ETV Bharat / state

BJD to Support NDA: ଦିଲ୍ଲୀରେ ସମର୍ଥନ, ପଲ୍ଲୀରେ ମନ୍ଥନ - ନବୀନ ପଟ୍ଟନାୟକ ସାଧୁ ସନ୍ଥ ଲୋକ

ଦିଲ୍ଲୀ ଅଧ୍ୟାଦେଶ ଓ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ । ବିଜେଡିର ଚାଲ ଉପରେ ଉଭୟ NDA ଓ INDIAର ନଜର ଥିଲା । କଣ ହେବ ବିଜେଡିର ଆଭିମୁଖ୍ୟ, ଏ ନେଇ ଥିବା ସସ୍ପେନ୍ସର ଅନ୍ତ ଘଟିଛି । ବିଜେଡି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ସଂସଦରେ ବହୁ ଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ କରିବ ବିଜେଡି । ଯାହାକୁ ନେଇ ରାଜ୍ୟ ତଥା ଦେଶର ରାଜନୀତି ସରଗରମ ହୋଇଛି । ଅଧିକ ପଢନ୍ତୁ

ଦିଲ୍ଲୀରେ ସମର୍ଥନ, ପଲ୍ଲୀରେ ମନ୍ଥନ
ଦିଲ୍ଲୀରେ ସମର୍ଥନ, ପଲ୍ଲୀରେ ମନ୍ଥନ
author img

By

Published : Aug 2, 2023, 9:13 PM IST

ଦିଲ୍ଲୀରେ ସମର୍ଥନ, ପଲ୍ଲୀରେ ମନ୍ଥନ

ଭୁବନେଶ୍ବର: ଦିଲ୍ଲୀ ଅଧ୍ୟାଦେଶ ଓ ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବକୁ ନେଇ ଉଠୁଛି ପଡୁଛି ସଂସଦ । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ହୋହାଲ୍ଲା । ଦିଲ୍ଲୀ ଅଧ୍ୟାଦେଶ ବିଲ ରାଜ୍ୟସଭାରେ ପାରିତ କରିବା କଷ୍ଟକର ଥିବାବେଳେ ବିଜେପିକୁ ସମର୍ଥନ ଘୋଷଣା କରିଛି ବିଜେଡି । ଯାହାକୁ ନେଇ ରାଜ୍ୟ ତଥା ଦେଶର ରାଜନୀତି ସରଗରମ ହୋଇଛି ।

ଦିଲ୍ଲୀ ଅଧ୍ୟାଦେଶ ଓ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ । ବିଜେଡିର ଚାଲ ଉପରେ ଉଭୟ NDA ଓ INDIAର ନଜର ଥିଲା । କଣ ହେବ ବିଜେଡିର ଆଭିମୁଖ୍ୟ, ଏ ନେଇ ଥିବା ସସ୍ପେନ୍ସର ଅନ୍ତ ଘଟିଛି । ବିଜେଡି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ସଂସଦରେ ବହୁ ଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ କରିବ ବିଜେଡି । ଖାଲି ସେତିକି ନୁହଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବାକୁ ଖୋଲା ଖୋଲି ଘୋଷଣା କରିଛି । ଏନେଇ ଦଳ ହୁଇପ ଜାରି କରିଛି । ତେବେ ଲୋକସଭାରେ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ଥିବା ସତ୍ୱେ ବିଜେଡି କାହିଁକି ସମର୍ଥନ କଲା ତାକୁ ନେଇ ଲାଗିରହିଛି ଚର୍ଚ୍ଚା । ଯଦିଓ ଲୋକସଭାରେ NDA ପାଇଁ ସମସ୍ୟା ନଥିଲା, କିନ୍ତୁ ରାଜ୍ୟସଭାରେ ଏହି ବିଲକୁ ପାରିତ କରିବା NDA ପାଇଁ ଚ୍ୟାଲେଞ୍ଜ ଥିଲା ।

