ETV Bharat / state

ଅଗଷ୍ଟ ୧ରୁ ଯୁକ୍ତ 2 ପାଠପଢା: ପ୍ରଥମ ଦିନରେ ହେବ ଇଣ୍ଡକ୍ସନ କ୍ଲାସ

author img

By

Published : Jul 30, 2023, 10:00 PM IST

Updated : Jul 31, 2023, 6:12 PM IST

ଅଗଷ୍ଟ ପହିଲା ଅର୍ଥାତ ଆସନ୍ତାକାଲିଠାରୁ କଲେଜର କ୍ଲାସରୁମରେ ପାଠ ପଢିବେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ। ପ୍ରଥମ ଦିନ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ କ୍ଲାସ କରାଯିବ। ଅଧିକ ପଢନ୍ତୁ

ଆରମ୍ଭ ହେବ +2 ପାଠପଢା
ଆରମ୍ଭ ହେବ +2 ପାଠପଢା
ଆରମ୍ଭ ହେବ +2 ପାଠପଢା
ଆରମ୍ଭ ହେବ +2 ପାଠପଢା

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ୧ ତାରିଖଠାରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀର ପାଠପଢା । ଅଗଷ୍ଟ ପହିଲାରୁ କଲେଜର କ୍ଲାସରୁମ୍‌ରେ ପାଠ ପଢିବେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ । ତେବେ କଲେଜର ପ୍ରଥମ ଦିନ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ କ୍ଲାସ କରାଯିବ । ଏହି କ୍ଲାସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକଙ୍କ ଦ୍ବାରା ପରିଚାଳିତ ହେବ । ପ୍ରଥମ କରି କଲେଜ ଆସିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଓ ପାଠପଢା ବ୍ୟତୀତ ଅନ୍ୟାନ୍ୟ ବିଷୟରେ ଅବଗତ କରାଯିବ। ଏହାସହ ପ୍ରତ୍ୟେକ ବିଷୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ସହିତ ପରିଚିତ ହେବେ ଛାତ୍ରଛାତ୍ରୀ । ସିଲାବସର ଉପଲବ୍ଧତା, ପରୀକ୍ଷା ପ୍ରଶ୍ନ ଢାଞ୍ଚା ବିଷୟରେ ସୂଚନା ଦିଆଯିବ । ରାଗିଂ ବିଷୟରେ ମଧ୍ୟ ଅବଗତ କରାଯିବ । ଏହାସହ କଲେଜର ନିୟମ ଏବଂ ନିୟମାବଳୀ ବିଷୟରେ ଅବଗତ କରାଯିବ । ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ତେବେ ଚିଠିରେ ନିର୍ଦ୍ଦେଶ ରହିଛି , "ନାମଲେଖା ପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ କ୍ଲାସ ପାଇଁ ସେମାନଙ୍କୁ ସ୍ୱାଗତ କରାଯିବ । ସମସ୍ତ ପିଲାଙ୍କୁ ଏକାଠି କରି ସ୍ଵାଗତ କରାଇବାର ବ୍ୟବସ୍ଥା ପାଇଁ ଯୋଜନା ରହିଛି । ତେବେ ଏହି ଅଧିବେଶନକୁ ଜଣେ ପ୍ରିନ୍ସିପାଲ ପରିଚାଳିତ କରିବେ । ଏହାସହ ବରିଷ୍ଠ ଅଧ୍ୟକ୍ଷ ଏବଂ ଅଧ୍ୟାପିକାମାନେ ମଧ୍ୟ ସ୍ଵାଗତ କ୍ଲାସ ପରିଚାଳିତ କରିବେ । ତେବେ ପ୍ରଥମ କ୍ଲାସରେ ଶିକ୍ଷାର୍ଥୀମାନଙ୍କୁ ଅନୁଷ୍ଠାନର ଇତିହାସ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରାଯିବ । କଲେଜର ନିୟମାବଳୀ ସମେତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିଭଳି ଭାବରେ ଉଜ୍ବଳ ହୋଇପାରିବ ସେନେଇ ଗୁରୁତ୍ୱ ଦେବା ସହ ଏହି ସମସ୍ତ ବିଷୟରେ ଅବଗତ କରାଯିବ । ଅନ୍ୟପଟେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିବା ବିଭିନ୍ନ ଶ୍ରେଣୀଗୃହ, ଲାବୋରୋଟୋରୀ, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ସୁବିଧା ବିଷୟରେ ଛାତ୍ରଛାତ୍ରୀମାନେ ଧ୍ୟାନ ଦେବା ଆବଶ୍ୟକ ।"

