ETV Bharat / state

କଟକ ମାଲଗୋଦାମରୁ ନକଲି ସସ ଜବତ: ଭୁବନେଶ୍ବରରେ ନକଲି ସସ କାରଖାନା ସିଲ

author img

By

Published : Oct 22, 2022, 9:25 PM IST

ଭୁବନେଶ୍ବରରେ ନକଲି ସସ କାରଖାନା । ବିକ୍ରି ହେଉଥିଲା କଟକ ମାଲଗୋଦାମରେ । କମିଶନରେଟ ପୋଲିସ ଚଢାଉ କରି ଭୁବନେଶ୍ବର ପାତ୍ରପଡ଼ାସ୍ଥିତ ନକଲି ସସ କାରଖାନାକୁ ସିଲ କରିଛି । ସେହିପରି କଟକ ମାଲଗୋଦାମ ଅଞ୍ଚଳରୁ ନକଲି ସସ ଜବତ କରିଛି । ଅଧିକ ପଢ଼ନ୍ତୁ

କଟକ ଗୋଦାମରୁ ନକଲି ସସ ଜବତ: ଭୁବନେଶ୍ବରରେ ନକଲି ସସ କାରଖାନା ସିଲ କଲା ପୋଲିସ

ଭୁବନେଶ୍ବର/କଟକ: ରାଜଧାନୀରେ ଗୋଟିଏ ପରେ ଗୋଟିଏ ଧରାପଡୁଛି ନକଲି କାରଖାନା । ନିକଟରେ ନକଲି ସର୍ଫ ଓ ଲୁଣ କାରଖାନା ଠାବ ହୋଇଥିଲା । ଏବେ ଠାବ ହୋଇଛି ନକଲି ସସ କାରଖାନା । କଟକ ମାଲଗୋଦାମ ପୋଲିସ ମାଲଗୋଦାମ ଅଞ୍ଚଳରୁ ନକଲି ସସ ଜବତ କରିବା ବେଳେ ଜାଣିବାକୁ ପାଇଥିଲା ଚେର ଲମ୍ବିଛି ଭୁବନେଶ୍ବରକୁ । ଏହାପରେ ଚଢାଉ କରିଥିଲା ଭୁବନେଶ୍ବର ପାତ୍ରପଡ଼ାସ୍ଥିତ ନକଲି ସସ କାରଖାନା ଉପରେ । ଏହି ନକଲି ସସ କାରଖାନାକୁ ସିଲ କରିଛି ପୋଲିସ । ମାଲଗୋଦାମ ଥାନା ପୋଲିସ ଓ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଆଜି ବିଭିନ୍ନ ଗୋଦାମରେ ଚଢ଼ାଉ କରି ନକଲି ସସ ଭିନେଗାର, ଆଚାର, ବିସ୍କୁଟ ଓ ଚକ୍‌ଲେଟ ଆଦି ଜବତ କରିଥିଲେ ।

କଟକ ମାଲଗୋଦାମ ଅଞ୍ଚଳରେ ସିଏମସି ଖାଦ୍ୟ ନିରାପତ୍ତା ବିଭାଗ ଓ ପୋଲିସର ମିଳିତ ଚଢ଼ାଉ । ଅପମିଶ୍ରିତ ସସ, ଆଚାର, ଚକ୍‌ଲେଟ ଓ ବିସ୍କୁଟ ଗୋଦାମ ଉପରେ ରେଡ଼ କରିଥିଲା ସିଏମସି ସ୍ଵାସ୍ଥ୍ୟ ବିଭାଗ । ମାଲଗୋଦାମ ଥାନା ପୋଲିସ ଓ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଯାଞ୍ଚ କରିଥିଲେ । ସସ ନକଲି କି ଅପମିଶ୍ରିତ ଅନୁଧ୍ୟାନ କରିଥିଲେ ଟିମ । ବିଶେଷ ସୂତ୍ରରୁ ଖବର ପାଇବା ପରେ ମାଲଗୋଦାମ ପୋଲିସ ଓ ସିଏମସି ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢ଼ାଉ ହୋଇଥିଲା ।

