ଖୋର୍ଦ୍ଧା: ନିଜ ସଉକ ପାଇଁ ହେଉ ଅବା ବ୍ୟବସାୟ ଲକ୍ଷରେ ଅନେକ ଲୋକ ବିଭିନ୍ନ ପ୍ରକାର ପଶୁ ପକ୍ଷୀଙ୍କୁ ଘରେ ରଖିଥାନ୍ତି । ଆଉ ସେମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଲାଳନ ପାଳନ କରିଥାନ୍ତି ।
କିନ୍ତୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ମଲିପଦର ଗ୍ରାମର କୁଞ୍ଜ ବିହାରୀ ମହାପାତ୍ର ବିଭିନ୍ନ ପ୍ରଜାତିର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ପାରାଙ୍କୁ ନିଜ ଘରେ ରଖି ଲାଳନ ପାଳନ କରୁଛନ୍ତି ।
ସେମାନଙ୍କ ପାଇଁ ସେ ସ୍ବତନ୍ତ୍ର ଘର ନିର୍ମାଣ କରିବା ସହ ସେମାନଙ୍କ ବଂଶ ବିସ୍ତାର ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛନ୍ତି । ପ୍ରତିଦିନ ସକାଳ ଓ ସଞ୍ଜରେ ତାଙ୍କ ହାତରୁ ସୋରିଷ ଓ ଗହମ ନଖାଇଲେ ଯେମିତି ପାରାମାନେ ସେମାନଙ୍କ ଭାଡିକୁ ଯାଆନ୍ତି ନାହିଁ । ଏହି ପାରା ମଧ୍ୟରେ ଚୁଳିଆ, ଲୋଟାଣି, ପାଦୀ ଚୁଳିଆ ପ୍ରଜାତିର ପାରା ରହିଛନ୍ତି । କୁଞ୍ଜ ବିହାରୀଙ୍କ ଏପରି ପକ୍ଷୀ ପ୍ରେମ ଅନ୍ୟ ମାନଙ୍କ ଉଦାହରଣ ସୃଷ୍ଟି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