ETV Bharat / state

ନବୀନ-ନୀତିଶ ଭେଟଘାଟ ଚର୍ଚ୍ଚା; କଂଗ୍ରେସ କହିଲା ବିଜେଡି-ବିଜେପି ଏକ, ନୀତିଶଙ୍କୁ କିଛି ଫଳ ମିଳିବନି

author img

By

Published : May 3, 2023, 9:32 PM IST

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧି ମେଣ୍ଟ ପାଇଁ ଅଣ୍ଟା ଭିଡ଼ିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତା ୫ ତାରିଖରେ ଓଡ଼ିଶା ଆସୁଛନ୍ତି । ସେ ନବୀନ ପଟ୍ଟନାୟକଙ୍କୁ ଭେଟି ଦେଶର ରାଜନୈତିକ ପରିସ୍ଥିତି ଓ ବିରୋଧି ମେଣ୍ଟ ନେଇ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

ନବୀନ- ନୀତିଶ ଭେଟଘାଟକୁ ନେଇ ଚର୍ଚ୍ଚା
ନବୀନ- ନୀତିଶ ଭେଟଘାଟକୁ ନେଇ ଚର୍ଚ୍ଚା
ନବୀନ- ନୀତିଶ ଭେଟଘାଟକୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ଆସନ୍ତା ୫ ତାରିଖରେ ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଭୁବନେଶ୍ବର ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଓଡ଼ିଶାରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧିଙ୍କୁ ଏକାଠି କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ତେବେ ଏନଡିଏ ମେଣ୍ଟରେ ନରହି ମଧ୍ୟ କେନ୍ଦ୍ରରେ ଏନଡିଏ ସରକାରଙ୍କ ସମସ୍ତ ପ୍ରସ୍ତାବକୁ ନିଃସର୍ତ୍ତ ସମର୍ଥନ ଦେଇ ଆସୁଥିବା ବିଜୁ ଜନତା ଦଳର ବିରୋଧି ମେଣ୍ଟକୁ ନେଇ ଆଭିମୁଖ୍ୟ କଣ ରହିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଆସନ୍ତା ବର୍ଷ ଅର୍ଥାତ ୨୦୨୪ରେ ସାଧାରଣ ନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ ସଜବାଜ ହେଲେଣି ପ୍ରମୁଖ ରାଜନୈତିକ ଦଳ । ତୃତୀୟ ସାମୁଖ୍ୟ ନୁହେଁ, ବିଜେପି ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରକୁ ଗାଦିଚ୍ୟୁତ କରିବା ସହ ଏକ ବିଜେପି ବିରୋଧୀ ବିକଳ୍ପ ସରକାର ପାଇଁ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ କୁମାର ଏନଡିଏ ହାତ ଛାଡିଲା ପରେ ଆରଜେଡି ସହ ମିଶି ସରକାର ଗଢିଛନ୍ତି । ଏନେଇ ଗତ କିଛିଦିନ ହେବ ଜାତୀୟସ୍ତରର ଅଣବିଜେପି ଦଳର ପ୍ରମୁଖ ନେତା ମାନଙ୍କ ସହ ଭେଟି ଆଲୋଚନା କରୁଛନ୍ତି ନୀତିଶ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ଆଲୋଚନା କରିଛନ୍ତି ନୀତିଶ । ଏବେ ପାଳି ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଆସନ୍ତା ୫ ତାରିଖରେ ନୀତିଶ- ନବୀନ ଭେଟଘାଟ ହେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ନୀତିଶ । ଦେଶର ରାଜନୈତିକ ପରିସ୍ଥିତି ଓ ବିରୋଧି ମେଣ୍ଟ ନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି ।

ଏହି ପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଦୀର୍ଘ ୨୩ ବର୍ଷ ଭିତରେ ନୀତିଶ ଅନେକ ଥର ଓଡିଶା ଆସିଛନ୍ତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ନବୀନ ପଟ୍ଟନାୟକଙ୍କୁ ନୀତିଶ ଭେଟିଛନ୍ତି, ତାର କୌଣସି ସୁଫଳ ମିଳେନାହିଁ । କାରଣ ନବୀନ ବାବୁ ଆଜି ପର୍ଯନ୍ତ ନିଜସ୍ବ ମତାମତରେ କିଛି ରାଜନୈତିକ ନିଷ୍ପତ୍ତି ନେଇନାହାନ୍ତି । ରାଷ୍ଟ୍ରପତି ହେଉ ଅବା ଉପରାଷ୍ଟ୍ରପତି ନିର୍ବାଚନରେ ଓଡିଶାବାସୀ ଏସବୁ ଦେଖିସାରିଛନ୍ତି । ସେହିଭଳି ରାଜ୍ୟସଭା ପଦ ପାଇଁ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରି ଭୋଟ ଦେଇଥିଲେ । ଏହାସହ ସଂସଦରେ ଯେତେ ବିଲ ପାସ ହୋଇଛି, ତାହାକୁ ମଧ୍ୟ ସମର୍ଥନ ଦେଇଛି ବିଜେଡି । ଏଣୁ ବିଜେଡି ଏବଂ ବିଜେପି ହେଉଛନ୍ତି ଏକ ଆଉ ଅଭିନ୍ନ ଦଳ । ସମଦୂରତା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି, କିନ୍ତୁ ନିର୍ବାଚନ ସରିବା ପରେ ଉଭୟ ଦଳ ଏକ ହୋଇଯାଉଛନ୍ତି । ତେଣୁ ନୀତିଶ କୁମାର ଯେଉଁ ମହତ ଉଦ୍ଦେଶ୍ୟ ନେଇ ଓଡିଶା ଆସୁଛନ୍ତି, ତାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିବେ ନାହିଁ ।"

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏହି ଭେଟଘାଟର ମୂଲ୍ୟ କିଛି ନାହିଁ । ବିଜେଡି ନେତା ବିଜେପି ପ୍ରିୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ବିଜେପି ପାଇଁ । ବିଜେପି ସହ ମେଣ୍ଟ କରି ଓଡ଼ିଶାରେ ଶାସନ କଲେ । ୯ ବର୍ଷ ପରେ ପୁଣି ମେଣ୍ଟ ଭାଙ୍ଗିଲେ । କିନ୍ତୁ ତାଙ୍କର ବିଜେପି ପ୍ରତି ପ୍ରେମ ଏବେବି ରହିଛି । ଲୋକସଭାରେ ସମସ୍ତ ବିଲକୁ ବିଜେଡି ସମର୍ଥନ ଦେଇଛି । ED, CBI ଭୟରେ ବିଜେପି ଆଗରେ ବିଜେଡି ସରକାର ଆତ୍ମସମର୍ପଣ କରିଦେଇଛି । ତେଣୁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କିଛି ସୁଫଳ ମିଳିବ ନାହିଁ ।" ସେପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ବିଜେପି ବିରୋଧୀ ଦଳ ମାନେ ଏକାଠି ହେବାକୁ ନୀତିଶ ପ୍ରୟାସ ଜାରି ରଖିଛନ୍ତି । ନୀତିଶଙ୍କୁ ଭେଟିବାକୁ ନବୀନ ଗ୍ରୀନ ସିଗ୍ନାଲ ଦେଇଛନ୍ତି । ଯାହା ସ୍ପଷ୍ଟ କରୁଛି, ନବୀନ ନିଜ ପାଇଁ ସମସ୍ତ ଦ୍ବାର ଉନ୍ମୁକ୍ତ ରଖିଛନ୍ତି ।" ତେବେ ନୀତିଶ- ନବୀନ ଭେଟଘାଟ ପରେ ବିଜେପି ବିରୋଧି ମେଣ୍ଟକୁ ନେଇ ବିଜେଡି କଣ ଆଭିମୁଖ୍ୟ ରଖୁଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.