ETV Bharat / state

୨୬ ଯାଏଁ ବଢିଲା ଯୁକ୍ତ ୨ ନାମଲେଖା ଆବେଦନ ଅବଧି, ଜୁଲାଇ ୨ରେ ଆସିବ ପ୍ରଥମ ମେରିଟ ଲିଷ୍ଟ

author img

By

Published : Jun 20, 2023, 9:14 PM IST

ଯୁକ୍ତ ୨ ନାମଲେଖା ପାଇଁ ବଢିଲା ଆବେଦନ ଅବଧି । ଜୁନ ୨୦ ପର୍ଯ୍ୟନ୍ତ ଥିବା ଅବଧି ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର । ପରିବର୍ତ୍ତୀତ ସୂଚୀ ଅନୁସାରେ ଜୁଲାଇ ୨ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ଅଧିକ ପଢ଼ନ୍ତୁ

ବଢିଲା ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଅବଧି
ବଢିଲା ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଅବଧି

ଭୁବନେଶ୍ବର: ଯୁକ୍ତ ୨ ନାମଲେଖା ପାଇଁ ବଢିଲା ଆବେଦନ ଅବଧି । ଜୁନ ୨୦ ପର୍ଯ୍ୟନ୍ତ ଥିବା ଅବଧି ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର । ପରିବର୍ତ୍ତୀତ ସୂଚୀ ଅନୁସାରେ ଜୁଲାଇ ୨ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ଜୁଲାଇ ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଆଡ୍‌ମିଶନ । ଜୁଲାଇ ୧୬ ତାରିଖରେ ଦ୍ବିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ୧୯ ତାରିଖ ସୁଦ୍ଧା ସରିବ ନାମଲେଖା ପ୍ରକ୍ରିୟା ।

ସେହିଭଳି ଅନଲାଇନ୍‌ ସ୍ପଟ ଆଡ୍‌ମିଶନ ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବ ନିର୍ଦ୍ଧାରୀତ ସୂଚୀ ଅନୁସାରେ ଜୁଲାଇ ୨୯ ତାରିଖରେ ଆରମ୍ଭ ହେବ ପାଠପଢ଼ା । ଏନେଇ ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀ ମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମ୍ସ (SAMS) ପୋର୍ଟାଲ (www.samsodisha.gov.in) ଜରିଆରେ ଜରିଆରେ ଆବେଦନ ତାରିଖକୁ ଜୁନ ୨୦ ପରିବର୍ତ୍ତେ ଜୁନ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଅବଧି ମଧ୍ୟରେ ଛାତ୍ରଛାତ୍ରୀ ସାମ୍ସ (SAMS) ପୋର୍ଟାଲରେ ଆବେଦନ କରିପାରିବେ । ତେବେ ସାମ୍ସ (SAMS) ପୋର୍ଟାଲ ଜରିଆରେ ୪ ଲକ୍ଷ ୪୫ ହଜାର ୮୮୭ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତି ।

ଅନ୍ୟପଟେ ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ ବୋଲି ବିଭାଗ ପୂର୍ବରୁ ସୂଚନା ଦେଇଥିଲା । ଏନେଇ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ ବୋଲି ବିଭାଗ ସମୀକ୍ଷା ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଓ ସଚିବ । ଏହାଦ୍ବାରା ରାଜ୍ୟରେ ୧୦୬ଟି ସରକାରୀ ବିଦ୍ୟାଳୟରେ ମୋଟ ୧୩ ହଜାର ୪୬୮ ସିଟ ନାମ ଲେଖା ପାଇଁ ବୃଦ୍ଧି ପାଇଛି । ଏହି ୧୦୦ କଳା ବିଦ୍ୟାଳୟ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ଗୋଟିଏ ସ୍କୁଲ ରହିଥିବା ବେଳେ ବାଲେଶ୍ବରରେ ମଧ୍ୟ ଗୋଟିଏ ସ୍କୁଲ ରହିଛି । ସେହିଭଳି ବରଗଡ଼ ଜିଲ୍ଲାରେ ୨ଟି, ଭଦ୍ରକରେ ଗୋଟିଏ, ବଲାଙ୍ଗୀରରେ ୮ଟି, ଦେବଗଡ଼ରେ ୪ଟି, ବୌଦ୍ଧରେ ୨ଟି, କଟକରେ ୨ଟି, ଢ଼େଙ୍କାନାଳରେ ଗୋଟିଏ, ଗଜପତିରେ ୨ଟି, ଗଞ୍ଜାମରେ ୯ଟି, ଜଗତସିଂହପୁରରେ ୨ଟି, ଯାଜପୁରରେ ଗୋଟିଏ, ଝାରସୁଗୁଡ଼ାରେ ଗୋଟିଏ, କଳାହାଣ୍ଡିରେ ୮ଟି, କନ୍ଧମାଳରେ ୪ଟି, କେନ୍ଦ୍ରାପଡ଼ାରେ ୨ଟି, କେନ୍ଦୁଝରରେ ୬ଟି, ଖୋର୍ଦ୍ଧାରେ ଗୋଟିଏ, କୋରାପୁଟରେ ୪ଟି, ମାଲକାନଗିରିରେ ୬ଟି, ମୟୂରଭଞ୍ଜରେ ୨ଟି, ନବରଙ୍ଗପୁରରେ ୭ଟି, ନୟାଗଡ଼ରେ ଗୋଟିଏ, ନୂଆପଡ଼ାରେ ୬ଟି, ପୁରୀରେ ଗୋଟିଏ, ରାୟଗଡ଼ାରେ ୪ଟି, ସୋନପୁରରେ ଗୋଟିଏ, ସମ୍ବଲପୁରରେ ୪ଟି ଏବଂ ସୁନ୍ଦରଗଡରେ ୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ହେବ । ଅନ୍ୟପଟେ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ସେହି ବିଦ୍ୟାଳୟ ଗୁଡ଼ିକ ହେଲା, ନବରଙ୍ଗପୁରରେ ୨ଟି ସ୍କୁଲ ଏବଂ କୋରାପୁଟ, ଗଜପତି, ରାୟଗଡ଼ା ଓ ମାଲକାନଗିରିରେ ଗୋଟିଏ ଲେଖାଏଁ ସ୍କୁଲରେ ଏକାଦଶ ଶ୍ରେଣା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.