ETV Bharat / state

Odisha Politics: ଶୂନ୍ୟ ରାଜନୀତି; ତିନି ଦଳର ଦାବି, ଆମେ ଗଢିବୁ ସରକାର

ସାଂପ୍ରତିକ ରାଜ୍ୟର ଶାସନ ବ୍ୟବସ୍ଥାକୁ 1975ର ଜରୁରୀକାଳୀନ ସ୍ଥିତି ସହ ତୁଳନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହାନ ସାମଲ । ମନମୋହନ କହିଛନ୍ତି ଯେ, କୌଣସି ବ୍ୟକ୍ତି ଲକ୍ଷ୍ମଣରେଖା ଟପିବା ଉଚିତ ନୁହେଁ । କୌଣସି ବ୍ୟକ୍ତି ସମ୍ବିଧାନ ଆଉ ଆଇନ ଉର୍ଦ୍ଧ୍ଵରେ ନୁହନ୍ତି । ବିଧି ଓ ବ୍ୟବସ୍ଥା ଭିତରେ ସବୁ ଚାଲିବା ଦରକାର । ଆମେ ଲୋକଙ୍କ ଉପରେ ଏପ୍ରସଙ୍ଗ ଛାଡି ଦେଇଛୁ । ଅଧିକ ପଢନ୍ତୁ

author img

By

Published : Jun 21, 2023, 9:01 PM IST

ଶୂନ୍ୟ ରାଜନୀତି; ତିନି ଦଳର ଦାବି, ଆମେ ଗଢିବୁ ସରକାର

ଭୁବନେଶ୍ବର: ୨୦୨୪ ରେ ଓଡିଶାରେ ସରକାର ଗଢିବ କିଏ ? ଜନମତ ପୂର୍ବରୁ ବିଜେପି-ବିଜେପି-କଂଗ୍ରେସ ନିଜକୁ ଦାବିଦାର ବୋଲି ଘୋଷଣା କରିସାରିଲେଣି । ୨୦୨୪ରେ ଲୋକ ବିଜେଡି ସରକାରକୁ ଜିରୋ କରିଦେବେ ବୋଲି ଭବିଷ୍ୟତ ବାଣୀ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେପଟେ ବିଜେଡି କହିଛି, ନିର୍ବାଚନ ଆଗକୁ ଥିବାରୁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ମନମୋହନ । ବିଜେପି-ବିଜେଡି କଳିରେ ଫାଇଦା ନେବାକୁ ଯୋଜନା କରିଛି କଂଗ୍ରେସ ।

ସାଂପ୍ରତିକ ରାଜ୍ୟର ଶାସନ ବ୍ୟବସ୍ଥାକୁ 1975ର ଜରୁରୀକାଳୀନ ସ୍ଥିତି ସହ ତୁଳନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହାନ ସାମଲ । ମନମୋହନ କହିଛନ୍ତି ଯେ, କୌଣସି ବ୍ୟକ୍ତି ଲକ୍ଷ୍ମଣରେଖା ଟପିବା ଉଚିତ ନୁହେଁ । କୌଣସି ବ୍ୟକ୍ତି ସମ୍ବିଧାନ ଆଉ ଆଇନ ଉର୍ଦ୍ଧ୍ଵରେ ନୁହନ୍ତି । ବିଧି ଓ ବ୍ୟବସ୍ଥା ଭିତରେ ସବୁ ଚାଲିବା ଦରକାର । ଆମେ ଲୋକଙ୍କ ଉପରେ ଏପ୍ରସଙ୍ଗ ଛାଡି ଦେଇଛୁ । ଜରୁରୀକାଳୀନ ସ୍ଥିତି ପରେ ଜନମତ କଂଗ୍ରେସ ସରକାରକୁ ଜିରୋ କରିଦେଇଥିଲା । ଓଡ଼ିଶାରେ ବି ଏବେ ସେହିପରି ଜରୁରୀକାଳୀନ ସ୍ଥିତି ଲାଗିଛି । ୨୦୨୪ରେ ଲୋକେ ବିଜେଡି ସରକାରକୁ ଜିରୋ କରିଦେବେ ।

