ETV Bharat / state

World Photography Day: ନୂଆ ପୁରୁଣା ସ୍ମୃତିର ଫଟୋ ପ୍ରଦର୍ଶନୀ - ଭୁବନେଶ୍ବରରେ ବିଶ୍ବ ଫଟୋଗ୍ରାଫି ଦିବସ

ବିଶ୍ବ ଫଟୋଗ୍ରାଫି ଦିବସରେ ରାଜଧାନୀରେ ପ୍ରଦର୍ଶନୀ ଆୟୋଜିତ । ଅତିଥିଙ୍କ ସହ ରାଜ୍ୟବାସୀ ନୂଆ ପୁରୁଣା ସ୍ମୃତିକୁ ନିଜ ଆଖିର କାନଭାସରେ ସାଇତିଛନ୍ତି । ଅଧିକ ପଢନ୍ତୁ

World Photography Day
World Photography Day
author img

By

Published : Aug 19, 2023, 9:32 PM IST

Updated : Aug 19, 2023, 9:42 PM IST

World Photography Day: ନୂଆ ପୁରୁଣା ସ୍ମୃତିର ଫଟୋ ପ୍ରଦର୍ଶନୀ

ଭୁବନେଶ୍ବର: ଫଟୋ ଯାହା ମନର ଭାବନାକୁ ପରିପ୍ରକାଶ କରେ ଫଟୋ କଥା କୁହେ । ଆଉ ଜୀବନ ନଥାଇ ବି ଫଟୋର କାନଭାସର ସଜେଇ ହୋଇଥିବା ଏହି ନିର୍ଜୀବ ମଣିଷ ଜୀବନ୍ତ ଲାଗେ । ସେଥିପାଇଁ ତ ବିଶ୍ବ ଫଟୋଗ୍ରାଫି ଦିବସରେ ଫଟୋ ପ୍ରତି ରୁଚି ବୃଦ୍ଧିର ଲକ୍ଷ୍ୟ ନେଇ ଭୁବନେଶ୍ବରରେ ଆୟୋଜିତ ହୋଇଛି ଦ୍ଵିତୀୟ ଜାତୀୟ ଫଟୋ ପ୍ରଦର୍ଶନୀ । ଏଠାରେ ନୂଆ ପୁରୁଣା ସ୍ମୃତିର ଫଟୋ ପ୍ରଦର୍ଶନୀ ହୋଇଛି ।

ଫଟୋ ପ୍ରଦର୍ଶନୀ ସହ ଫଟୋଗ୍ରାଫରଙ୍କୁ ସମ୍ମାନିତ କରିଛନ୍ତି ଉପସ୍ଥିତ ଅତିଥି । ପୁରାତନ କ୍ୟାମେରା ଓ ବିଭିନ୍ନ ଥିମକୁ ନେଇ ପ୍ରସ୍ତୁତ ଫଟୋ ଦେଖିବାକୁ ଦର୍ଶକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଯୋଗ ଦେଇଥିଲେ । ସମସ୍ତ ଅତିଥି ବୁଲିକି ଫଟୋ ପ୍ରଦର୍ଶନୀ ଦେଖିଥିଲେ ଆଉ ନୂଆ ପୁରୁଣା ସ୍ମୃତିକୁ ନିଜ ଆଖିର କାନଭାସରେ ସାଇତିଥିଲେ ।

