ETV Bharat / state

ସରିଲା ଯୁକ୍ତ ଦୁଇ ପରୀକ୍ଷା, ୧୦ରୁ ଖାତା ଦେଖା

ଆଜି ସରିଲା ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୧୦ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବାକୁ ଥିବାବେଳେ ମେ ମାସ ଶେଷ ଓ ଜୁନ ମାସ ଆରମ୍ଭରୁ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

ସରିଲା ଯୁକ୍ତ ଦୁଇ ପରୀକ୍ଷା
ସରିଲା ଯୁକ୍ତ ଦୁଇ ପରୀକ୍ଷା
author img

By

Published : Apr 5, 2023, 10:13 PM IST

ଭୁବନେଶ୍ବର: ସରିଲା ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ନିୟୋଜିତ ହେବେ ୧୫ ହଜାର ମୂଲ୍ୟାଙ୍କନକାରୀ । ଉଭୟ ଅନଲାଇନ ଓ ଆଫଲାଇନରେ ହେବ ଖାତା ଦେଖା । ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ ୨୨ ଏବଂ ଅନଲାଇନ୍ ଖାତା ଦେଖା ଏପ୍ରିଲ ୨୩ରେ ଶେଷ ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ୍ ଖାତା ଦେଖା ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମେ ୪ ତାରିଖ ଏବଂ ଅନଲାଇନ୍ ଖାତା ଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଚଳିତବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଛି । ଏଥିରେ ୩୯ଟି ଅନଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ହେବ । ୨ଟି ପର୍ଯ୍ୟାୟରେ ଖାତା ଦେଖା ଶେଷ ହେବାପରେ ମେ ମାସ ଶେଷ ଓ ଜୁନ ମାସ ଆରମ୍ଭରୁ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଅଫଲାଇନ୍ କେନ୍ଦ୍ରଗୁଡ଼ିକରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖାତାଦେଖା ହେବ । ମାତ୍ର ଅନଲାଇନ୍ ଖାତାଦେଖା ପାଇଁ ୨ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ । ଅଫଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତର ଖାତା ମୂଲ୍ୟାଙ୍କନ ଶେଷ ହେବାପରେ ୨ ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ବାରା ଯାଞ୍ଚ କରାଯିବ । ଯେପରି ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନରୁହେ, ସେଥିପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ହୋଇଛି । ଅନଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ସ୍କାନିଂ କରାଯିବ । ଏହା ପରେ ୨ ଥର ପାଇଁ ମୂଲ୍ୟାଙ୍କନ କରାଯିବ ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ପିଇବା ପାଣି, ବିଦ୍ୟୁତ ବ୍ୟବସ୍ଥା, ବିଶ୍ରାମଗୃହ ଆଦି ସମସ୍ତ ବ୍ୟବସ୍ଥା କରାଯିବ । ମୂଲ୍ୟାଙ୍କନ କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ମୂଲ୍ୟାଙ୍କନକାରୀ ନପହଞ୍ଚିଲେ କାରଣଦର୍ଶାଅ ସମନ୍ ଜାରି କରାଯିବ । ଯେଉଁ ଅଧ୍ୟାପକ କିମ୍ବା ଅଧ୍ୟାପିକା ତଥା ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପିଲାମାନେ ପରୀକ୍ଷା ଦେଇଛନ୍ତି, ସେମାନଙ୍କୁ ମୂଲ୍ୟାଙ୍କନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବାବେଳେ ସିସିଟିଭି ନଜରରେ ରହିବ ସମସ୍ତ ମୂଲ୍ୟାଙ୍କନ ଜୋନ୍ । ତେବେ ଆଜି ଯୁକ୍ତ ଦୁଇ ପରୀକ୍ଷା ସରିଥିବା ବେଳେ ଚଳିତ ବର୍ଷ ସମୁଦାୟ ୧୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । କଳାରେ ୨ ଲକ୍ଷ ୩୩ ହଜାର ୮୫୫, ବିଜ୍ଞାନରେ ୯୩ ହଜାର ୮୯୪, ବାଣିଜ୍ୟରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ଶେଷ ଦିନରେ କପି କରି ୫୭୫ ଛାତ୍ରଛାତ୍ରୀ ଧରାପଡ଼ିଥିଲେ । କଳାରେ ୨୯୫, ବାଣିଜ୍ୟରେ ୧୦୪ ଓ ବିଜ୍ଞାନରେ ୧୭୬ ଛାତ୍ରଛାତ୍ରୀ କପି କରି ଧରାପଡ଼ିଛନ୍ତି । ସେହିଭଳି ୫୫୯୭ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । କଳାରେ ୩୪୮୯, ବାଣିଜ୍ୟରେ ୯୮୩ ଓ ବିଜ୍ଞାନରେ ୧୧୨୫ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.