ବିଜେପି ଜାଣିଶୁଣି ମୁଖ୍ୟମନ୍ତ୍ରୀ ଓ ଓଡିଶାକୁ ହଇରାଣ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ଭାଗିରଥି ସେଠୀ । ଭାଗିରଥି କହିଛନ୍ତି ଯେ, କେନ୍ଦ୍ର ସରକାର ଚାଉଳ କାଟୁଛନ୍ତି, ଗ୍ୟାସ ଦର ବଢ଼ାଉଛନ୍ତି । ପେଟ୍ରୋଲ ଦର ବଢ଼େଇ ଅବାନ୍ତର କାର୍ଯ୍ୟ କହୁଛନ୍ତି । ମନମୋହନ ସାମଲ ଅଧିକ କଣ କହିବେ । ମନମୋହନ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । କାହିଁକିନା ଆଉ ଅଳ୍ପ ଦିନ ନିର୍ବାଚନ ରହିଛି । ସେମାନେ ଓଡିଶାରେ ଦୁଇ ଅଙ୍କ ପହଞ୍ଚନ୍ତୁ । ୨୦୧୯ରେ ବିଜେଡିର ଯେତିକି ଆସନ ଆସିଥିଲା, ଆହୁରି ୧୦ରୁ ୧୫ ଆସନ ଅଧିକ ୨୦୨୪ ରେ ପାଇବ । ବିଜେପି ଶୂନ୍ୟ ହୋଇଯିବାର ସମ୍ଭାବନା ଅଛି । ମନମୋହନ ସାମଲ ନିଜେ ନିର୍ବାଚନ ଜିତିକି ଦେଖାନ୍ତୁ । ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜିତିକି ଦେଖାନ୍ତୁ । ତାପରେ ବିଜେଡିକୁ ଶୂନ୍ୟ କରିବା କଥା କହିବେ ।

ବିଜେପି-ବିଜେଡି ମଧ୍ୟରେ ବାକ ଯୁଦ୍ଧରେ ଧସେଇ ପଶିଛି କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, କଂଗ୍ରେସ ଓ ସମସ୍ତ ବିରୋଧୀ ଦଳ ଏକ ହୋଇ କେନ୍ଦ୍ରରେ ବିଜେପିକୁ ହରାଇବେ । କେନ୍ଦ୍ରରେ ଅଣବିଜେପି ସରକାର ହେବ । ଓଡ଼ିଶାରେ ବିଜେଡି ଓ ବିଜେପି ବାଡିଆ ପିଟା ହେବେ । ସେମାନେ ବୁଝାବୁଝି କରିବେ । ଓଡିଶାରେ କଂଗ୍ରେସ ସରକାର କରିବ । ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାରେ ୯ରୁ ୯୦ ସିଟ ହାତେଇବ । କଂଗ୍ରେସ ସରକାର କରିବ । କଂଗ୍ରେସ ଦଳ ପୁରାପୁରି ସଂଗଠିତ ଅଛି । ଲୋକମାନେ ଗଣତାନ୍ତ୍ରିକ ଦଳକୁ ସମର୍ଥନ ଦେବେ । ଅଫିସର ଯେଉଁ ସରକାରଙ୍କୁ ଚଳାଉଛନ୍ତି ସେହିପରି ସରକାରଙ୍କୁ ଭୋଟ ଦେବେନାହିଁ । ଏଠାରେ ଅଫିସର ମାନେ ସରକାର ଚଳାଉଛନ୍ତି । ଆମର ନେତା ଜିତିବେ ସରକାର ଚଳାଇବେ । ଅଫିସର ମାନେ ସରକାର ଚଳାଇବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.