ETV Bharat / state

ଲୋକଙ୍କ ଭିତରେ ଫିଲଗୁଡ୍ ଫ୍ୟାକ୍ଟର ଆଣିବା ପାଇଁ 'ଆମ ଓଡିଶା ନବୀନ ଓଡିଶା' !

author img

By

Published : Jul 12, 2023, 8:28 PM IST

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଯୋଜନା 'ଆମ ଓଡିଶା ନବୀନ ଓଡିଶା'କୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ସେପଟେ ଏହି ଯୋଜନା କେବଳ ଲୋକଙ୍କ ଭିତରେ 'ଫିଲ୍ଗୁ‌ଡ୍‌ ଫ୍ୟାକ୍ଟର' ଆଣିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

ଫିଲ୍ଗୁ‌ଡ୍‌ ଫ୍ୟାକ୍ଟର ଆଣିବା ପାଇଁ 'ଆମ ଓଡିଶା ନବୀନ ଓଡିଶା'

ଭୁବନେଶ୍ବର: ପାଖେଇ ଆସିଲାଣି ୨୦୨୪ ନିର୍ବାଚନ । କଂଗ୍ରେସ, ବିଜେଡି ଓ ବିଜେପି ନିଜ ନିଜ ରଣ କୌଶଳ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ରାଜ୍ୟ ସରକାର ଘୋଷଣା କରିଛନ୍ତି 'ଆମ ଓଡିଶା ନବୀନ ଓଡିଶା' ଯୋଜନା । ଏହି ଯୋଜନା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି ବୋଲି ମତ ରଖିଛନ୍ତି ବରିଷ୍ଠ ରାଜନୀତିକ ସମୀକ୍ଷକ ରବି ଦାସ । ଲୋକଙ୍କ ଭିତରେ ଫିଲଗୁଡ୍ ଫ୍ୟାକ୍ଟର ଆଣିବା ପାଇଁ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି । ସେପଟେ ୨୪ ବର୍ଷ ଶାସନ କରିବା ପରେ କାହିଁକି ଗାଁ କଥା ମନେ ପଡ଼ିଲା ବୋଲି ପଚାରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

'ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯୋଜନା': ରବି ଦାସ କହିଛନ୍ତି, "୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଏହିପରି କିଛି ଯୋଜନା ଘୋଷଣା କରିଥିଲେ । ଆଉ ସେତେବେଳେ ରାଜ୍ୟ ସରକାରଙ୍କ ବଡ଼ ସ୍ଲୋଗାନ ଥିଲା 'ଆପଣ ମାନେ ଖୁସି ତ' । ଏହା କାମ ଦେଇଥିଲା । ୨୦୧୯ରେ ବିଜେଡି ସରକାରକୁ ଆସିଥିଲା । ଠିକ୍‌ ସେହିପରି 'ଆମ ଗାଁ ଆମ ବିକାଶ' ଯୋଜନାରେ ସାମାନ୍ୟ ପରିବର୍ତ୍ତନ ଆଣି 'ଆମ ଓଡ଼ିଶା ନବୀନ ଓଡିଶା' କରିବାର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ କାମ କରିବା । ଖେଳ ପଡିଆ, ଗାଁ ମନ୍ଦିରର ଉନ୍ନତିକରଣ, ସ୍କୁଲ ଘର ମରାମତି ଆଦି କାମ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ।" ୨୦୨୪ ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବାକୁ ଏହା ବିଜେଡିର ରଣନୀତି ବୋଲି କହିଛନ୍ତି ରବି ଦାସ । ବିଶେଷ କରି ନିର୍ବାଚନ ପୂର୍ବରୁ ଲୋକଙ୍କ ଭିତରେ ଫିଲ୍‌ଗୁଡ୍‌ ଫ୍ୟାକ୍ଟର ତିଆରି କରିବାକୁ ଉଦ୍ୟମ ହୋଇଛି ବୋଲି ସେ କହିଛନ୍ତି । ତେବେ ଏହି ଯୋଜନାକୁ ବିକାଶ ସହିତ ଯୋଡିବା ଠିକ ହେବ ନାହିଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ଆମ ଓଡିଶା ନବୀନ ଓଡିଶା' ରାଜନୀତି; ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ଯୋଜନା କହିଲା କଂଗ୍ରେସ