କିନ୍ତୁ ବିଜେଡିର ଘୋଷଣା ପରେ କୌଣସି ସମସ୍ୟା ହେବନାହିଁ । ଆଉ ବିଜେଡିର ଏହି ଘୋଷଣା ପରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ଚର୍ଚ୍ଚା ଆଉ ଆକଳନ ଆରମ୍ଭ ହୋଇଛି । କଂଗ୍ରେସ ଅଭିଯୋଗ କରିଛି ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ବ । ବିଜେପି ଦୟାରୁ ବିଜେଡିର ଜନ୍ମ । ଆଉ ବିଜେପି ପାଖରେ ଶରଣ ପଶିଛି ବିଜେଡି । ବିଜେପି ସମର୍ଥନ ମାଗିବା ପୂର୍ବରୁ ଆଗତୁରା ସହଯୋଗର ହାତ ବଢ଼ାଇ ଦେଉଛି ବିଜେଡି । INDIA ତରଫରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ଆଗତୁରା କହିଦେଲା ବିଜେଡି । ମହିଳାଙ୍କ କଥା କହୁଥିବା ମୁଖ୍ୟମନ୍ତ୍ରୀ କିପରି ଏ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ କଥା ।

ଏହାବି ପଢନ୍ତୁ- ହ୍ୱିପ୍ ଜାରି କଲେ ନବୀନ; ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ ଓ ଅନାସ୍ଥାକୁ ବିରୋଧ କରିବ BJD

ସେପଟେ ବିଜେପି କିନ୍ତୁ ବିଜେଡି ଆଡକୁ ବଲ୍‌ ଫିଙ୍ଗିଛି । ରାଜ୍ୟ ବିଜେପି ସଭାପତି କହିଛନ୍ତି,"ଆମେ ତାଙ୍କୁ ସମର୍ଥନ ମାଗି ନାହୁଁ ସେ କାହିଁକି ଦେଲେ ତାଙ୍କୁ ପଚାରନ୍ତୁ । ବିଜେଡି ସବୁଦିନ ସ୍ପଷ୍ଟ କରୁଛି, ଆମେ ସମଦୂରତ୍ବ ବଜାୟ ରଖୁଛୁ । କୌଣସି ଦଳ ସହିତ ଆମେ ନାହୁଁ । ସେ ବାବଦରେ ଅଧିକ ଆଲୋଚନା କାହିଁକି କରିବା । 2009 ମସିହାରୁ ବିଜେପି-ବିଜେଡିର ମେଣ୍ଟ ନାହିଁ, ସମ୍ପର୍କ ନାହିଁ, ସମର୍ଥନ ବି ନାହିଁ ।" ବିଜେପିକୁ ସମର୍ଥନ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି,"ସବୁବେଳେ ସମଦୂରତା ମେଣ୍ଟେନ କରି ଚାଲିଛୁ । ଆମ ନେତାଙ୍କ ପରାମର୍ଶ ଜାତୀୟ ସ୍ତରରେ ହୋଇଥିବା ଫ୍ରଣ୍ଟ୍‌ ସହିତ ସମ୍ପୃକ୍ତି ନାହିଁ । ସମର୍ଥନ କାହିଁକି ଦିଆଗଲା କିପରି ଦିଆଗଲା ନେତାଙ୍କ ନିଷ୍ପତି ହେଉଛି ଫାଇନାଲ । ନେତା ଯାହା ନିଷ୍ପତି ନେବେ ସଦସ୍ୟ ହିସାବ ରେ ଆମେ ମାନିବୁ । ନବୀନ ପଟ୍ଟନାୟକ ସାଧୁ ସନ୍ଥ ଲୋକ, ଆମର କାହାକୁ ଭୟ ନାହିଁ ।

ବିଜେଡି ଏଭଳି ରାଜନୈତିକ ଗୋଟି ଚାଳନାରେ ଦୁର୍ବଳ ହେଉନିତ ଓଡ଼ିଶା ବିଜେପି । କେନ୍ଦ୍ରରେ ଭାଜପାକୁ ସମର୍ଥନ ଦେଇ ରାଜ୍ୟ ବିଜେପିକୁ ଦୁର୍ବଳ କରିବା ଲକ୍ଷ୍ୟରେ ଅଛି କି ବିଜେଡି । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.