ETV Bharat / state

ଜମୁଛି ଖଣ୍ଡଗିରି ଯାତ୍ରା, ଜୀବନର ବାସ୍ତବତାକୁ ବଖାଣିଲା ନାଟକ ଯମ ଯନ୍ତ୍ରଣା - ଖଣ୍ଡଗିରିରେ ଯାତ୍ରା 2023

କୁମ୍ଭମେଳା ଅବସରରେ ଖଣ୍ଡଗିରିରେ ଯାତ୍ରାର ମହାସମର ଚାଲିଛି । 2 ବର୍ଷ ପରେ ମୁହଁରେ ପାଉଡର ମାଖି ନୂଆ କାହାଣୀ ଓ ନୂଆ ଆଶାକୁ ନେଇ ଯାତ୍ରା ମଇଦାନକୁ ଓହ୍ଲାଉଛନ୍ତି କଳାକାର । ଅଧିକ ପଢନ୍ତୁ

khandagiri yatra
khandagiri yatra
author img

By

Published : Feb 5, 2023, 8:50 AM IST

Updated : Feb 5, 2023, 12:55 PM IST

ଜମୁଛି ଖଣ୍ଡଗିରି ଯାତ୍ରା, ଜୀବନର ବାସ୍ତବତାକୁ ବଖାଣିଲା ନାଟକ ଯମ ଯନ୍ତ୍ରଣା

ଭୁବନେଶ୍ବର: ଜମୁଛି ଖଣ୍ଡଗିରି ଯାତ୍ରା । ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭମେଳାର ଆଜି (ରବିବାର) ପୂର୍ଣ୍ଣାହୁତି ହେବ । ଖଣ୍ଡଗିରି ଯାତ୍ରାର ଷଷ୍ଠ ରାତିରେ ଜୋରଦାର ଯାତ୍ରା ଲଢେଇ ଦେଖିବାକୁ ମିଳିଛି । ପାଞ୍ଚଦିନ ହେବ 5ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ଚାଲିଥିବା ବେଳେ ଶନିବାର ଷଷ୍ଠ ରାତିରେ ଲୋକଙ୍କ ମନ ମୋହିଥିଲା ନାଟକ 'ଯମ ଯନ୍ତ୍ରଣା' । ଜୀବନର ବାସ୍ତବତାକୁ ବଖାଣିବା ସହ ଲୋକଙ୍କୁ ବାନ୍ଧି ରଖିଥିଲା ଏହି ନାଟକ ।

ନୂଆ କାହାଣୀ ଓ ନୂଆ ଆଶାକୁ ନେଇ ଯାତ୍ରା ମଇଦାନକୁ ଓହ୍ଲାଉଛନ୍ତି କଳାକାର । ଷଷ୍ଠ ରାତିରେ ଦୁଇ ପାର୍ଟି ପୁରୁଣା ନାଟକ ବଦଳାଇ ଦର୍ଶକଙ୍କୁ ନୂଆ ନାଟକ ଭେଟି ଦେଇଥିଲେ । ଦର୍ଶକଙ୍କ ଚାହିଦା ଅନୁସାରେ ସନାତନ ସେବା ମଣ୍ଡପରେ ସୂର୍ଯ୍ୟମନ୍ଦିର ୪ ରାତି ପରେ ନାଟକ ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’କୁ ବଦଳାଇ ନୂଆ ନାଟକ ‘ଯମ ଯନ୍ତ୍ରଣା’ ମଞ୍ଚସ୍ଥ କରିଥିଲା । ଲେଖକ ଓ ନିର୍ଦ୍ଦେଶକ ଆଶୁତୋଷ ମହାପାତ୍ରଙ୍କ ଏହି ନାଟକ ମଧ୍ୟ ବେଶ୍ ମନଛୁଆଁ ହୋଇଛି । ସେହିପରି ଡ. ହରେକୃଷ୍ଣ ମହତାବ ମଣ୍ଡପରେ ବିଶ୍ବଦରବାର ପୁରୁଣା ନାଟକ ‘ମୃତ୍ୟୁ ପରେ ମଣିଷ’କୁ ବଦଳାଇ ବିଦାୟ ରଜନୀରେ ମଞ୍ଚସ୍ଥ କରିଥିଲା ଅନୁସନ୍ଧାନର ନାଟକ ‘କଳା ରଙ୍ଗ ନାହିଁ କଳା ନାୟକ’। ସୂର୍ଯ୍ୟମନ୍ଦିର ର ନିଚ୍ଛକ ନାଟକ ହେଉଛି ଯମ ଯନ୍ତ୍ରଣା ଯାହା ଏକ ନିଚ୍ଛକ କାହାଣୀ ଉପରେ ଆଧାରିତ । ତେଣୁ ଏଭଳି ଏକ ମୌଳିକ କାହାଣୀ ପରିବେଷିତ ନାଟକ ଦର୍ଶକଙ୍କୁ ଭେଟି ଦେଇଛନ୍ତି କଳକାର ।