'୨୪ ବର୍ଷ ପରେ କାହିଁକି ?': ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଯେଉଁ 'ଆମ ଓଡିଶା ନବୀନ ଓଡିଶା' କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶାସନର ୨୪ ବର୍ଷ ପରେ କାହିଁକି ମନେ ପଡିଲା ? ଗାଁ ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଶିକ୍ଷା ସ୍ବାସ୍ଥ୍ୟ ସବୁଥିରେ ଅବହେଳିତ । ୨୪ ବର୍ଷ ଶାସନ କରିବା ପରେ ଏବେ କାହିଁକି ରାଜ୍ୟ ସରକାରଙ୍କର ଗାଁ କଥା ମନେ ପଡିଲା ? ଜଗନ୍ନାଥ ସଂସ୍କୃତି ନାଁରେ ପାର ହେବାକୁ ବସିଛନ୍ତି ରାଜ୍ୟ ସରକାର । କିନ୍ତୁ ଏଯାଏଁ କାହିଁକି ରତ୍ନ ଭଣ୍ଡାର ଖୋଲାଗଲା ନାହିଁ ବୋଲି ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ । ସାଢେ ୪ କୋଟି ଓଡିଆ ଅନେଇ ବସିଛନ୍ତି ଜାଣିବା ପାଇଁ ରତ୍ନ ଭଣ୍ଡାରରେ କଣ ରହିଛି, ତାକୁ କାହିଁକି ଖୋଲୁନାହାନ୍ତି ସରକାର ? କେଉଁଠି ରହିଛି ଅସୁବିଧା ?" କାହିଁକି ସରକାରଙ୍କୁ ଡର ଲାଗୁଛି ରତ୍ନ ଭଣ୍ଡାର ଖୋଲିବା ପାଇଁ ବୋଲି କହି ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି ।

ଲୋକଙ୍କ ପାଖରେ ଟଙ୍କା ପହଞ୍ଚାଇବାକୁ ଉଦ୍ୟମ !: 'ଆମ ଓଡିଶା ନବୀନ ଓଡିଶା'କୁ ୫୦ ପ୍ରତିଶତ ପିସି ଓଡ଼ିଶା ବୋଲି କହି ବିଜେପିର ପୂର୍ବତନ ରାଜ୍ୟ ସଭାପତି କଟାକ୍ଷ କରିଥିଲେ । ଏହା ଉପରେ ଜବାବ ରଖିଥିଲା ବିଜେଡି । ଶାସକ ଦଳ ମୁଖ୍ୟ ସଚେତକ କହିଥିଲେ, "ଆମ ଓଡିଶା ନବୀନ ଓଡ଼ିଶା ହେଉଛି ବିକାଶର ମହାମନ୍ତ୍ର । ଏହାକୁ ନେଇ ଖୁସି ଜାହିର କରିଛନ୍ତି ଗ୍ରାମାଞ୍ଚଳବାସୀ । ବିକାଶର ନୂଆ ଫର୍ଦ୍ଦ ଯୋଡିବ ଆମ ଓଡିଶା ନବୀନ ଓଡ଼ିଶା ।"

ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବାବେଳେ ଲୋକଙ୍କ ନିକଟତର ହେବାକୁ ରାଜନୈତିକ ଦଳ ପ୍ରୟାସ ଆରମ୍ଭ କରିଛନ୍ତି । ଗୌହାଟୀରେ ବିଜେଡି ପଦାଧିକାରୀଙ୍କ ବୈଠକ କରି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ସାଂଗଠନିକସ୍ତରରେ ନୂଆ ଜିଲ୍ଲା ସଭାପତି ଚୟନ କରି ବିଜେଡି ଗୋଟି ଚାଳନା ଆରମ୍ଭ କରିଛି । ଆଉ ଏହାରି ଭିତରେ ଆମ ଓଡ଼ିଶା ନବୀନ ଓଡ଼ିଶା ରାଜ୍ୟ ରାଜନୀତିକୁ ସରଗରମ କରିଛି । ମାପିଚୁପି ବିଜେଡି ନିର୍ବାଚନୀ ରଣନୀତି ପ୍ରସ୍ତୁତ କରି ଲୋକଙ୍କ ପାଖରେ ଟଙ୍କା ପହଞ୍ଚାଇବାକୁ ଉଦ୍ୟମ କରୁଥିବା ବିରୋଧୀ ଚର୍ଚ୍ଚା ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.