ଖୋର୍ଦ୍ଧା: ଥାନା ହାଜତରୁ ଚମ୍ପଟ ମାରିଛି କଏଦୀ । ନିରାକାରପୁର ଥାନା ହାଜତରୁ କଏଦୀ ଫେରାର ହେବା ଘଟଣାରେ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହାଜତରୁ ଫେରାର ହୋଇଥିବା ଅଭିଯୁକ୍ତ ଜଣକ ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ। ୨୦୧୩ ମସିହାରେ ଏକ ଚୋରି ଘଟଣାରେ ସଂପୃକ୍ତ ପ୍ରଭାତ ଓ ତାର ସହଯୋଗୀ ଦୀର୍ଘଦିନ ହେବ ଫେରାର ଥିଲେ। ତେବେ ଦୁଇ ଅଭିଯୁକ୍ତଙ୍କୁ ଧରି ଅଟକ ରଖିଛି ପୋଲିସ।

ମଙ୍ଗଳବାର ରାତି ୧୦ଟା ସମୟରେ ପ୍ରଭାତ ସୁଯୋଗ ଉଣ୍ଡି ପୋଲିସ ହାଜତରୁ ଫେରାର ହୋଇଥିଲା । ଫେରାର ହୋଇଥିବା ଅଭିଯୁକ୍ତକୁ ଧରିବା ପାଇଁ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଶେଷରେ ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଗଡଖାରଦ ଠାରୁ ପ୍ରଭାତକୁ ଗିରଫ କରିଛି।
ସେପଟେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକାଧିକ ଚୋରି ମାମଲା ଥିବା ନେଇ ସୂଚନା ମିଳିଛି । ଏନେଇ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ସେପଟେ କିପରି ପୋଲିସ ହେପାଜତରୁ ଜଣେ କଏଦୀ ଖସିଗଲା ତାହା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଥାନାରେ ଥିବା ଏହି ଅଭିଯୁକ୍ତ କିଭଳି ଚମ୍ପଟ ମାରିଲା, କାହାର ଦାୟିତ୍ବ ହୀନତା ଯୋଗୁଁ ଏହି ଘଟଣା ଘଟିଲା ତାହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଏହା ସହିତ ଆଉ ଜଣେ ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