ଭୁବନେଶ୍ବର ଓ କଟକର ବିଭିନ୍ନ ନକଲି ସସ କାରାଖାନାରେ ଚଢ଼ାଉ

ଚଢ଼ାଉ ହୋଇଥିବା ଗୋଦାମରୁ ଚିଲି ସସ, ଟମାଟ ସସ, ଭିନେଗାର, ଆଚାର, ବିସ୍କୁଟ ଓ ଚକ୍‌ଲେଟ ଜବତ କରାଯାଇଥିଲା । ଏଠାରୁ ଜବତ ହୋଇଥିବା ଅନେକ ବିସ୍କୁଟ ଓ ଚକ୍‌ଲେଟର ବୈଧ ତାରିଖ ନଥିବା ଜଣାପଡ଼ିଥିଲା । ଏଭଳି ଖାଦ୍ୟ ସାମଗ୍ରୀ ଯାହା ଖାଇବା ଉପଯୋଗୀ ନୁହେଁ ତାହା ଏହି ଗୋଦାମରେ ବିକ୍ରି କରାଯାଉଥିଲା । ତେବେ ଏଭଳି ସମୁଦାୟ ୫ ଟି ଗୋଦାମକୁ ସିଲ କରିଛି ସିଏମସି ।

ସେପଟେ ଏହି ନକଲି ସସ ପ୍ରସ୍ତୁତ ହେଉଥିବା ସୂଚନା ପାଇ ଭୁବନେଶ୍ବର ପାତ୍ରପଡାସ୍ଥିତ ନକଲି ସସ କାରଖାନା ସିଲ୍ କରିଛି କମିଶନରେଟ ପୋଲିସ । ପୂର୍ବରୁ ମଧ୍ୟ ସସ୍‌ର କିଛି ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ଫୁଡ ସେଫଟି ଡିପାର୍ଟମେଣ୍ଟକୁ ପଠାଯାଇଥିଲା । ତେବେ ଆଜି କଟକ ମାଲଗୋଦାମ ଥାନା ପୋଲିସ ଓ କମିଶନରେଟ ପୋଲିସର ଏକ ଟିମ ପହଞ୍ଚି ଏହି କାରଖାନାକୁ ସିଲ୍ କରିଛନ୍ତି ।

ସୂଚନା ମୁତାବକ କଟକ ମାଲଗୋଦାମ ଅଞ୍ଚଳରୁ କିଛି ନକଲି ଟମାଟ ସସ ଜବତ କରିଥିଲା କଟକ କମିଶନରେଟ୍ ପୋଲିସ । ଏନେଇ କଟକରେ ତନାଘନା ବେଳେ କଟକ ସପ୍ଲାୟରଙ୍କ ପାଖକୁ ଭୁବନେଶ୍ବର ପାତ୍ରପଡାସ୍ଥିତ ଏହି କାରଖାନାରୁ ନକଲି ସସ ଯାଉଥିବା ସୂଚନା ମିଳିଥିଲା । ସେସବୁ ସସ ଗୁଡିକ ବିଭିନ୍ନ ଉଠାଦୋକାନି ଓ ଫାଷ୍ଟଫୁଡ ଦୋକାନରେ ବ୍ୟବହାର କରାଯାଉଥିଲା । ଏପରିକି ଏହି ସବୁ ସାମଗ୍ରୀରେ ଅତ୍ୟଧିକ ରଙ୍ଗ ବ୍ୟବହାର ସହ କିଛି ଅନହାଇଜେନିକ ସାମଗ୍ରୀ ମିଶାଯାଉଥିବା ଜଣାପଡ଼ିଛି । ଏନେଇ ବହୁ ତନାଘନା ପରେ ପାତ୍ରପଡାସ୍ଥିତ ଏହି ନକଲି କାରଖାନାକୁ ଠାବ କରି ସିଲ କରିଛି ପୋଲିସ । ଆସନ୍ତାକାଲି ସେଠାରେ ଫୁଡ ସେଫଟି ଅଫିସର ଅଧିକାରୀ ପହଞ୍ଚିଲେ ସେସବୁକୁ ଜବତ କରାଯିବ ନଚେତ ନଷ୍ଟ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.