ETV Bharat / state

ଆକ୍ସନ ମୋଡ୍‌ରେ ଖୋର୍ଦ୍ଧା ପ୍ରଶାସନ, ମାଟିରେ ମିଶିଲା ବ୍ରାଉନସୁଗାର ମାଫିଆଙ୍କ ଘର

author img

By

Published : Oct 19, 2022, 11:05 PM IST

ଖୋର୍ଦ୍ଧାରୁ କିଛିଦିନ ତଳେ ଧରା ପଡ଼ିଥିବା ୩ ବ୍ରାଉନସୁଗାର ମାଫିଆଙ୍କ ଘରକୁ ଆଜି ବୁଲଡେଜର ଲଗାଇ ମାଟିରେ ମିଶାଇଛି ଜିଲ୍ଲା ପ୍ରଶାସନ । ଆଗାମୀ ଦିନରେ ମଧ୍ୟ ଏହି ଅଭିଯୋନ ଜାରି ରହିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆ । ଅଧିକ ପଢ଼ନ୍ତୁ

ଆକ୍ସନ ମୋଡ୍‌ରେ ଖୋର୍ଦ୍ଧା ପ୍ରଶାସନ, ମାଟିରେ ମିଶିଲା ବ୍ରାଉନସୁଗାର ମାଫିଆଙ୍କ ଘର
ଆକ୍ସନ ମୋଡ୍‌ରେ ଖୋର୍ଦ୍ଧା ପ୍ରଶାସନ, ମାଟିରେ ମିଶିଲା ବ୍ରାଉନସୁଗାର ମାଫିଆଙ୍କ ଘର

ଖୋର୍ଦ୍ଧା: ବର୍ତ୍ତମାନ ଖୋର୍ଦ୍ଧା ପାଲଟିଛି ବ୍ରାଉନ ସୁଗାର ମାଫିଆଙ୍କ ହବ । ବିଭିନ୍ନ ସମୟରେ ସହରରୁ ଧଳା ଜାହର ଜବତ ହେବାରୁ ଭୁବନେଶ୍ବର ପରେ ଖୋର୍ଦ୍ଧାରୁ ଏହି ମାଫିଆଙ୍କୁ ତଡ଼ିପାର କରିବା ପାଇଁ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରସାଶନ । ତେବେ କିଛିଦିନ ତଳେ ଧରା ପଡ଼ିଥିବା ୩ ବ୍ରାଉନସୁଗାର ମାଫିଆଙ୍କ ଘରକୁ ଆଜି ବୁଲଡେଜର ଲଗାଇ ମାଟିରେ ମିଶାଇଛି ଜିଲ୍ଲା ପ୍ରଶାସନ ।

ଖୋର୍ଦ୍ଧା ଅଞ୍ଚଳରୁ ଅନେକ ସମୟରେ ଧଳା ଜହର କାରବାର ନେଇ ଅଭିଯୋଗ ହେଉଛି । ଏନେଇ ବିଭିନ୍ନ ସମୟରେ ଚଢ଼ାଉ କରି ପୋଲିସ ମଧ୍ୟ ଅନେକ ମାଫିଆଙ୍କୁ ଗିରଫ କରିଛି । ତେବେ ମେ ମାସ ୨୩ ତାରିଖରେ ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ୪ ଜଣ ମାଫିଆଙ୍କ ଠାରୁ ୩୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା । ସେହିଦିନ ଠାରୁ ଏହି ୪ ମାଫିଆ ପୋଲିସ ସ୍କାନରରେ ଥିଲେ । ତେବେ ଆଜି ପ୍ରଶାସନ ସେମାନଙ୍କ ଆଡ୍ଡାସ୍ଥଳୀ ତଥା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ।

ସୂଚନା ଅନୁସାରେ ଏହି ୪ ମାଫିଆ ହେଉଛନ୍ତି, ଡମସାହିର ସଂଗ୍ରାମ ସାମନ୍ତରାୟ, ଭାଲିଆବାଡିର ସୁମନ୍ତ ବରାଳ, ଗୁରୁଜଙ୍ଗର ନନ୍ଦ କିଶୋର ସାହୁ ଓ ଲିପିତ ମିଶ୍ର । ତେବେ ଆଗାମୀ ଦିନରେ ମଧ୍ୟ ଏହି ଅଭିଯୋନ ଜାରି ରହିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆ । ସେ କହିଛନ୍ତି, "ଆମେ ଶୂନ୍ୟ ସହନଶୀଳତା (Zero Tolerance) ରେ କାମ କରୁଛୁ । ୧ ଗ୍ରାମର ମଧ୍ୟ ବ୍ରାଉନସୁଗାର ମିଳିଲେ ଆମେ କେଶ କରିବୁ । " ଏହା ସହ ଏଥୁରେ ସମ୍ପୃକ୍ତ ରହୁଥିବା ଅଳ୍ପ ବୟସ୍କ ପିଲାଙ୍କୁ ସେ ଏଭଳି ବୃତ୍ତିରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କରିଛନ୍ତି ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.