ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ: ଘର ଜଣକ ନାଁରେ, ଟଙ୍କା ଆଉ ଜଣକ ନାଁରେ

author img

By

Published : Jul 1, 2021, 9:55 AM IST

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରୁ ଆସିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ସାଙ୍ଘାତିକ ଘୋଟାଲାର ଚିତ୍ର । ଘର ଜଣକ ନାମରେ ଥିବାବେଳେ ଅର୍ଥ ଯାଇଛି ଆଉ ଜଣଙ୍କ ଆକାଉଣ୍ଟକୁ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ: ଘର ଜଣକ ନାଁରେ, ଟଙ୍କା ଆଉ ଜଣକ ନାଁରେ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ: ଘର ଜଣକ ନାଁରେ, ଟଙ୍କା ଆଉ ଜଣକ ନାଁରେ

ଖୋର୍ଦ୍ଧା: ଜିଲ୍ଲା ସ୍ଥିତ ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତରେ ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ସମସ୍ତଙ୍କ ମୁଣ୍ଡ ଉପରେ ଛାତଘର କରିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କ ନାମରେ ଘର କିନ୍ତୁ ପଇସା ଆଉ ଜଣଙ୍କ ଆକାଉଣ୍ଟରେ । ଏଭଳି ଘଟଣା ଦେଖିବାକୁ ମିଳିଛି କମାଗୁରୁ ଗ୍ରାମର ଦୁର୍ଗା ଚରଣ ରଣସିଂହଙ୍କ କ୍ଷେତ୍ରରେ ।

ଦୁର୍ଗା ଚରଣଙ୍କ ଘର ଝାଟିମାଟିର ହୋଇଥିବା ଭଙ୍ଗା ଦଦରା ଘର । ଘର ଉପରେ ପଡିଛି ଛିଣ୍ଡା ପାଲ ଓ ଭଙ୍ଗା ସିଟେଣ୍ଟ ଚଦର ଖଣ୍ଡ । ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେବାକୁ ଦୁର୍ଗା ଚରଣ ଦିନ ମଜୁରିଆ ଭାବେ କାମ କରିଥାନ୍ତି । ସରକାରୀ ଘର ପାଇବାକୁ ସେ ଅନେକ ଥର ନିବେଦନ କରିଥିଲେ । କିନ୍ତୁ ତାଙ୍କୁ ଘର ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ନାମରେ ଘର ଥାଉ ମଧ୍ୟ ଅନ୍ୟଜଣଙ୍କ ଖାତାକୁ ପଇସା ଜାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିରେ ତଦନ୍ତ କରି ସରକାରୀ ବାସଗୃହ ଯୋଜନାରେ ଘର ପ୍ରଦାନ କରିବାକୁ ଦୁର୍ଗା ଚରଣ ଦାବି କରିଛନ୍ତି ।

ତେବେ କମାଗୁରୁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ହୋଇଥିବା ନେଇ ସୂଚନା ଅଧିକାର ଦ୍ୱାରା ହସ୍ତଗତ ହୋଇଥିବା ତଥ୍ୟରୁ ଜଣା ପଡିଥିଲା । ଏଥିରେ 16 ନମ୍ୱରରେ ରହିଛି ଦୁର୍ଗା ଚରଣ ରଣସିଂହଙ୍କ ନାମ କିନ୍ତୁ ସେଥିରେ ପ୍ରଦାନ କରାଯାଇଥିବା ଆକାଉଣ୍ଟ ନମ୍ବର ଆଉ ଜଣଙ୍କର ରହିଛି । ଉକ୍ତ ବ୍ୟାଙ୍କ ଖାତାକୁ ସମ୍ପୂର୍ଣ୍ଣ ଏକ ଲକ୍ଷ କୋଡିଏ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି ।

ଏହା ଜାଣିବା ପରେ ଗତବର୍ଷ ଜୁଲାଇ ମାସରେ ଟାଙ୍ଗୀ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ଦୁର୍ଗା ଚରଣ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ସେହିପରି ସୂଚନା ଅଧିକାର କର୍ମୀ କହିଛନ୍ତି ଏହି ଦୁର୍ନୀତିର ତଦନ୍ତ କରାଯିବା ସହିତ ଦୁର୍ଗାଚରଣଙ୍କୁ ଘର ପ୍ରଦାନ କରାଯାଉ । ସେପଟେ ଘଟଣାର ତଦନ୍ତ କରାଯିବା ସହ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.