ETV Bharat / state

ପଞ୍ଚାୟତୱାରୀ ଲାଗିଲା PMAY ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା, ଫେବୃଆରୀରୁ ମିଳିବ ୱାର୍କଅର୍ଡର - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଣ୍ଟିତ 9.59 ଲକ୍ଷ ହିତାଧିକାରୀଙ୍କୁ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଘର ନିର୍ମାଣ ପାଇଁ ୱାର୍କ ଅର୍ଡର ମିଳିବ । ସର୍ବସାଧାରଣଙ୍କ ଅବଗତି ଓ ଅଭିଯୋଗ ନିମନ୍ତେ ଆଜିଠାରୁ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ପଞ୍ଚାୟତୱାରୀ ପ୍ରଦର୍ଶିତ କରାଯାଇଛି । ହିତାଧିକାରୀଙ୍କ ଚୟନ ଲାଗି ପୂର୍ବରୁ ସର୍ଭେ କରି ପଞ୍ଚାୟତିରାଜ ବିଭାଗ ପ୍ରାୟ 12 ଲକ୍ଷ 25 ହଜାର ଚିହ୍ନଟ କରିଥିଲା । ତଦନ୍ତ ପରେ ଏହି ସଂଖ୍ୟା ପାଖାପାଖି 12 ଲକ୍ଷ ତଳେ ରହିଛି । ଅଧିକ ପଢନ୍ତୁ

ପଞ୍ଚାୟତୱାରୀ ଲାଗିଲା PMAY(G) ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା,

author img

By

Published : Jan 16, 2023, 8:32 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ଆଜିଠାରୁ ପଞ୍ଚାୟତୱାରୀ ପ୍ରଦର୍ଶିତ କରାଯାଇଛି । ସର୍ବସାଧାରଣଙ୍କ ଅବଗତି ଓ ଅଭିଯୋଗ ନିମନ୍ତେ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ଜାରୀ କରାଯାଇଛି । ଗ୍ରାମସଭାରେ ତାଲିକା ଚୂଡାନ୍ତ ହେବା ପରେ ଫେବୃଆରୀ ମଧ୍ୟ ଭାଗରେ ଗୃହ ନିର୍ମାଣ ଲାଗି ମିଳିବ ୱାର୍କ ଅର୍ଡର । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏସଓପି ଜାରି କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଣ୍ଟିତ 9.59 ଲକ୍ଷ ହିତାଧିକାରୀଙ୍କୁ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଘର ନିର୍ମାଣ ପାଇଁ ୱାର୍କ ଅର୍ଡର ମିଳିବ । ସର୍ବସାଧାରଣଙ୍କ ଅବଗତି ଓ ଅଭିଯୋଗ ନିମନ୍ତେ ଆଜିଠାରୁ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ପଞ୍ଚାୟତୱାରୀ ପ୍ରଦର୍ଶିତ କରାଯାଇଛି । ହିତାଧିକାରୀଙ୍କ ଚୟନ ଲାଗି ପୂର୍ବରୁ ସର୍ଭେ କରି ପଞ୍ଚାୟତିରାଜ ବିଭାଗ ପ୍ରାୟ 12 ଲକ୍ଷ 25 ହଜାର ଚିହ୍ନଟ କରିଥିଲା । ତଦନ୍ତ ପରେ ଏହି ସଂଖ୍ୟା ପାଖାପାଖି 12 ଲକ୍ଷ ତଳେ ରହିଛି । ୱାର୍କ ଅର୍ଡର ଦେବା ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଗୁରୁତ୍ୱ ଦେଉଛି ବିଭାଗ । ଯୋଗ୍ୟ ହିତାଧିକାରୀ ସ୍ବଚ୍ଛତାର ସହ ଚୟନ କରିବା ଦିଗରେ ବିଭାଗ ପଦକ୍ଷେପ ଗ୍ରହଣ କରୁଛି । ଅଯୋଗ୍ୟଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଗ୍ରାମସଭାରେ ଯୋଗ୍ୟ ପରିବାରଙ୍କ ତାଲିକା ଅନୁମୋଦନ ପରେ ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ତାଲିକା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡ଼ି, ସ୍କୁଲ ଓ ଗ୍ରାମର ପ୍ରମୁଖ ସ୍ଥାନରେ ସର୍ବସାଧାରଣଙ୍କ ଲାଗି ପ୍ରଦର୍ଶିତ ହେବ ।

ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥାଏ ତେବେ ଜନସାଧାରଣ ନିର୍ଦ୍ଦିଷ୍ଟ ଅଯୋଗ୍ୟ ପରିବାରଙ୍କ ନାମରେ ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗ ଗୁଡ଼ିକର ଉପଯୁକ୍ତ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ଅଭିଯୋଗ ଦରଖାସ୍ତ ଫର୍ମକୁ ପୂରଣ କରି ନିଜ ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ବାକ୍ସରେ ଅଭିଯୋଗ ଦାଖଲ କରିପାରିବେ । ଟୋଲ ଫ୍ରି ନମ୍ବର : 18003456770 ବା 155335 ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିପାରିବେ । https://www.rhodisha.gov.in ପୋର୍ଟାଲରେ ମଧ୍ୟ ଅଭିଯୋଗ କରିହେବ । ଅଭିଯୋଗ ପ୍ରକ୍ରିୟା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଭିଯୋଗ ଗୁଡ଼ିକର ସରଜମିନ ତଦନ୍ତ ଲାଗି ଗଠିତ 3 ଜଣିଆ ଟିମରେ ସମ୍ପୃକ୍ତ ପଞ୍ଚାୟତର ପିଇଓ କିମ୍ବା ଜିଆରଏସ ଏବଂ ସେ ପଞ୍ଚାୟତ ଦାୟିତ୍ୱରେ ନଥିବା ଉକ୍ତ ବ୍ଲକର 2 ଜଣ ଅଧିକାରୀ ରହିବେ । ତଦନ୍ତ ପରେ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟଙ୍କ ନାମ କାଟି ସମସ୍ତ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବ । ଗ୍ରାମସଭା ଉକ୍ତ ତାଲିକାକୁ ଅନୁମୋଦନ କରିବା ପରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 9.59 ଲକ୍ଷ ହିତାଧିକାରୀଙ୍କୁ ୱାର୍କ ଅର୍ଡର ପ୍ରଦାନ କରାଯିବ । 8.17 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ 1.42 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ବାତ୍ୟା ଫନି ପ୍ରଭାବିତଙ୍କୁ ୱାର୍କ ଅର୍ଡର ଦିଆଯିବ । ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ 60:40 ରହିଛି । ଯେଉଁ ହିତାଧିକାରୀ 4 ମାସରେ ଗୃହ ନିର୍ମାଣ ଶେଷ କରୁଛନ୍ତି, ତାଙ୍କୁ 20 ହଜାର ଓ 6 ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ 10 ହଜାର ଟଙ୍କା ସ୍ୱତନ୍ତ୍ର ରାଶି ଦିଆଯାଉଛି । ରାଜ୍ୟ ସରକାର ନିଜ ପାଣ୍ଠିରୁ ଏହି ରାଶି ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତ୍ତମାନ 1 ଲକ୍ଷ 30 ହଜାର ଥିବା ବେଳେ, ଶୌଚାଳୟ ଓ ଅନ୍ୟାନ୍ୟ ସହାୟତା ବାବଦକୁ ହିତାଧିକାରୀଙ୍କୁ ପାଖାପାଖି 1 ଲକ୍ଷ 50 ହଜାରରୁ ଅଧିକ ଟଙ୍କା ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.