ETV Bharat / state

ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ କମାଲ; ଏସଏଚଜି ମହିଳାଙ୍କ ପାଇଁ ତିଆରି କଲେ ସାଥୀ ଆପ୍ - ରାୟଗଡା ପାୟଲ ପ୍ରଧାନ

ଏସଏଚଜି ମହିଳାଙ୍କ ପାଇଁ ସାଥୀ ଆପ୍ ପ୍ରସ୍ତୁତ କଲେ ଯୁକ୍ତ ଦୁଇ ଛାତ୍ରୀ । ମଧ୍ୟାହ୍ନ ଭୋଜନ ହିସାବ ରଖିବାରେ ସହାୟକ ହେବ ଆପ୍ । ଅଧିକ ପଢ଼ନ୍ତୁ

ସାଥୀ ଆପ୍ ପ୍ରସ୍ତୁତ କଲେ ରାୟଗଡା ଛାତ୍ରୀ
ସାଥୀ ଆପ୍ ପ୍ରସ୍ତୁତ କଲେ ରାୟଗଡା ଛାତ୍ରୀ
author img

By ETV Bharat Odisha Team

Published : Nov 17, 2023, 12:00 PM IST

ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ କମାଲ

ଭୁବନେଶ୍ବର: ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଅଭିନବ ପ୍ରୟାସ । ମାଆଙ୍କ ପାଇଁ ତିଆରି କଲେ ସ୍ବତନ୍ତ୍ର ଆପ୍ । ତାଙ୍କ ମାଆ ହେଉଛନ୍ତି ଜଣେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟ। । ତାଙ୍କୁ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ହିସାବ ରଖିବାକୁ ପଡ଼େ । ହେଲେ ଅନେକ ସମୟରେ ଏହି ହିସାବ କିତାବରେ ଭୁଲ ହେଉଥିବାରୁ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀ ଜଣକ ସମସ୍ତ ଏସଏଚଜି ମହିଳାଙ୍କ ପାଇଁ ଏକ ଆପ୍ ପ୍ରସ୍ତୁତ କରିଛନ୍ତି, ଯାହାର ନାମ ରହିଛି 'ସାଥୀ' । ଏହି ଛାତ୍ରୀ ହେଉଛନ୍ତି ରାୟଗଡ଼ା ଆଦର୍ଶ ବିଦ୍ୟାଳୟର ପାୟଲ ପ୍ରଧାନ ।

ଏନେଇ ପାୟଲ କହିଛନ୍ତି ଯେ, ସୁରଭି ୨୦୨୩ କାର୍ଯ୍ୟକ୍ରମରେ ସେ ଏକ ଆପ୍ ବିକଶିତ କରିଛନ୍ତି । ଯାହାର ନାମ ସାଥୀ ଆପ୍ । ଏହି ଆପ୍ ଜରିଆରେ ସେ ଏସ୍‌ଏଚ୍‌ଜି ଗ୍ରୁପ୍‌ ମହିଳାମାନଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଏସ୍‌ଏଚ୍‌ଜି ସଦସ୍ୟମାନେ ବୁଝୁଛନ୍ତି । ଏଥିପାଇଁ ମଧ୍ୟାହ୍ନ ଭୋଜନର ଟିକନିକ୍ ହିସାବ ରଖିବାକୁ ପଡ଼ୁଛି । କିନ୍ତୁ ଏସ୍‌ଏଚ୍‌ଜି ସଦସ୍ୟମାନେ ଏତେ ଶିକ୍ଷିତ ହୋଇନଥିବାରୁ ଅନେକ ସମୟରେ ହିସାବରେ ଗଡ଼ବଡ଼ି ଦେଖାଯାଉଛି ନଚେତ୍ ସେମାନଙ୍କୁ ଅନ୍ୟର ସାହାଯ୍ୟ ନେବାକୁ ପଡୁଛି । ମାତ୍ର ଏହି ସାଥୀ ଆପ୍ ଦ୍ଵାରା ସେମାନେ ସୁବିଧାରେ ହିସାବ ରଖିପାରିବେ । ଏସ୍‌ଏଚ୍‌ଜି ସଦସ୍ୟମାନେ ନିଜ କାମ ନିଜେ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ମହିଳାଙ୍କୁ ସୁରକ୍ଷା ଦେବ ଆଲକହଲ ଡିଟେକ୍ଟରଏହା ମଧ୍ୟ ପଢନ୍ତୁ: ମହିଳାଙ୍କୁ ସୁରକ୍ଷା ଦେବ ଆଲକହଲ ଡିଟେକ୍ଟର

ପାୟଲଙ୍କ ମାଆ ହେଉଛନ୍ତି ଜଣେ ଏସ୍‌ଏଚ୍‌ଜି ସଦସ୍ୟା । ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେଇଥାନ୍ତି । ମଧ୍ୟାହ୍ନ ଭୋଜନର ହିସାବକିତାବ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାଆଙ୍କ ଏହି ସମସ୍ୟା ଦେଖିବା ପରେ ତାଙ୍କର କାର୍ଯ୍ୟ ସରଳ କରିବାକୁ ଚିନ୍ତା କରିଥିଲେ ପାୟଲ । ସେ ନିଜ ମାଆଙ୍କ ପାଇଁ ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସୁବିଧାରେ କାର୍ଯ୍ୟ କରିପାରୁଛନ୍ତି ଏସ୍‌ଏଚ୍‌ଜି ମହିଳା ।

ପ୍ରତ୍ୟେକ ଦିନ କେତେ ଜଣ ମଧ୍ୟାହ୍ନ ଭୋଜନ ଗ୍ରହଣ କଲେ, କେତେ ପିଲା ଉପସ୍ଥିତ ରହିଛନ୍ତି, କେତେ ଚାଉଳ ପନିପରିବା ଖର୍ଚ୍ଚ ହୋଇଛି, ସେସବୁର ତଥ୍ୟା ଏହି ଆପ୍‌ରେ ରଖିପାରିବେ । ଯାହାଫଳରେ ସାରା ରାଜ୍ୟରେ ଏଭଳି କରିବା ଦ୍ବାରା କେଉଁଠାରେ କେତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ଜାଣିହେବ । କେତେ ପିଲାମାନେ ମଧ୍ୟାହ୍ନ ଭୋଜନ ଗ୍ରହଣ କଲେ ତାହାର ହିସାବ ରହିପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.