ETV Bharat / state

ଆବାସ ରାଜନୀତି: ବିଜେଡି-ବିଜେପି କଳି, ଗରିବ ପଡୁଛନ୍ତି ବଳି

author img

By

Published : Apr 18, 2023, 4:39 PM IST

ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଗାଇଡ଼ଲାଇନ ଅନୁସାରେ ଯୋଗ୍ୟ ଏବଂ ଅଯୋଗ୍ୟ ତାଲିକା ପ୍ରସ୍ତୁତ ହେଉଛି । ଗାଇଡ଼ ଲାଇନ ଯେମିତି ପ୍ରସ୍ତୁତ ହୋଇଛି, ସେଥିରେ ମତ୍ସ୍ୟଜୀବୀ ମାନେ ତାଲିକାରୁ ବାଦ ପଡୁଛନ୍ତି । ଏସି ବର୍ଗ ଅନ୍ତର୍ଗତ ଧୀବର ସମ୍ପ୍ରଦାୟ ବାଦ ପଡୁଛନ୍ତି । ଗାଇଡ଼ ଲାଇନ ଅନୁସାରେ ଯଦି ସେମାନଙ୍କର ମାଛ ଧରା ଡଙ୍ଗା ଥିବ ସେ ତାଲିକାରୁ ବାଦ ପଡିବେ । ଅଧିକ ପଢନ୍ତୁ

ଆବାସ ରାଜନୀତି, ବିଜେଡି-ବିଜେପି କଳି, ଗରିବ ପଡୁଛନ୍ତି ବଳି

ଭୁବନେଶ୍ବର: ଆବାସ ବଣ୍ଟନକୁ ନେଇ ରାଜ୍ୟରେ ଜାରୀ ରହିଛି କଳି । ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ଜାରି ରହିଛି । ସେପଟେ ବିଜେଡି-ବିଜେପି କଳି ଯୋଗୁଁ ସାଧାରଣ ଗରିବ ଲୋକ ବଳି ପଡୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । କେନ୍ଦ୍ର ସରକାରଙ୍କ ହିତାଧିକାରୀ ଚୟନ ଗାଇଡ଼ ଲାଇନ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ।

ଏହାବି ପଢନ୍ତୁ- ସମଲିଙ୍ଗୀ ବିବାହ ମାମଲା, କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ଦୀର୍ଘ 3 ବର୍ଷ ହେଲା ପକ୍କା ଘର ଲାଗି ଗାଁ ଲୋକେ ହାଉଯାଉ ହେଲେଣି । କେନ୍ଦ୍ରରେ ଉପା ସରକାର ଥିବା ସମୟରେ ରାଜ୍ୟ ଯେତେବେଳେ ଯାହା ସହାୟତା ମାଗିଥିଲେ, ଦିଆଯାଉଥିଲା । ଇନ୍ଦିରା ଆବାସ ନାଁରେ ଘର ମିଳୁଥିଲା । ଅଛେଦିନ ଆସିବ କହି ମୋଦି ସରକାର ଘର ଦେଇନାହାନ୍ତି । ବିଜେଡି ଓ ବିଜେପି ଲଢେଇରେ ଗରିବ, ଖଟିଖିଆ ହଇରାଣ ହରକତ ହେଉଛନ୍ତି । ଆଜି ଛାତ ଖଣ୍ଡେ ତାଙ୍କୁ ମିଳୁନାହିଁ । ରାଜନୀତିରୁ ଉର୍ଦ୍ଧ୍ବରେ ରହି କଂଗ୍ରେସ ଯେମିତି ଇନ୍ଦିରା ଆବାସ ଯୋଗାଉ ଥିଲା, କେନ୍ଦ୍ର ସରକାର ତୁରନ୍ତ ଘର ଯୋଗାନ୍ତୁ । କେନ୍ଦ୍ର ଓ ରାଜ୍ୟ ସରକାର କେବିକେ ସହ ଅନ୍ୟ ଅଞ୍ଚଳର ଗରିବ ଲୋକଙ୍କୁ ଘର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଗାଇଡ଼ଲାଇନ ଅନୁସାରେ ଯୋଗ୍ୟ ଏବଂ ଅଯୋଗ୍ୟ ତାଲିକା ପ୍ରସ୍ତୁତ ହେଉଛି । ଗାଇଡ଼ ଲାଇନ ଯେମିତି ପ୍ରସ୍ତୁତ ହୋଇଛି, ସେଥିରେ ମତ୍ସ୍ୟଜୀବୀ ମାନେ ତାଲିକାରୁ ବାଦ ପଡୁଛନ୍ତି । ଏସି ବର୍ଗ ଅନ୍ତର୍ଗତ ଧୀବର ସମ୍ପ୍ରଦାୟ ବାଦ ପଡୁଛନ୍ତି । ଗାଇଡ଼ ଲାଇନ ଅନୁସାରେ ଯଦି ସେମାନଙ୍କର ମାଛ ଧରା ଡଙ୍ଗା ଥିବ ସେ ତାଲିକାରୁ ବାଦ ପଡିବେ । ସେହିପରି ଯୋଗ୍ୟ, ଅଯୋଗ୍ୟ ଚୟନ ଲାଗି ଅନେକ ପ୍ରତିବନ୍ଧକ ରହିଛି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ଲାଗି ପ୍ରକ୍ରିୟା ଜାରି ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ 15 ଲକ୍ଷ ହିତାଧିକାରୀଙ୍କୁ ଆବାସ ଯୋଜନା ତାଲିକାରେ ସାମିଲ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ପ୍ରାୟ ସାଢ଼େ 9 ଲକ୍ଷ ମଞ୍ଜୁର କରିଛନ୍ତି । ଯାହା ଫଳରେ ଆହୁରି ବହୁତ ଲୋକ ଆବାସ ପାଇବାରେ ବଞ୍ଚିତ ହେଉଛନ୍ତି । କିନ୍ତୁ ରାଜ୍ୟ ସରକାର ତତ୍ପର ରହିଛନ୍ତି । ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଛାତ ଖଣ୍ଡେ ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁ ସମୟରେ ପ୍ରକ୍ରିୟା ଜାରୀ ରଖିଛନ୍ତି । ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । କେନ୍ଦ୍ର ଗାଇଡ ଲାଇନ ଅନୁସାରେ ଅନେକ ଲୋକ ତାଲିକାରୁ ବାଦ ପଡୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.