ETV Bharat / state

ହକି ପୂର୍ବରୁ ମାତିଲେ ଲୁଟେରା, ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ

ମାତିଲେ ଲୁଟେରା । ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ । ମୋ ବସରେ ସହିଦନଗରରୁ ବରମୁଣ୍ଡା ଯିବାବେଳେ ଯାତ୍ରୀଙ୍କ ପକେଟରୁ 42ହଜାର ଟଙ୍କା ଲୁଟ କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

author img

By

Published : Dec 12, 2022, 8:03 PM IST

ହକି ପୂର୍ବରୁ ମାତିଲେ ଲୁଟେରା, ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ
ହକି ପୂର୍ବରୁ ମାତିଲେ ଲୁଟେରା, ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ
ହକି ପୂର୍ବରୁ ମାତିଲେ ଲୁଟେରା, ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ

ଭୁବନେଶ୍ବର: ଆଗକୁ ଆସୁଛି ହକି ବିଶ୍ବକପ । ଏନେଇ ଭୁବନେଶ୍ବରରେ ଚାଲିଛି ଜୋରସୋର ପ୍ରସ୍ତୁତି । ରାସ୍ତା କଡ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ପ୍ରସ୍ତୁତି । ବିଶ୍ବସ୍ତରୀୟ ମ୍ୟାଚରେ ଯେପରି ହେବ ସୁରୁଖୁରୁ ଆୟୋଜନ ସେନେଇ ସବୁଆଡେ ପ୍ରସ୍ତୁତି । ହେଲେ ଏହାରି ଭିତରେ ସରକାରୀ ପରିଚାଳିତ ମୋ ବସ ସେବା ଏବେ ପୁଣି ଚିନ୍ତା ବଢ଼ାଇଛି । ଯେଉଁଠି ସରକାର ଚୋରି ଓ ଅପରାଧିକ କାର୍ଯକଳାପ ଉପରେ ନଜର ରଖିବାକୁ ପୋଲିସ ଆଗୁଆ ପ୍ରସ୍ତୁତ ହୋଇଛି । ଅନ୍ୟପଟେ ମୋ ବସରେ ଯାତ୍ରୀଙ୍କ ପକେଟରୁ 42ହଜାର ଟଙ୍କା ଲୁଟ କଲେ ଦୁର୍ବୃତ୍ତ । ତାହା ପୁଣି ଭିଡଭାଡ ଗହଳି ଭିତରେ ଲୋକଙ୍କ ଗହଣା ଓ ଟଙ୍କା ରେ । ସହିଦନଗର ରୁ ବରମୁଣ୍ଡା ଯିବାବେଳେ ନୟାପଲ୍ଲୀ କ୍ରାଉନ ହୋଟେଲ ନିକଟରେ ଜଣେ ବ୍ୟକ୍ତିଙ୍କ ପକେଟରେ ଥିବା ୪୨ହଜାର ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ଜଣେ ଯାତ୍ରୀ ନିଜର ଗାଡି କିଣିବା ପାଇଁ ବର୍ଷକ ତଳେ ମଣପୁରମରେ ବନ୍ଧା ପକାଇ ଗୋଲ୍ଡ ଲୋନ ନେଇଥିଲେ‌ । ହେଲେ ଆଜି ଟଙ୍କା ଏକାଠି କରି ଶୁଝିବା ପାଇଁ ମଣପୁରମ ଅଫିସ ଆସିଥିଲେ । ଅଫିସରେ କିଛି ସମସ୍ୟା ଯୋଗୁଁ ପରେ ଆସିବା ପାଇଁ କୁହାଯାଇଥିଲା । ସେନେଇ ନୟାଗଡର ଲୋକଟି ସହିଦନଗରରୁ ବରମୁଣ୍ଡା ମୋ ବସ ଯୋଗେ ଫେରୁଥିଲେ‌ ।

ସାଥିରେ ପତ୍ନୀ ଥିଲେ ବି କାଳେ ପତ୍ନୀଙ୍କ ଭ୍ୟାନିଟରେ ଟଙ୍କା ଅସୁରକ୍ଷିତ ହେବ ସେନେଇ ନିଜ ପକେଟରେ ସ୍ବାମୀ ଟଙ୍କା ରଖି ଯାଉଥିଲେ । ତେବେ ବସରେ ଗହଳି ଭିତରେ ଯାତ୍ରୀଙ୍କ ପକେଟରୁ 42ହଜାର ଟଙ୍କା ଲୁଟ କଲେ ଲୁଟେରା । ଏନେଇ ଅଭିଯୋଗ କାରୀ ବିରଞ୍ଚି ନାରାୟଣ ସେଠୀ ଖଣ୍ଡଗିରି ଥାନା ଓ ପରେ ସହିଦନଗର ଥାନା ଯାଇ ଅଭିଯୋଗ ପରେ ମଧ୍ୟ ପୋଲିସ ଅଭିଯୋଗ ରଖି ନ ଥିଲା । ପରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରି ନିଜ ମନର ବିଷ ଓଗାଳିଛନ୍ତି ଅଭିଯୋଗକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.