ETV Bharat / state

ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ, ଜେଲରେ କର୍ମୀଙ୍କୁ ଭେଟିଲେ ସମୀର

author img

By

Published : Mar 2, 2023, 10:28 AM IST

ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚା ଓ ପୋଲିସ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣାରେ ଗିରଫ ହୋଇଥିବା 22 ଜଣ କର୍ମୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

police bjp yuva morcha clash
ଗରିଫ କର୍ମୀଙ୍କୁ ଭେଟିଲେ ସମୀର

ଗରିଫ କର୍ମୀଙ୍କୁ ଭେଟିଲେ ସମୀର

ଭୁବନେଶ୍ବର: ମଙ୍ଗଳବାର ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚା ଓ ପୋଲିସ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣାରେ ଯୁବମୋର୍ଚ୍ଚା ସଭାପତି ଏବଂ କର୍ମକର୍ତ୍ତାଙ୍କୁ ଜେଲରେ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ପୋଲିସ ଅମାନବୀୟ ଭାବେ ରାତି ଅଧିଆ ଗିରଫ କରିବା ଏବଂ ଜେଲ ପଠାଇବା ଘଟଣାକୁ ନିନ୍ଦା କରିଛନ୍ତି ରାଜ୍ୟ ସଭାପତି । ଯେଉଁ ଘଟଣାକୁ ନେଇ ଗିରଫ କରାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଘଟଣାରେ 22 ଜଣ ବିଜେପି କର୍ମୀ ଗିରଫ ହୋଇଥିଲେ।

ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ‘‘ଗିରଫ ହୋଇଥିବା କୌଣସି ନେତା ସେଥିରେ ନଥିଲେ । ଏହି ପରି ମିଥ୍ୟା ମକଦ୍ଦମା ଦେଇ ଗିରଫ କରିବାରୁ ପୋଲିସ ନିବୃତ୍ତ ରହୁ । ବିଜୁ ଜନତା ଦଳ ଦୀର୍ଘ ଦିନ ଶାସନ କରିବା ଫଳରେ ରାଜ୍ୟରେ ଅରାଜକତା ବ୍ୟାପିଛି । କିଛି ମୁଷ୍ଟିମେୟ ପୋଲିସ ଅଧିକାରୀଙ୍କ ଏହା ଚକ୍ରାନ୍ତ ।''

ଏହା ବି ପଢନ୍ତୁ...ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ, ଏକପାଖିଆ ଆକ୍ରମଣ କରିଛି ପୋଲିସ କହିଲେ ଧର୍ମେନ୍ଦ୍ର

ସେହିପରି କ୍ୟାପିଟାଲ ଥାନା ଆଗରେ ଧାରଣା ଦେଇଥିଲା ରାଜ୍ୟ ବିଜେପି । ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଗିରଫ କରିବାର ୨୪ ଘଣ୍ଟା ବିତିଥିଲେ ମଧ୍ୟ ଏଯାଏ ବିଜେପିକୁ କୌଣସି ତଥ୍ୟ ଦିଆଯାଇନାହିଁ । କେଉଁ ଆଧାରରେ ଗିରଫ କରାଗଲା ଏବଂ କାହିଁକି ତାହାର ଏଫଆଇଆର କପି ଦିଆଯାଇନାହିଁ ବୋଲି ପ୍ରଶ୍ନ କରି ଧାରଣା ଦେଇଥିଲେ ବିଜେପି । ଅତିରିକ୍ତ ଡିସିପି ପ୍ରଭାସ କୁମାର ପଲ୍ ଓ ଏସିପି ମାନସ ଗଡ଼ନାୟକ ବିଜେପି କର୍ମୀଙ୍କୁ ତଦନ୍ତ ହେଉଥିବା କହିଥିବା ବେଳେ ଆଗତ ୨୪ ଘଣ୍ଟା ମଧ୍ୟରେ ଏଫଆଇଆର କପି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ବନ୍ଦ ହୋଇଥିଲା ।

ଏହା ବି ପଢନ୍ତୁ...ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ: ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨କର୍ମୀ ଗିରଫ

ସେହିପରି ଯେଉଁମାନେ ସାଧାରଣ ପୋଷାକରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ତାହାର କେତେ ଦୂର ତଦନ୍ତ ହୋଇଛି ବୋଲି ବିଜେପି ପ୍ରଶ୍ନ କରିବା ସହ କ୍ୟାପିଟାଲ ଥାନା ଆଇଆଇସି ରହୁନଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି । ସେହିଭଳି ଜିଲ୍ଲା ବିଜେପି ସନ୍ଧ୍ୟାରେ ମାଷ୍ଟର କ୍ୟାଣ୍ଟିନ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲା ।

ପ୍ରକାଶଥାଉ କି, ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଜେପି ଯୁବମୋର୍ଚ୍ଚା ମଙ୍ଗଳବାର ଏକ ବିଶାଳ ରାଲିରେ ବାହାରିଥିଲା । ବିଧାନସଭା ଘେରାଉ କରିବା ସମୟରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏଥିରେ କିଛି ପୋଲିସକର୍ମୀ ମଧ୍ୟ ଆହତ ହୋଇଥିଲେ । ବିଜେପି ଯୁବମୋର୍ଚ୍ଚାର କିଛି ସଦସ୍ୟ ମଧ୍ୟ ଆହତ ହୋଇଥିଲେ । ଘଟଣାରେ ପୋଲିସ ବିଜେପି ଯୁବମୋର୍ଟ୍ଟା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ 22ଜଣଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.