମୂଲ୍ୟରେ ରାଜ୍ୟ ସରକାର ଯେଉଁ ଘର ଦେଉଛନ୍ତି ତାକୁ ନେଇ ବିଏମସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.