ETV Bharat / state

୨୩ରେ ବିହାରରେ ବିଜେପି ବିରୋଧୀ ମେଳି, ରାଜ୍ୟ ରାଜନୀତିରେ ଚର୍ଚ୍ଚା

author img

By

Published : Jun 9, 2023, 10:18 PM IST

ଆସନ୍ତା ଜୁନ ୨୩ରେ ବିହାରରେ ବିଜେପି ବିରୋଧରେ ଏକାଠି ହେବେ ଅନେକ ବିରୋଧୀ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ଏକାଠି ହୋଇ ବିଜେପି ସରକାର ବିରୋଧରେ ଲଢ଼ିବା ପାଇଁ ବିରୋଧୀ ଦଳ ମାନେ ଅଣ୍ଟା ଭିଡ଼ୁଥିବା ବେଳେ ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

ବିହାରରେ ହେବାକୁ ଥିବା ବିରୋଧୀ ମେଳିକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର: ଜୁନ ୨୩ରେ ବିହାରରେ ମିଳିତ ବିରୋଧୀ ବୈଠକ ବସିବ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି ବିରୋଧରେ ଅଣ୍ଟା ଭିଡିଛନ୍ତି ବିରୋଧୀ ଶକ୍ତି । କେନ୍ଦ୍ରରେ ଶାସକ ବିଜେପିକୁ ଚେକ୍‌ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବିଭିନ୍ନ ବିରୋଧୀ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ବିହାରରେ ଏହି ବିରୋଧୀ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି । ବିଜେଡି କହିଛି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ଚାହିଁବେ, ତାହା ହେବ । କଂଗ୍ରେସ କହିଛି ବିଜେଡି ଓ ବିଜେପି ଉଭୟ ଦଳ ମିଶିକି ଅଛନ୍ତି । ସେପଟେ ବିଜେପି କହିଛି, ଥାର୍ଡ, ଫୋର୍ଥ ଫ୍ରଣ୍ଟ କିଛି କାମ ଦେବନାହିଁ, ୨୦୨୪ରେ ପୁଣି ମୋଦି ପ୍ରଧାନମନ୍ତ୍ରୀ ହେବେ ।

ଯାହା ସୂଚନା ରହିଛି, ବିରୋଧୀ ଦଳମାନେ ଏକତ୍ରିତ ହୋଇ ଗୋଟିଏ ଦଳ ପକ୍ଷରୁ ପ୍ରାର୍ଥୀ ଦେବେ । ଆଉ ମିଳିତ ଭାବେ ତାଙ୍କୁ ସମର୍ଥନ କରିବେ । କଂଗ୍ରେସ ସମେତ ଜେଡିୟୁ, ଆର୍‌ଜେଡି, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ବିଆର୍‌ଏସ୍‌ ଭଳି ଦଳ ମାନେ ବିଜେପି ବିରୋଧୀ ମେଣ୍ଟରେ ସାମିଲ ହୋଇ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଏନେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ନବୀନ ବାବୁ ଯାହା ନିଷ୍ପତ୍ତି ନେବେ, ତାହା ହେବ । ଜୁନ୍‌ ୨୩ରେ ବିରୋଧୀଙ୍କ ମେଳିରେ ଯୋଗଦେବା ନେଇ ଆମ ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ ।" ସେପଟେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "ବିଜେପି ବିରୋଧରେ ମେଳି ହେଉଛି । କଂଗ୍ରେସ ଏହାକୁ ନେଇ ଆଗକୁ ବଢିବ । ବିଜେଡି ଓ ବିଜେପି ମଧ୍ୟରେ ଭିତିରି ସମ୍ପର୍କ ରହିଛି । ତେଣୁ ବିଜେଡି ଯେଉଁ ସମଦୂରତ୍ବ କଥା କହୁଛି, ତାହା ହାସ୍ୟାସ୍ପଦ ।"

ସେପଟେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଅତୀତରେ ଏଭଳି ଥାର୍ଡ ଫ୍ରଣ୍ଟ, ଫୋର୍ଥ ଫ୍ରଣ୍ଟ ବହୁତ ମେଣ୍ଟ ତିଆରି କରିବା ଆରମ୍ଭ କରିଛନ୍ତି । କିନ୍ତୁ ଲୋକଙ୍କ ମ୍ୟାଣ୍ଡେଟ୍‌ ଆଗରେ କୌଣସି ମେଣ୍ଟ ସଫଳ ହୋଇନାହିଁ । ଲୋକ ଏମାନଙ୍କୁ ସବୁବେଳେ ଅଗ୍ରାହ୍ୟ କରିଛନ୍ତି । ତେଣୁ ଆଜି ବି ସ୍ପଷ୍ଟ ଅଛି, ଯେ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ଆଉ ଥରେ ନରେନ୍ଦ୍ର ମୋଦି ଅଧିଷ୍ଠିତ ହେବେ । ଏଥିରେ କୌଣସି ପ୍ରକାର ଦ୍ଵନ୍ଦ୍ବ ନାହିଁ । ଭାରତର ସାଧାରଣ ଲୋକ, ଧନୀ ଲୋକଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି କଥାକୁ ଅନୁଭବ କରିଛନ୍ତି ଯେ, ଦେଶକୁ କିଏ ନେତୃତ୍ବ ଦେଇ ପାରୁଛନ୍ତି ବା ଦେଇ ପାରିବେ । ସେଥିପାଇଁ ନରେନ୍ଦ୍ର ମୋଦିଙ୍କ ଛଡ଼ା ଆଉ କେହି ଦ୍ଵିତୀୟ ଲୋକ ନାହିଁ । ତେଣୁ ସେ ଦିଗରୁ ମେଣ୍ଟ କରି ବିଲୁଆ ବିଚାର ଯେତେ କଲେ ବି ମ୍ୟାଣ୍ଡେଟ୍‌ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ରହିବ ।" ତେବେ କେନ୍ଦ୍ରର ବିଜେପି ସରକାରକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କ ମେଳି କେତେ ସକ୍ଷମ ହେଉଛି, ତାହା ସାଧାରଣ ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.