ETV Bharat / state

Plus 2 Exam Date: ଫେବୃଆରୀ ୧୪ରୁ ମାର୍ଚ୍ଚ 13 ଯାଏଁ ପରୀକ୍ଷା, ଜାନୁଆରିରେ ପ୍ରାକ୍ଟିକାଲ

author img

By

Published : Aug 16, 2023, 11:03 PM IST

ଫେବୃଆରୀ ୧୪ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୧୩ ଯାଏଁ ଚାଲିବ ପରୀକ୍ଷା । ପାଖା ପାଖି ୬ ମାସ ପୂର୍ବରୁ ଆଜି (ବୁଧବାର) ପରୀକ୍ଷା ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଏପ୍ରିଲ ଶେଷ ବା ମେ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ପରୀକ୍ଷା ଫଳ । ଅଧିକ ପଢନ୍ତୁ

ଫେବୃଆରୀ ୧୪ରୁ ମାର୍ଚ୍ଚ 13 ଯାଏଁ ପରୀକ୍ଷା, ଜାନୁଆରିରେ ପ୍ରାକ୍ଟିକାଲ

ଭୁବନେଶ୍ବର: ଫେବୃଆରୀ ୧୪ ରୁ ଯୁକ୍ତ ଦୁଇ ପରୀକ୍ଷା । ଜାନୁଆରିରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ପାଖା ପାଖି ୬ ମାସ ପୂର୍ବରୁ ତାରିଖ ଘୋଷଣା କଲା କାଉନସିଲ। ଏପ୍ରିଲ ଶେଷ ବା ମେ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ପରୀକ୍ଷା ଫଳ ।

ଫେବୃଆରୀ ୧୪ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୧୩ ଯାଏଁ ଚାଲିବ ପରୀକ୍ଷା । ପାଖା ପାଖି ୬ ମାସ ପୂର୍ବରୁ ଆଜି (ବୁଧବାର) ପରୀକ୍ଷା ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଏପ୍ରିଲ ଶେଷ ବା ମେ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ପରୀକ୍ଷା ଫଳ । ଏଥିପାଇଁ ଆସନ୍ତା ନଭେମ୍ବର ୧୦ ରୁ ୨୫ ତାରିଖ ମଧ୍ୟରେ ହେବ ଫର୍ମ ଫିଲଅଫ । ଏହା ସହ ଡିସେମ୍ବର ୧୨ ତାରିଖରେ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଆଡାମିଟ କାର୍ଡ ଡାଉନଲୋଡ କରିପାରିବେ । ଏହାପରେ ଯୁକ୍ତ ଦୁଇ ଇନ ଷ୍ଟାଣ୍ଟ ପରୀକ୍ଷା ମେ ମାସ ତୃତୀୟ ସପ୍ତାହ ରେ ଫର୍ମ ଫିଲଅପ କରିବେ । ଜୁନ ଦ୍ବିତୀୟ ସପ୍ତାହରେ ହେବ ପରୀକ୍ଷା। ଏନେଇ ପରିଷଦ ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇଛି ।

ଏହାବି ପଢନ୍ତୁ- ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ୪୩୩ ପାସ୍‌

ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ଅଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ବାର୍ଷିକ ପରୀକ୍ଷା ପାଇଁ ତତ୍ପରତା ଦେଖାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଉଭୟ ଏକାଦଶ ଶ୍ରେଣୀ ଓ ଦ୍ଵାଦଶ ଶ୍ରେଣୀ ପାଇଁ ପ୍ରକାଶ କରିଛି ବିଜ୍ଞପ୍ତି। କିଭଳି ଭାବରେ ଯୁକ୍ତ ଦୁଇ ଦ୍ଵାଦଶ ପରୀକ୍ଷା ସୁରୁଖୁରୁରେ କରାଯିବ ସେନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି ପରିଷଦ। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ସହ କେନ୍ଦ୍ର ଗୁଡିକରେ ଯେଭଳି ଭାବରେ ପ୍ରଶ୍ନ ପତ୍ର ଳିକ ନହୁଏ ସେନେଇ ଧ୍ୟାନ ଦିଆଯିବା ।

ଅନ୍ୟପଟେ ବଦଳିଛି ଯୁକ୍ତ ଦୁଇ ସିଲାବସ ସହ ପରୀକ୍ଷା ପ୍ରଣାଳୀ । ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ଚଳିତ ବର୍ଷ ବାଦ ଦିଆଯାଇଛି । ଚଳିତ ବର୍ଷ କାଉନସିଲ ପରୀକ୍ଷା ନୂଆ ସିଲବସ ଅନୁଯାୟୀ କରାଯିବ । CBSE ବାଦ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ ଉପରେ ମୋହର ମାରିଛି । ଏହାସହ 3ଟି ତ୍ରୈମାସିକ ପରୀକ୍ଷା ବଦଳରେ ଏଣିକି 2ଟି ଇଣ୍ଟରନାଲ ପରୀକ୍ଷା ପରିଚାଳନା କରାଯିବ । ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ କାଉନସିଲ ପରୀକ୍ଷାରୁ 80 ମାର୍କ ଓ ଇଣ୍ଟରନାଲ ପରୀକ୍ଷାରୁ 20 ମାର୍କ ଆଧାରରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବା ସହ ମାର୍କ ପାଇବେ । ଅନ୍ୟପଟେ କଳା ଓ ବାଣିଜ୍ୟ ବିଭାଗର ବିଷୟରେ ସିଲାବସରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.