ଏହାସହ ନିଜ ନିଜ ବିଭାଗର ସମୟ ସାରଣୀ(ଟାଇମ୍ ଟେବୁଲ୍) ବଣ୍ଟନ କରାଯିବା ଆବଶ୍ୟକ । କଲେଜ ୟୁନିଫର୍ମ ଏବଂ ପରିଚୟ କାର୍ଡ ଆଦିକୁ ଗୁରୁତ୍ଵ ଦିଆଯିବ । ତେବେ ସମସ୍ତ ଛାତ୍ରଛାତ୍ରୀ କ୍ଲାସରେ ଯୋଗଦେବା ଆବଶ୍ୟକ ବୋଲି ନୂଆ କରି ଆସୁଥିବା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯିବ । ଅଗଷ୍ଟ 14 ସୁଦ୍ଧା ୟୁନିଫର୍ମ ସମେତ ଏକ ସ୍ଥାୟୀ ପରିଚୟ କାର୍ଡ ପ୍ରଦାନ କରାଯିବ। ତେବେ ସେପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏକ ଅସ୍ଥାୟୀ ପରିଚୟ କାର୍ଡ ପ୍ରଦାନ କରାଯିବ । ଏହାସହ ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ପୋର୍ଟାଲ ବିଷୟରେ ସଚେତନତା କରାଯିବ । ଛାତ୍ରଛାତ୍ରୀଙ୍କୁ ରାଜ୍ୟ ବୃତ୍ତି ବିଷୟରେ ମଧ୍ୟ ଅବଗତ କରାଯିବ। http://odishacareerportal.com ପୋର୍ଟାଲରେ ଲଗ୍ ଇନ କରି ତଥ୍ୟ ପାଇପାରିବେ ଛାତ୍ରଛାତ୍ରୀ । CHSE ସିଲାବସ ସହ ଇ-ପୁସ୍ତକଗୁଡ଼ିକ ବାବଦରେ ମଧ୍ୟ ସଚେତନତା କରାଯିବ" ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏହା ବି ପଢନ୍ତୁ...ସମ୍ବଲପୁର IIMର ନବମ ବ୍ୟାଚ ଆରମ୍ଭ, ଏଥର ବ୍ୟାଚରେ 60% ଛାତ୍ରୀ

ଯୁକ୍ତ ଦୁଇ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ପାଇଁ ଓଡିଶା ସିଲାବସ ପାଠ୍ୟ ପୁସ୍ତକ ବ୍ୟୁରୋ (https://www.textbookbureauodisha.in) ୱେବସାଇଟରେ ଉପଲବ୍ଧ ରହିଛି । ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯିବ । ଏହାବ୍ୟତୀତ ଅଭିଭାବକମାନଙ୍କ ସହିତ ଶିକ୍ଷକମାନଙ୍କର ବୈଠକ କରାଯିବ । ଯାହା ଫଳରେ ପିଲାଙ୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବ । ଏହାସହ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କଲେଜ ବା ହଷ୍ଟେଲ କ୍ୟାମ୍ପସରେ ରାଗିଂ ନେଇ ସଚେତନତା କରାଯିବ । ରାଗିଂର ଫର୍ମ ଏବଂ ଆଣ୍ଟି-ରାଗିଂ ସେଲ୍‌ର ନମ୍ବର ମାଧ୍ୟମରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ ବୋଲି CHSE ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 31, 2023, 6:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.