ETV Bharat / state

ମଦଭାଟି ଉପରେ ପୋଲିସର ଚଢ଼ାଉ, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ପଞ୍ଚାୟତର ଗୋପୀନାଥପୁର ଜଙ୍ଗଲରେ ଦେଶି ମଦଭାଟି ଉପରେ ଚଢାଉ କରିଛି ବେଗୁନିଆ ପୋଲିସ । ଅଧିକ ପଢନ୍ତୁ...

ମଦଭାଟି ଉପରେ ପୋଲିସର ଚଢ଼ାଉ
ମଦଭାଟି ଉପରେ ପୋଲିସର ଚଢ଼ାଉ
author img

By

Published : Jun 16, 2021, 8:34 AM IST

ଖୋର୍ଦ୍ଧା: ବେଗୁନିଆ ପୋଲିସକୁ ସଫଳତା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ପଞ୍ଚାୟତର ଗୋପୀନାଥପୁର ଜଙ୍ଗଲରେ ଦେଶି ମଦଭାଟି ଉପରେ ଚଢାଉ କରିଛି ବେଗୁନିଆ ପୋଲିସ । ଚଢାଉରେ 500ଲିଟର ପୋଚ ନଷ୍ଟ କରିବା ସହିତ 6 ଲିଟର ଦେଶୀ ମଦ ଜବତ କରିଛି ପୋଲିସ ।

ବେଆଇନ ମଦ କାରବାର ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଖବର ପାଇବା ମାତ୍ରେ ପୋଲିସର ଏକ ଦଳ ମଦ କାରବାର ହେଉଥିବା ସ୍ଥାନରେ ଅଚାନକ ଚଢାଉ କରିଥିଲା । ଚଢାଉରେ ୫୦୦ ଲିଟର ପୋଚ ନଷ୍ଟ କରିବା ସହିତ ୬ ଲିଟର ଦେଶୀ ମଦ ଏବଂ ବିଭିନ୍ନ ମଦ ପ୍ରସ୍ତୁତ ସରଞ୍ଜାମ ଜବତ କରିଛି ପୋଲିସ ।

ଚଢାଉ ସମୟରେ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି । ସେମାନଙ୍କ କାବୁ କରିବାକୁ ବେଗୁନିଆ ପୋଲିସ ୧୧0/୨୧ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.