ETV Bharat / state

ସବୁଜିମାରେ ଭରିବ ଅଣଜଙ୍ଗଲ ଜମି, ୪ ବର୍ଷରେ ୩୦୦ ହେକ୍ଟର ଜମିରେ ହେବ ବୃକ୍ଷରୋପଣ - ଭାରତ ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମର ଉଦଘାଟନ

ଅଣଜଙ୍ଗଲ ଜମିରେ ସବୁଜିମା ଭରିବା ପାଇଁ ରାଜ୍ୟ ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି ଓଡ଼ିଶା ସହ ଚୁକ୍ତି ସ୍ଵାକ୍ଷର କଲା ୟୁନାଇଟେଡ ଷ୍ଟେଟସ ଏଜେନ୍ସି ଫର ଇଣ୍ଟରନେଶନାଲ ଡେଭେଲପମେଣ୍ଟ । ଅଧିକ ପଢ଼ନ୍ତୁ

odisha state launch of tofi program
ଭାରତ ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମ
author img

By

Published : Apr 26, 2023, 10:37 PM IST

ଭାରତ ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମ

ଭୁବନେଶ୍ବର: ଜଙ୍ଗଲ ଜମି ସହ ଅଣଜଙ୍ଗଲ ଜମିରେ ସବୁଜିମା ଭରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ । ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା ସହ ଚୁକ୍ତି ସ୍ଵାକ୍ଷର କଲା ୟୁନାଇଟେଡ ଷ୍ଟାଟସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାସନାଲ ଡେଭେଲପମେଣ୍ଟ (USAID ) । ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଜଙ୍ଗଲ ଭୂମି ବ୍ୟତୀତ ଅନ୍ୟ ଫାଙ୍କା ସ୍ଥାନରେ ବୃକ୍ଷରୋପଣ କରିବା, ଜଙ୍ଗଲ ବାହାରେ ବୃକ୍ଷ ଆଚ୍ଛାଦନ କ୍ଷେତ୍ର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବା ଓ ଜୀବନଜୀବିକା ପାଇଁ ଅନେକ ସୁବିଧା ଆଣିବା ପାଇଁ କାର୍ଯ୍ୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, "ଏହି କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବବଧାନରେ ଆରମ୍ଭ ହୋଇଛି ଓ ୪ ବର୍ଷ ମଧ୍ୟରେ ଏହାର ସଫଳ ରୂପାୟନ ହେବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ପୂର୍ବରୁ ଜଙ୍ଗଲ ଭୂମି ବ୍ୟତୀତ ବାହାରେ ୩୧ ପ୍ରତିଶତ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା । ତାହା ବର୍ତ୍ତମାନ ବୃଦ୍ଧି ପାଇ ୩୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୪ ବର୍ଷ ମଧ୍ୟରେ ୩୦୦ ହେକ୍ଟର ଜମିରେ ଏହିଭଳି ବୃକ୍ଷରୋପଣ କରାଯିବାର ଯୋଜନା କରାଯାଇଛି ।"

ଜଙ୍ଗଲ ବାହାରେ ଥିବା ଅଞ୍ଚଳରେ ବୃକ୍ଷରୋପଣ ଦ୍ୱାରା ଏକାଧିକ ପରିବେଶ ଅର୍ଥନୈତିକ ଏବଂ ସାମଜିକ କ୍ଷେତ୍ରରେ ଲାଭ ଆସିଥାଏ । ତେଣୁ ଜାତୀୟ ଜଙ୍ଗଲ ନୀତିରେ ପରିକଳ୍ପିତ ଜଙ୍ଗଲ ଏବଂ ବୃକ୍ଷ ଆଚ୍ଛାଦନକୁ ୩୩ ପ୍ରତିଶତ ବୃଦ୍ଧି କରିବା ଆଉ ଏହାର ଏକ ଅଂଶ ଭାବରେ ୨.୫ ରୁ ୩୦୦ କୋଟି ଟନ ଅତିରିକ୍ତ ଅଙ୍ଗାରକାମ୍ଳକୁ ସମକକ୍ଷ ବିଚ୍ଛିନ୍ନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ । ଏନେଇ ସାମନିତ୍ବ ଭାବେ ଭାରତର ସାତଟି ରାଜ୍ୟ ଯେପରିକି ଆସାମ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ହରିୟାଣା, ରାଜସ୍ତାନ ଏବଂ ତାମିଲନାଡୁରେ ଜଙ୍ଗଲ ବାହାରେ ଥିବା ବୃକ୍ଷ ଅନ୍ତର୍ଗତ କ୍ଷେତ୍ରକୁ ବୃଦ୍ଧି କରାଯାଉଛି । ଆଗକୁ ଅନ୍ୟ ରାଜ୍ୟରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରୋପଣ କ୍ଷେତ୍ରକୁ ବୃଦ୍ଧି କରିବା ସହ ଜୀବନ ଜୀବିକାର ବିକାଶ ବିଶେଷ କରି ବୃକ୍ଷ ମାଧ୍ୟମରେ ଅଙ୍ଗାରକାମ୍ଳର ପୃଥିକରଣ କରିବା କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି କାର୍ଯ୍ୟକ୍ରମରେ କୁହାଯାଇଛି ।

ସେହିପରି ଭାରତର ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମ ମାଧ୍ୟମରେ ୨୮ ହେକ୍ଟର ନୂତନ ଜମିରେ ବୃକ୍ଷ ରୋପଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ୪୨ କୋଟି ଟନ ଅଙ୍ଗାରକାମ୍ଳକୁ ପ୍ରୁଥିକରଣ କରିହେବ । ଏଥିରେ ୧୩ ଲକ୍ଷ ଲୋକ ଉନ୍ନତ ଜୀବିକାର ସୁଯୋଗ ପାଇବେ । ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବ୍ୟତୀତ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଦେବୀଦତ୍ତ ବିଶ୍ୱାଳ, କୃଷି ଓ କୃଷକ ସଶକ୍ତକାରଣ ବିଭାଗ ସଚିବ ଅରବିନ୍ଦ କୁମାର ପାଢ଼ୀ ଓ ୟୁଏସ କାନସୁଲାଟ ଜେନିଫର ଲାରସନଙ୍କ ସହ USAIDର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.