ETV Bharat / state

ଜୁଆଆଡ୍ଡାରେ ପୋଲିସର ଚଢ଼ାଉ: ୮ ଜୁଆଡି ଗିରଫ, ବାଇକ ଜବତ - ଜୁଆଆଡ୍ଡା ଉପରେ ଟାଙ୍ଗି ପୋଲିସର ଚଢ଼ାଉ

ଲକଡାଉନରେ ଟାଙ୍ଗୀ ଥାନା ବେଣୀପଥର ଓ ମଙ୍ଗଳା ଯୋଡି ଗ୍ରାମରେ ଚାଲିଥିଲା ବେଧଡକ ଜୁଆ ଖେଳ । ତେବେ ଆଜି ବାଲୁଗାଁ ଏସଡିପିଓ ଓ ଟାଙ୍ଗୀ ଥାନା ଅଧିକାରୀ ଚଢାଉ କରି ୮ ଜୁଆଡିଙ୍କୁ ଗିରଫ କରିଛନ୍ତି । ଜୁଆଡିଙ୍କ ଠାରୁ ନଗଦ ୭୨ ହଜାର ଟଙ୍କା ୪ ବାଇକ ଓ ଗୋଟିଏ ସାଇକେଲ ଜବତ କରିଛନ୍ତି । ଅଧିକ ପଢନ୍ତୁ...

police-raid-on-gambling-at-Khordha
ଜୁଆଆଡ୍ଡା ଉପରେ ଟାଙ୍ଗି ପୋଲିସର ଚଢ଼ାଉ : ୮ ଜୁଆଡି ଗିରଫ, ବାଇକ ଜବତ
author img

By

Published : Jun 22, 2021, 7:44 PM IST

ଖୋର୍ଦ୍ଧା: ସଟଡାଉନ ଓ ଲକଡାଉନରେ ଟାଙ୍ଗୀ ଥାନା ବେଣୀପଥର ଓ ମଙ୍ଗଳା ଯୋଡି ଗ୍ରାମରେ ଚାଲିଥିଲା ବେଧଡକ ଜୁଆ ଖେଳ । ବାରମ୍ବାର ଏହି ଜୁଆ ଆଡ୍ଡା ଉପରେ ଚଢାଉ ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା । ହେଲେ ପୋଲିସ ଚଢାଉ କରୁଥିଲେ ମଧ୍ୟ ଘଞ୍ଚ ଜଙ୍ଗଲ ଯୋଗୁଁ ଜୁଆଡିମାନେ ପୋଲିସକୁ ଚକମା ଦେଇ ଖସି ଯାଉଥିଲେ ।

ଜୁଆଆଡ୍ଡା ଉପରେ ଟାଙ୍ଗି ପୋଲିସର ଚଢ଼ାଉ : ୮ ଜୁଆଡି ଗିରଫ, ବାଇକ ଜବତ

ତେବେ ଆଜି(ମଙ୍ଗଳବାର) ବାଲୁଗାଁ ଏସଡିପିଓ ଓ ଟାଙ୍ଗୀ ଥାନା ଅଧିକାରୀ ଚଢାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛନ୍ତି । ଜୁଆଡିଙ୍କ ଠାରୁ ନଗଦ ୭୨ ହଜାର ଟଙ୍କା ୪ ବାଇକ ଓ ଗୋଟିଏ ସାଇକେଲ ଜବତ କରିଛନ୍ତି ।

ଵେଣୀପଥର ଓ ମଙ୍ଗଳା ଯୋଡିର ପ୍ରତ୍ୟେକ ଆଡ୍ଡାରୁ ୪ ଜଣ ଲେଖାଏଁ ମୋଟ ୮ ଜଣ ଜୁଆଡି ଗିରଫ । ଗିରଫ ବ୍ୟକ୍ତିମାନେ ହେଲେ ଟାଙ୍ଗୀ ଥାନା ହଂସରାଡିହ ଗ୍ରାମର ପ୍ରଫୁଲ ରାଉତ, ସଂଜୟ ସାହୁ, ପାରିଓରଡ ଗ୍ରାମର ଅର୍ଜୁନ ନାୟକ, ଚାନ୍ଦପୁରର ସଂଜୟ କୁମାର ସାହୁ ଓ ମଙ୍ଗଳା ଯୋଡି ଗ୍ରାମର ପ୍ରଦୀପ କୁମାର ଜେନା, ସୁରେନ୍ଦ୍ର ବିଶ୍ୱାଳ, ସୁଶାନ୍ତ କୁମାର ମଲିକ ଓ ଚିତ୍ତ ରଂଜନ ଜେନା ବୋଲି ବାଲୁଗାଁ ଏସଡିପିଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.