ETV Bharat / state

ଜଟଣୀରେ ଜମିଲାଣି ନିର୍ବାଚନୀ ମାହୋଲ, ବଢୁଛି ଆଶାୟୀଙ୍କ ସଂଖ୍ୟା

Political Battle in Jatani: ନିର୍ବାଚନ ଯେତିକି ପାଖେଇ ଆସୁଛି ଜଟଣୀ ନିର୍ବାଚନ ମଣ୍ଡଳୀର ମାହୋଲ ସେତିକି ସରଗରମ ରହିଛି । ଆଶାୟୀଙ୍କ ସଂଖ୍ୟା ବଢିଥିବାବେଳେ କାହା ଉପରେ ଭରସା କରିବେ ଜନତା ସେନେଇ ଲାଗି ରହିଛି ଛକାପଞ୍ଝା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 11, 2024, 8:00 PM IST

jatani assembly constituency
ଜଟଣୀରେ ବଢୁଛି ଆଶାୟୀଙ୍କ ସଂଖ୍ୟା
ଜଟଣୀରେ ବଢୁଛି ଆଶାୟୀଙ୍କ ସଂଖ୍ୟା

ଖୋର୍ଦ୍ଧା: ରାଜ୍ୟ ରାଜନୀତିରେ ଜଟଣୀ ନିର୍ବାଚନ ମଣ୍ଡଳୀର ରହିଛି ସ୍ୱତନ୍ତ୍ର ସ୍ଥାନ । ଏହି ନିର୍ବାଚନ ମଣ୍ଡଳୀରେ 6 ଥର କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ବିଜୟ ହୋଇଥିବାବେଳେ 3 ଥର ପରାଜୟ ବରଣ କରିଛନ୍ତି । ଜଟଣୀବାସୀ କେତେବେଳେ ବିଜେଡି ଉପରେ ଭରସା କରିଛନ୍ତି ତ କେତେବେଳେ କଂଗ୍ରେସକୁ ବହୁମତ ଦେଇଛନ୍ତି । ଏଥର ଜଟଣୀ ନିର୍ବାଚନ ମଣ୍ଡଳୀରେ କାହା ଉପରେ ଭରସା କରିବେ ଜନତା ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି । ସେପଟେ ଜଟଣୀରେ ଯେଉଁଭଳି ବିକାଶ ହେବା କଥା ତାହା ହୋଇ ନଥିବା ବିଭିନ୍ନ ଜନସାଧାରଣ ଓ ରାଜନେତା କହୁଛନ୍ତି ।

ଜଟଣୀ ନିର୍ବାଚନମଣ୍ଡଳୀରୁ ୬ ଥର ନିର୍ବାଚିତ ହୋଇଛନ୍ତି ସୁରେଶ ରାଉତରାୟ । କିନ୍ତୁ 2004 , 2009 ଓ 2014ରେ ଲଗାତର ୩ ଥର ପରାଜୟର ସ୍ବାଦ ଚାଖିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା । ସୁରେଶଙ୍କୁ ବୟସ ଏବେ 80 ବର୍ଷ ହୋଇଥିବାବେଳେ 2024ରେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ତାଙ୍କ ପୁଅ ମନ୍ମଥ ରାଉତରାୟ ଜଟଣୀରୁ କଂଗ୍ରେସ ଟିକେଟରେ ଲଢ଼ିବେ ଏବଂ ଜିତିବେ ବୋଲି ସୁର ଦମ୍ଭୋକ୍ତି ଦେଖାଇଥିବାବେଳେ ମନ୍ମଥ କିନ୍ତୁ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ଜଟଣୀରେ ବହୁ ଉନ୍ନତିମୂଳକ କାମ ହୋଇଛି । ତେଣୁ କଂଗ୍ରେସରୁ ଯିଏ ପ୍ରାର୍ଥୀ ହେବ, ଜନମତ ତା' ସପକ୍ଷରେ ଯିବ ।" ସେପଟେ ବିଜେଡି ଟିକେଟ ପ୍ରମୁଖ ଦାବିଦାର ହେଲେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ । ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡ଼ି ବାଜିମାତ କରିଛି । ଜଟଣୀ ପୌରପରିଷଦକୁ ଦୀର୍ଘ ବର୍ଷ କବଜାରେ ରଖିଥିବା କଂଗ୍ରେସ ହାତରୁ ଛଡ଼ାଇ ଆଣିବାରେ ବିଜେଡ଼ି ସକ୍ଷମ ହୋଇଛି । ପୌରାଧ୍ୟକ୍ଷଙ୍କ ସମେତ ବିଜେଡ଼ିର ସଂଖ୍ୟାଧିକ କାଉନସିଲର ବିଜୟୀ ହୋଇଛନ୍ତି । ବିଭୂତି ବଳବନ୍ତରାୟ ଦଳ ପକ୍ଷରୁ ଏହି ଦୁଇ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହି ରଣନୀତି ପ୍ରସ୍ତୁତ କରିଥିଲେ । ତେଣୁ ଆଶାୟୀଙ୍କ ମଧ୍ୟରେ ବିଭୂତି ଶୀର୍ଷରେ ଥିବାବେଳେ ସେ କହିଛନ୍ତି, "ପ୍ରାର୍ଥୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ଓ ଆମେ ତାକୁ ମାନିବୁ । କିନ୍ତୁ 2024ରେ ଜଟଣୀରେ ବିଜେଡି ବହୁ ଭୋଟରେ ବିଜୟୀ ହେବ ।"

ଏହା ମଧ୍ୟ ପଢନ୍ତୁ...ବିଜେଡି ନେତା ଅମରେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ, ଜଗତସିଂହପୁରରେ ନିର୍ବାଚନ ରାଜନୀତି ଉଷ୍ମ

ସେହିପରି ବିଜେପି ଆଶାୟୀଙ୍କ ମଧ୍ୟରେ ସୁଦୀପ୍ତ ରାୟ ଓ ବିଶ୍ବରଞ୍ଜନ ବଡ଼ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ଏଥର ପାଇଁ ନିର୍ବାଚନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ସମାଜସେବୀ ସନ୍ତୋଷ ଜେନା । ସନ୍ତୋଷ ଏବେ କୌଣସି ଦଳରେ ନଥିଲେ ମଧ୍ୟ ଦୀର୍ଘଦିନ ଧରି ନିଃସ୍ୱାର୍ଥପର ସମାଜସେବା କରି ଆସୁଥିବା ସେ କହିଛନ୍ତି । ଏହାସହ ସ୍ଥାନୀୟ ଅଞ୍ଚଳର ଯୁବ ନେତୃତ୍ୱ ଭାବେ ସରୋଜ କୁମାର ବଳିଆରସିଂ ମଧ୍ୟ ଜଟଣୀର ବହୁ ସମସ୍ୟାକୁ ମୁଦ୍ଦା କରି ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଅପରପକ୍ଷେ "ଜଟଣୀବାସୀ ଦଳ ଅପେକ୍ଷା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଅନ୍ତି । ଉଭୟ ବିଜେଡି ଓ କଂଗ୍ରେସର ଶାସନ ଉପଲବ୍ଧି କରିଛନ୍ତି କିନ୍ତୁ ଆଗାମୀ ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ସେମାନେ ବିଜୟୀ କରିବେ" ମତ ରଖିଛନ୍ତି ବୁଦ୍ଧିଜୀବୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.