ନିଜର ପ୍ରତିଭା ପଦର୍ଶନ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିଛନ୍ତି । କାରଣ ତିନି ବର୍ଷର ବ୍ୟବଧାନରେ କଳାକାରଟିଏ ତା ଦର୍ଶକଙ୍କୁ ଖୁସି କରିଛି । ଆଉ ମୁହଁରେ ପାଉଡର ମାରି ହସ କାନ୍ଦ ଲୁହର ଚରିତ୍ରରେ ନିଜକୁ ହଜାଇ ଦର୍ଶକଙ୍କ ମନୋରଞ୍ଜନ କରିଛି । ଏହାକୁ ନେଇ ପ୍ରତିଟି କଳାକାର ବେଶ ଉତ୍ସାହିତ ଥିବା ବେଳେ ନାଟକକୁ ଲୋକଙ୍କ ଭଲପାଇବାକୁ ଦେଖି ବେଶ ଖୁସି ହୋଇଛନ୍ତି । ଅନ୍ୟପଟେ ଯାତ୍ରା ମାଲିକମାନେ ବି କଳକାରଙ୍କ କଳା ପଦର୍ଶନ ଓ ରୋଜଗାରକୁ ନେଇ ବେଶ ଖୁସି ଅଛନ୍ତି ।

ସେହିପରି ଆୟୋଜକମାନେ ବି ଏଭଳି କିଛି ବଡ ନାଟକ ମଞ୍ଚସ୍ଥର ଆୟୋଜନ କରି ଖୁସି ଅଛନ୍ତି। ତେଣୁ ଏ ସମସ୍ତଙ୍କର ଖୁସି ସହ ଦର୍ଶକଙ୍କର ମନକୁ ଜିଣିବାକୁ ଯାଇ ଯାତ୍ରା ପାର୍ଟିର ପ୍ରତିଟି କଳାକାର ନିଜକୁ ଅଭିନୟର ଯାଦୁଗରୀରେ ସଜେଇ ଦେଇଛି । ଆଉ ଗୋଟିଏ ପରେ ଗୋଟିଏ କାହାଣୀ କହି ଦର୍ଶକଙ୍କ ମନୋରଞ୍ଜନ କରାଉଛନ୍ତି ।

ଏହା ବି ପଢନ୍ତୁ...ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲ, ବାଣ୍ଟିବେ ମାଗଣା ଶ୍ରବଣ ଯନ୍ତ୍ର

ଖାଲି ସେତିକି ନୁହେଁ ଦମଦାର ଡାଇଲଗ ସହ ଲୋକଙ୍କୁ ଅକୃଷ୍ଟ କରୁଛି ମେଲୋଡି । ଏଠାରେ ଆଧୁନିକତାର ଛାପ ରହିଛି ସତ କିନ୍ତୁ ଅଶାଳୀନତାକୁ ବାରଣ କରାଯାଇଥିବା ବେଳେ ପ୍ରତିଟି ଅପେରା ପେଣ୍ଡାଲରେ ଦେଶାତ୍ମକ ଓ ଭଜନକୁ ଅଧିକ ଗୁରୁତ୍ବ ଦିଆଯାଇଛି । ସୂର୍ଯ୍ୟ ମନ୍ଦିରରେ ମେଲୋଡି କୁଇନ ରାଣୀ ପଣ୍ଡା ନୃତ୍ୟ ଗୀତ ପରିବେଷଣ କରୁଥିବା ବେଳେ ଉପସ୍ଥିତ ଦର୍ଶକ ତାଙ୍କର ବେଶ ପ୍ରଶଂସା କରିଛନ୍ତି ।

ମୋଟାମୋଟି ଭାବରେ କହିବାକୁ ଗଲେ ମେଲୋଡି କଳାକାର ଓ ଯାତ୍ରା କଳାକାର ଏହି ଯାତ୍ରା ମହାକୁମ୍ଭରେ ନିଜକୁ ସମ୍ପୂର୍ଣ୍ଣ ସାମିଲ କରି ଦର୍ଶକଙ୍କ ଭରପୁର ମନୋଞ୍ଜନ କରାଉଛନ୍ତି । ତେଣୁ ଯାତ୍ରା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଲାଗୁଛି । ଲୋକମାନେ ପରିବାର ସହ ଆସି ଯାତ୍ରା ଦେଖି ଖୁସିବ୍ୟକ୍ତ କରୁଛନ୍ତି । ଖଣ୍ଡଗିରି ମେଳାର ମଧ୍ୟ ଭରପୁର ମଜା ଉଠାଉଛନ୍ତି । ଏହାରି ଭିତରେ ଅପେରା ସୂର୍ଯ୍ୟମନ୍ଦିର ତାର ଶେଷ ନାଟର ପରିବେଷଣ କରିଛି । ଷଷ୍ଠ ରାତିରେ ଯାତ୍ରାର ମହାସମରରେ ଜୀବନର ବାସ୍ତବତା ବଖାଣିଛି ନାଟକ ‘ଯମ ଯନ୍ତ୍ରଣା' ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 5, 2023, 12:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.