ଭୁବନେଶ୍ବର: ଚାଷୀ, ମହିଳା ଓ ଗରିବଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଛି ‘ମୋ ଦଳ’ । ଯାହାର କାର୍ଯ୍ୟକାରିଣୀ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିସହ ମୋ ଦଳର ରାଜ୍ୟ କର୍ମକର୍ତ୍ତା ଘୋଷଣା କରାଯାଇଛି । ତେବେ ଏହି ଦଳର ସଭାପତି ଭାବେ ନିତ୍ୟ ସୁନ୍ଦର ଦାସ, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର, ସଂଯୋଜକ କ୍ଷୀରୋଦ ରାଉତ ଓ ମହାସଚିବ ଭାବେ ପ୍ରଦୀପ ପ୍ରଧାନଙ୍କୁ ମନୋନୀତ କରାଯାଇଛି । ସେହିଭଳି ଦଳର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭାବେ ଶେଷଦେବ ନନ୍ଦ ଓ ଉପସଭାପତି ଭାବେ ବସନ୍ତ କୁମାର ସାହୁ, ରଣଜିତ ପଟ୍ଟନାୟକ, ରାଜେନ୍ଦ୍ର ମିଶ୍ର, ଡଃ କୁଳମଣି ବାରିକ ଓ ସାଧାରଣ ସମ୍ପାଦକ ଭାବେ ଅଶୋକ କୁମାର ମହାନ୍ତି, ସୋମନାଥ ରାଉତ, ଉମାକାନ୍ତ ଭାରତ, ରଶ୍ମୀରଞ୍ଜନ ସ୍ୱାଇଁ ଘୋଷିତ ହୋଇଛନ୍ତି ।
ଅନ୍ୟପଟେ କୋଷାଧ୍ୟକ୍ଷ ଭାବେ କୃଷକ ନେତା ନିମାଇଁ ରାୟ ରହିଛନ୍ତି । ଯୁବ ଓ ଛାତ୍ର ସଂଗଠନର ଦାୟିତ୍ୱରେ ମନୱର ଅଲ୍ଲୀ ଓ ମହିଳା ସଂଗଠିକା ଭାବେ ସରୋଜିନୀ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ସମ୍ପାଦକ ଭାବେ ପ୍ରସନ୍ନ କଅଁର, ଅରୁଣ କୁମାର ମହାପାତ୍ର, ଦେବୀ ପ୍ରସାଦ ମହାରଣା ପ୍ରମୁଖ ରହିଛନ୍ତି । କାର୍ଯ୍ୟକାରୀ କମିଟିରେ ପ୍ରଭାସ ପ୍ରଧାନ, ଦିଲ୍ଲୀପ ମହାନ୍ତି, ସଞ୍ଜୟ ସାହୁ, ଧନଞ୍ଜୟ ହେମ୍ବ୍ରମ, ଆନନ୍ଦ ଚନ୍ଦ୍ର ରଣା, ବାସବ କୁମାର ମିତ୍ର, ବିରାଜ କୁମାର ରାଉତ । ସେହିପରି ଅର୍ଥ କମିଟିର ଅଧ୍ୟକ୍ଷ ଭାବେ ସୋମନାଥ ରାଉତ ଓ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଶେଷଦେବ ନନ୍ଦ ରହିଥିବା ବେଳେ ଶୃଙ୍ଖଳା କମିଟିରେ ବସନ୍ତ ସାହୁ, କ୍ଷୀରୋଦ ରାଉତ ଓ ରଶ୍ମୀରଞ୍ଜନ ସ୍ୱାଇଁ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଗଠନ ହେଲା ‘ମୋ ଦଳ'; ଗଣିକା ତନ୍ତ୍ର ବଦଳରେ ଗଣତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟ
ସେହିଭଳି ବିଭିନ୍ନ ଜିଲ୍ଲାର ଦାୟିତ୍ୱ ରାଜ୍ୟ ନେତୃତ୍ୱଙ୍କୁ ବଣ୍ଟନ କରାଯାଇଛି । କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାରଙ୍କୁ ଝାରସୁଗୁଡ଼ା ଓ ରାୟଗଡ଼ା, ଶେଷଦେବ ନନ୍ଦଙ୍କୁ କଟକ, ନୟାଗଡ଼, ନବରଙ୍ଗପୁର, ନିମାଇଁ ରାୟଙ୍କୁ ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ଉମାକାନ୍ତ ଭାରତଙ୍କୁ ମାଲକାନଗିରି, ଭଦ୍ରକ, କେନ୍ଦୁଝର ଦାୟିତ୍ୱ ଦିଆଯାଇଛି । ରଶ୍ମୀ ରଞ୍ଜନ ସ୍ୱାଇଁ ଓ ଅରୁଣ ମହାପାତ୍ରଙ୍କୁ ଜଗତସିଂହପୁର, କ୍ଷୀରୋଦ ରାଉତ କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭୁବନେଶ୍ୱର, କୁଳମଣି ବାରିକ ଓ ବିରାଜ ରାଉତ ବାଲେଶ୍ୱର, ଦୀନେଶ ଦାସ ମୟୂରଭଞ୍ଜ, ପ୍ରଦ୍ୟୁମ୍ନ ପାଢୀ ସୋନପୁର, ରଣଜିତ ପଟ୍ଟନାୟକ ଅନୁଗୋଳ, ସୁରେନ୍ଦ୍ର ମହାରଣା, ପ୍ରମୋଦ ସ୍ୱାଇଁ ଅନୁଗୋଳ, ଅଶ୍ୱିନୀ ଜେନା ଢେଙ୍କାନାଳ, ଜତି ପ୍ରଧାନ ଓ ପ୍ରଦୀପ ପ୍ରଧାନ ବଲାଙ୍ଗୀର, ପ୍ରକାଶ ମହାକୁଡ଼, ପ୍ରସନ୍ନ ପ୍ରଧାନ ବୌଦ୍ଧ, ଭରତ ସ୍ୱାଇଁ ସୁନ୍ଦରଗଡ଼, ଚକ୍ରାନ୍ତ ଜେନା ଓ ପ୍ରଦୀପ ପ୍ରଧାନ ଦେବଗଡ଼, ରାଜେନ୍ଦ୍ର ମିଶ୍ର, ବସନ୍ତ ସାହୁ ବରଗଡ଼, ତପନ ଜେନା ନୂଆପଡ଼ା, ଲିଙ୍ଗରାଜ ପ୍ରଧାନ କଳାହାଣ୍ଡି, ରଣଜିତ ପଟ୍ଟନାୟକ ଗଜପତି, ଦେବୀ ପ୍ରସାଦ ମହାରଣା ଗଞ୍ଜାମ, ପ୍ରଦୀପ ପ୍ରଧାନ ଭୁବନେଶ୍ୱର ଦାୟିତ୍ୱରେ ନେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର