ETV Bharat / state

ଆବାସକୁ ନେଇ ବ୍ୟାକଫୁଟରେ ବିଜେପି, ଫାଇଦାରେ ରହିବ ବିଜେଡି !

author img

By

Published : Jan 27, 2023, 7:13 AM IST

ଆବାସରେ ଅବ୍ୟବସ୍ଥା ନେଇ ଆନ୍ଦୋଳନ କରୁଛି ରାଜ୍ୟ ବିଜେପି । ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିଥିବାବେଳେ ଅଯୋଗ୍ୟଙ୍କୁ ସାମିଲ କରାଯାଇଥିବା ବିଜେପି ଅଭିଯୋଗ କରୁଛି । ତେବେ ଏହା ରାଜ୍ୟ ସରକାରଙ୍କ ଉପରେ ପ୍ରଭାବ ପକାଇବାରେ ବିଫଳ ହୋଇଛି । ଅଧିକ ପଢନ୍ତୁ

ଫାଇଦାରେ ରହିବ ବିଜେଡି
ଫାଇଦାରେ ରହିବ ବିଜେଡି
ଆବାସକୁ ନେଇ ବ୍ୟାକଫୁଟରେ ବିଜେପି, ଫାଇଦାରେ ରହିବ ବିଜେଡି

ଭୁବନେଶ୍ବର: ରାଜ୍ୟରେ ଆବାସ ଯୋଜନାକୁ ନେଇ ବ୍ୟାକଫୁଟରେ ଅଛି ବିଜେପି । ଆବାସକୁ ନେଇ ଫାଇଦା ଉଠାଇବା ଚକରରେ ରହିଛି ବିଜେଡି । ଆବାସ ଯୋଜନାର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି ବିଜେପି । ହେଲେ ବିଜେପିର ପ୍ରତ୍ୟେକ ପେଞ୍ଚକୁ ଅକାମୀ କରିଦେଉଛି ବିଜେଡି । ଆବାସ ଗୋଟି ଆସନ୍ତା ନିର୍ବାଚନରେ ସୁହାଇବ ବୋଲି ବିଜେପି ଆଶା କରିଥିବାବେଳେ ତାହା ଫିକା ପଡିବାରେ ଲାଗିଛି ।

ଆବାସରେ ଅବ୍ୟବସ୍ଥା ନେଇ ଆନ୍ଦୋଳନ କରୁଛି ରାଜ୍ୟ ବିଜେପି । ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିଥିବାବେଳେ ଅଯୋଗ୍ୟଙ୍କୁ ସାମିଲ କରାଯାଇଥିବା ବିଜେପି ଅଭିଯୋଗ କରୁଛି । ଏନେଇ ଗତକାଲି ବ୍ଲକ ଘେରାଉ କରିଥିବାବେଳେ ଆନ୍ଦୋଳନକୁ ଗାଁକୁ ନେବାକୁ ଯୋଜନା କରିଛି ବିଜେପି । ସେପଟେ ବିଜେପିର ଆନ୍ଦୋଳନ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଉପରେ ପ୍ରଭାବ ପକାଇବାରେ ବିଫଳ ହୋଇଛି । କାରଣ ବିଜେଡି ବିଛେଇଥିବା ଜାଲରେ ବିଜେପି ପଡିଛି । ଯେଉଁଠୁ ମୁକୁଳିବା ବିଜେପି ଲାଗି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ବର୍ତ୍ତମାନ 4ଟି ପଏଣ୍ଟରେ ବିଜେଡି ଯାଉଛି । ଯାହାର ଜବାବ ବିଜେପି ନେତାଙ୍କ ପାଖରେ ନାହିଁ ।

ପ୍ରଥମ ହେଉଛି : ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ଯୋଜନା । ପୂର୍ବରୁ ଏହା ଯୋଜନାରେ ଶତକଡା ଶହେ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଦେଉଥିଲେ । 2014 ପରେ ଏହି ଯୋଜନାରେ 60:40 ଅଂଶ ଆକାରରେ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଛନ୍ତି । ବିଜେଡି କହୁଛି ଅନ୍ୟାନ୍ୟ ଖର୍ଚ୍ଚ ମିଶାଇଦେଲେ ଏହା 50:50 ହୋଇଯାଉଛି । ଯଦି ଏମିତି ହେବ ତେବେ କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ଲୋଗୋ ରହିବାରେ ଅସୁବିଧା କିଛିନାହିଁ । ଯଦି କେନ୍ଦ୍ର ସରକାର ଶତ ପ୍ରତିଶତ ଅର୍ଥ ଦେବେ ତାହାଲେ କେବଳ କେନ୍ଦ୍ର ଲୋଗୋ ଲାଗିବ । ଯାହାର ଜବାବ ରାଜ୍ୟ ବିଜେପି ପାଖରେ ନାହିଁ ।

ଦ୍ଵିତୀୟ କଥା ହେଉଛି ବିଜେପି ଅଭିଯୋଗ କରୁଛି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଯାଇଛି । ଅଯୋଗ୍ୟଙ୍କୁ ତାଲିକାରେ ସାମିଲ କରାଯାଇଛି । 2 ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ତାଙ୍କ ପାଖରେ ଥିବା ବିଜେପି ନେତା କହୁଛନ୍ତି । ବିଜେଡିର କ୍ଲିଅର ଷ୍ଟାଣ୍ଡ ହେଉଛି, ଯଦି ବିଜେପି ପାଖରେ ଅଯୋଗ୍ୟଙ୍କ ତାଲିକା ଅଛି ତେବେ ବିଜେପି ପୋର୍ଟାଲରେ ବାହାର କରୁ । ସବୁ ଜାଣିଯିବେ ଅଯୋଗ୍ୟ କିଏ ? ତଳସ୍ତର ଅଧିକାରୀ ଦେଖିଲା ବେଳେ ଯଦି ଉହ୍ୟ ହୋଇ ରହିଯାଉଥିବ । ଲିଷ୍ଟ ଆହୁରି କ୍ଲିନ ହୋଇଯିବ । ଖାଲି ଅଭିଯୋଗ ନକରି ଏହା କରନ୍ତୁ ବୋଲି ବିଜେଡି ଆହ୍ୱାନ କରିଛି । ବିଜେଡି ଭଲ ଭାବରେ ଜାଣିଛି, ବିଜେପି ତାଲିକା ଜାରି କରିପାରିବ ନାହିଁ । ଯଦି ଏପରି ବିଜେପି କରିବ, ତେବେ ଗ୍ରାମାଞ୍ଚଳରେ ଥିବା ବିଜେପିର ଭୋଟ ବ୍ୟାଙ୍କ ପ୍ରଭାବିତ ହେବ ।

ତୃତୀୟ କଥା ହେଉଛି : ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ଲାଗି ମାପଦଣ୍ଡ ରହିଛି । ଯାହା କେନ୍ଦ୍ର ସରକାର ଜାରି କରିଛନ୍ତି । ମାପଦଣ୍ଡ ଲାଗୁ ଓ ପରିବର୍ତ୍ତନ କରିବା କେବଳ କେନ୍ଦ୍ର ସରକାରଙ୍କ କ୍ଷମତା ପରିସର ଭୁକ୍ତ ଅଟେ । ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ବାଇକ, ସ୍କୁଟି, ଅଟୋ କିମ୍ବା ମାଛ ଧରା ଡଙ୍ଗା, ଝୁମ୍ପୁଡି ଘର ଥାଇ ଫ୍ରିଜ ଥିବ, ଲ୍ୟାଣ୍ଡ ଲାଇନ ଫୋନ ବା ପ୍ରୋଫେସନାଲ ଟ୍ୟାକ୍ସ ଦେଉଥିଲେ ଅଯୋଗ୍ୟ ଘୋଷିତ ହେବେ । ଆବାସ ଯୋଜନାରେ ଘର ମିଳିବ ନାହିଁ । ଯାହାକୁ ନେଇ ଗାଁଗାଁରେ ଅସନ୍ତୋଷ ଦେଖା ଦେଇଛି । ମାପଦଣ୍ଡକୁ ନେଇ ବିଜେପି ପ୍ରସଙ୍ଗ କରିପାରିବ ନାହିଁ । ଯଦି କରିବ ବିଜେଡି ପାଖରେ ଜବାବ ରହିଛି ।

ଚତୁର୍ଥ କଥା ହେଉଛି: ଆବାସ ଗୃହ ନିର୍ମାଣ ବନ୍ଦ ହେଲେ ବିଜେଡି ସରକାର ଘର ଯୋଗାଇଦେବ ବୋଲି ବିଜେଡି ଘୋଷଣା କରିଛି । ରାଜ୍ୟର ଗରିବ ଲୋକଙ୍କ ଯତ୍ନ ନେବେ ବୋଲି ଦଳ କହିଛି । ଯୋଗ୍ୟ ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବାରେ ବିଜେପିର ଭୂମିକାକୁ ମଧ୍ୟ ପ୍ରକାଶ କରିବ ବୋଲି ବିଜେଡି କହିଛି । ଆଦିବାସୀ ତଥା ଓଡ଼ିଶାର ଲୋକଙ୍କ ପାଇଁ ଲକ୍ଷଲକ୍ଷ ବିଚାରାଧୀନ ଆବାସ ଘର ଯୋଗାଇ ଦେବା ପାଇଁ ବିଜେଡି କେନ୍ଦ୍ର ସହ ସଂଗ୍ରାମ ଜାରି ରଖିବ ବୋଲି ବି କହିଛି । ବିଜେଡିର ଘୋଷଣା ପରେ ଜଳକା ହୋଇଛି ବିଜେପି । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ପଣ୍ଡିତ ଜବାହରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ମନମୋହନ ସିଂଙ୍କ ପର୍ଯ୍ୟନ୍ତ ଆବାସ ଯୋଜନାରେ କେନ୍ଦ୍ରର ଅଂଶ ଶତକଡ଼ା ଶହେ ଥିଲା । 2014 ମସିହା ପରଠାରୁ ଏହା କେନ୍ଦ୍ର ଓ ରାଜ୍ୟ ଭାଗ 60:40 ହୋଇଛି । ତାହା ପରେ ଲୋଗୋ ପାଇଁ ଝଗଡା ଚାଲିଲା । ଠିକରେ ଦିଆଯାଉନାହିଁ ବୋଲି ବିଜେପି ସାଂସଦମାନେ ଅଭିଯୋଗ ଆଣିଲେ । ଏବେ କୁହାଯାଉଛି କି ଅଯୋଗ୍ୟ ମାନେ ପାଇଯାଉଛନ୍ତି । ଯଦି ଅଯୋଗ୍ୟ ପାଉଛନ୍ତି, ତାଙ୍କ ପାଇଁ ସର୍ଭେ ଅଛି । ବିଜେପି ଖାଲି ଅଭିଯୋଗ ନକରି ତାଲିକା ଜାରି କରୁ । ରାଜ୍ୟରେ ଆବାସ କାର୍ଯ୍ୟକ୍ରମ ଠିକରେ କରାଇ ନଦେବା ପାଇଁ ବୋଧେ ବିଜେପିର ଭାବନା ରହିଛି । ଯେହେତୁ ନିର୍ବାଚନ ଅଛି ମୁଦ୍ଦା କରି ବିଜେପି ଭୋଟ ହାତେଇବା ଚାହୁଁଛି । ଗ୍ରାମସଭାକୁ ସମ୍ବିଧାନରେ ସ୍ୱୀକୃତି ଦିଆଯାଇଛି । ରାଜ୍ୟ ସରକାର ଏହି ଯୋଜନାରେ 50 ପ୍ରତିଶତ ଦେଉଛନ୍ତି, ତେବେ ସମ୍ପୂର୍ଣ୍ଣ ଦେବାକୁ ନିଷ୍ପତ୍ତି ନେବେ ତାହାକୁ କଣ କିଏ ରୋକିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.