ETV Bharat / state

ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜନ୍ମ ଜୟନ୍ତୀ, ଯୋଗଦେଲେ ରାଜ୍ୟପାଳ

author img

By ETV Bharat Odisha Team

Published : Nov 18, 2023, 4:14 PM IST

ବରିଷ୍ଠ ରାଜନେତା ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଚଳିତ ବର୍ଷ ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ଓ ସମାଜସେବୀ ହରି ପାଙ୍ଗିଙ୍କୁ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜନ୍ମ ଜୟନ୍ତୀ, ଯୋଗଦେଲେ ରାଜ୍ୟପାଳ
ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜନ୍ମ ଜୟନ୍ତୀ, ଯୋଗଦେଲେ ରାଜ୍ୟପାଳ
ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜନ୍ମ ଜୟନ୍ତୀ, ଯୋଗଦେଲେ ରାଜ୍ୟପାଳ

ଭୁବନେଶ୍ୱର: ବରିଷ୍ଠ ରାଜନେତା ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ଜୟଦେବ ଭବନ ଠାରେ ୯୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଓଡ଼ିଆ ପାଖିକ ପତ୍ରିକା ଲୋକନୀତି ଉନ୍ମୋଚନକୁ ଉନ୍ମୋଚନ କରାଯାଇଛି । ସେହିପରି ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ଓ ସମାଜସେବୀ ହରି ପାଙ୍ଗିଙ୍କୁ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ବୈଦେଶିକ ସଚିବ ଶ୍ୟାମ ସରେନ୍, ଅଧକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ନିର୍ବାଚନ ଆୟୋଗ ପୂର୍ବତନ କମିଶନର ସଂଜୀବ ଚନ୍ଦ୍ର ହୋତା ଯୋଗ ଦେଇଥିଲେ । ଏହି ସଭାରେ ନିମନ୍ତ୍ରିତ ଅତିଥିମାନେ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୀବନୀ ଏବଂ ଲୋକସେବା କଥା ଆଲୋଚନା କରିଥିଲେ ।

ତେବେ ଏହି ମହାନ ଆତ୍ମାଙ୍କ ଜନ୍ମ ଜୟନ୍ତୀରେ ଯୋଗ ଦେଇ ରାଜ୍ୟପାଳ ନିଜ ବକ୍ତବ୍ୟରେ କହିଥିଲେ ," ଯେଉଁମାନେ ମୌନରେ ଲୋକଙ୍କ ସେବା କରନ୍ତି ସେମାନେ ମୃତ୍ୟୁ ପରେ ଅମର ରୁହନ୍ତି । ସେଥିପାଇଁ ତ ଆଜି ନିଜର ସେବା ମାଧ୍ୟମରେ ହରିଶ୍ଚନ୍ଦ୍ର ବକ୍ସି ପାତ୍ର ସମସ୍ତଙ୍କ ପାଇଁ ଆଜି ଅମର ଓ ଆମେ ତାଙ୍କ ମୃତ୍ୟୁ ପରେ ବି ତାଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛେ ।"

ଏହା ମଧ୍ୟ ପଢନ୍ତୁ....ସ୍ବାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 148 ତମ ଜୟନ୍ତୀ: ବଲାଙ୍ଗୀରରେ ହଜାର ହଜାର ଆଦିବାସୀଙ୍କ ଶୋଭାଯାତ୍ରା

ସେ ଆହୁରୀ ମଧ୍ୟ କହିଥିଲେ," ସମାଜ ସେବା ପାଇଁ ସାମାଜିକ ଆଦର୍ଶ ଓ ପ୍ରତିବନ୍ଧତାର ଆବଶ୍ୟକ ରହିଥାଏ । ଯାହା ତାଙ୍କ ଭିତରେ ଥିଲା । ତେଣୁ ନିଜର ଚିନ୍ତା ଓ ଚେତନାକୁ ବାସ୍ତବ ରୂପ ଦେବାକୁ ସେ ଜୀବନ ବ୍ୟାପି କାମକରି ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତ୍ତନକୁ ସମ୍ଭବ କରିଥିଲେ । ଯାହା ଆଜିର ଯୁବ ପିଢିଙ୍କୁ ଅନୁକରଣ କରିବାର ଆବଶ୍ୟକ ରହିଛି । ତେବେ ଯାଇ ସମାଜର ପରିବର୍ତ୍ତନ ହୋଇପାରିବ। " ଅନ୍ୟପଟେ ରାଜ୍ୟ ରାଜନୀତି କ୍ଷେତ୍ରରେ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଯାହାର ଝଲକ ଆଜି ଲୋକଙ୍କ ଭିଡ଼ରେ ଦେଖିବାକୁ ମିଳିଛି ବୋଲି କହିଛନ୍ତି ପୁଅ ଭୃଗୁ ବକ୍ସିପାତ୍ର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.