ଭୁବନେଶ୍ବରରେ ବିଶ୍ବ ଫଟୋଗ୍ରାଫି ଦିବସ
ଭୁବନେଶ୍ବରରେ ବିଶ୍ବ ଫଟୋଗ୍ରାଫି ଦିବସ

ଏହା ବି ପଢନ୍ତୁ- ବିଶ୍ବ ଫଟୋଗ୍ରାଫି ଦିବସ: ଯେଉଁଠି କ୍ୟାମେରା ଲେନ୍ସରେ କଏଦ ହୁଏ ଗରିବର ହସ

କିଛି ନକହି ବି ଯେଉଁଠି ସବୁ କିଛି ବୁଝିହୁଏ, ସବୁ କହିହେଇଯାଏ ସେ ହେଉଛି ଫଟୋ । ଅନେକ ଭାବନା ଓ ଶବ୍ଦର ସମାରୋହର ଫଟୋ । କଳା ଧଳାରୁ ରଙ୍ଗୀନ ପରେ ଟେକ୍ନୋଲୋଜି ଯୁଗରେ ଅନେକ ଆଗକୁ ଗଲାଣି ଫଟୋଗ୍ରାଫି । ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ଜୟଦେବ ଭବନଠାରେ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଥିବା ବେଳେ ଏଥିରେ ୮୦ ଜଣ ପ୍ରତିଯୋଗୀଙ୍କର ନିଜର ଫଟୋ ଉତ୍ତୋଳନ ପ୍ରତିଭାର ପରକାଷ୍ଠାକୁ ନେଇ ୨୦୦ରୁ ଊର୍ଦ୍ଧ ଫଟୋ ପ୍ରଦର୍ଶିତ ହୋଇଛି ଏହି ଫଟୋ ପ୍ରଦର୍ଶନୀରେ । ଯେଉଁଠି ବିଚାରକ ମଣ୍ଡଳୀ ଦ୍ବାରା ଚୟନ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯିବା ସହ ଫଟୋଗ୍ରାଫି କ୍ଷେତ୍ରରେ ଆଗକୁ ବଢିବାକୁ ପ୍ରେରଣା ଦେଇଛନ୍ତି ଅତିଥି ।

ଭୁବନେଶ୍ବରରେ ବିଶ୍ବ ଫଟୋଗ୍ରାଫି ଦିବସ
ଭୁବନେଶ୍ବରରେ ବିଶ୍ବ ଫଟୋଗ୍ରାଫି ଦିବସ

ଏହା ବି ପଢନ୍ତୁ- World Photography Day: କେକ୍ କାଟି ସେଲିବ୍ରେସନ କଲେ ଫଟୋଗ୍ରାଫର

ଅନ୍ୟପଟେ ଗ୍ରାମୀଣ ଜୀବନ ଶୈଳୀ, ଭାଷା ସାହିତ୍ୟ, ବନ୍ଧୁତା ଭଳି ଥିମକୁ ନେଇ ଚଳିତ ବର୍ଷର ଫଟୋ ପ୍ରଦର୍ଶନ କରାଯାଇଛି । ୧୯୨୬ ମସିହାର ଆଗଫା (Agfa) ଷ୍ଟାଣ୍ଡାର୍ଡ, କଣ୍ଟେସା ନେଟେଲ ଭଳି ପୁରାତନ କ୍ୟାମେରା ପ୍ରଦର୍ଶିତ କରାଯାଇଛି । ଫଟୋ ପ୍ରତି ରୁଚି ରଖୁଥିବା ଦର୍ଶକ ମାନେ ଜୟଦେବ ଭବନରେ ପ୍ରଦର୍ଶିତ ଫଟୋ ବୁଲି ଦେଖିବା ସହ ଏକ୍ସପର୍ଟଙ୍କଠାରୁ ଫଟୋଗ୍ରାଫି ବିଷୟରେ ବେଶ କିଛି ଜାଣିବାକୁ ପାଇଥିବା କହିଛନ୍ତି । ଜୟଦେବ ଭବନରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଫଟୋ ପ୍ରଦର୍ଶନ ୨୨ ତାରିଖ ଯାଏଁ ଚାଲିବ । ପ୍ରତିଦିନ ଦିନ ୧୦ଟାରୁ ରାତି ୮ଟା ଯାଏଁ ପ୍ରଦର୍ଶିତ ଫଟୋ ଦେଖିବାର ମଜା ନେଇପାରିବେ ଦର୍ଶକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 19, 2023, 9:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.